ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଉତ୍ତରାଖଣ୍ଡ ନିଆଁକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ୍: ବର୍ଷା କିମ୍ବା କୃତ୍ରିମ ବର୍ଷା ଉପରେ ନିର୍ଭର କରନାହିଁ,ବନାଗ୍ନି ନିୟନ୍ତ୍ରଣ ପାଇଁ ଉପାୟ ଖୋଜ

ନୂଆଦିଲ୍ଲୀ,୦୯/୦୫: ଉତ୍ତରାଖଣ୍ଡ  ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ  ସ୍ଥିତି ଚିନ୍ତାଜନକ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ପ୍ରକାର ପଦକ୍ଷେପ  ଗ୍ରହଣ କରାଯିବା ସତ୍ତେ୍ୱ ବନାଗ୍ନି  ନିୟନ୍ତ୍ରଣରେ ସଂପୂର୍ଣ୍ଣ ସଫଳତା  ମିଳିପାରୁନାହଁ । ଇତିମଧ୍ୟରେ ଏହି  ପ୍ରସଙ୍ଗ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବାବେଳେ ଜଷ୍ଟିସ୍‌ ବିଆର  ଗବଇ ଓ ଜଷ୍ଟିସ୍‌ ସନ୍ଦୀପ ମେହତାଙ୍କ  ଖଣ୍ଡପୀଠ ଏଥିନେଇ ଉଦ୍‌ବେଗ  ପ୍ରକାଶ କରିଥିଲେ । 

ଉତ୍ତରାଖଣ୍ଡ  ସରକାରଙ୍କୁ ଖଣ୍ଡପୀଠ କହିଥିଲେ,  ବର୍ଷା କିମ୍ବା କୃତ୍ରିମ ବର୍ଷା ଉପରେ  ନିର୍ଭର କରି ରହିହେବନାହିଁ । ନିଆଁ  ଲିଭାଇବା ଲାଗି ବିକଳ୍ପ ପ୍ରଭାବଶାଳୀ  ଉପାୟ ବାହାର କର ।  ଏହି ସମୟରେ ରାଜ୍ୟ ସରକାରଙ୍କ  ଓକିଲ ଦର୍ଶାଇଥିଲେ ଯେ, ନଭେମ୍ବର  ୨୦୨୩ରୁ ଅଦ୍ୟାବଧି ଜଙ୍ଗଲରେ ନିଆଁ  ଲାଗିବାର ୩୯୮ଟି ଘଟଣା ଘଟିଛି । ପ୍ରତିଥର  ଏହି ନିଆଁ ଲୋକଙ୍କ ଦ୍ୱାରା ଲଗାଯାଇଛି ।  ନିଆଁ ଲାଗିବା ନେଇ ୩୫୦ ଅପରାଧିକ  ମାମଲା ରୁଜୁ କରାଯାଇଛି । ସେଥିରେ ୬୨  ଜଣଙ୍କ ନାମ ରହିଛି । ଲୋକମାନେ ରାଜ୍ୟର  ୪୦ପ୍ରତିଶତ ଅଞ୍ଚଳ ନିଆଁ ଘେରରେ ଥିବା  କଥା କହୁଛନ୍ତି । କିନ୍ତୁ ପାହାଡ଼ିଆ ଅଞ୍ଚଳରେ  ମାତ୍ର ୦.୧ ପ୍ରତିଶତ ଅଂଶରେ ହିଁ ନିଆଁ  ଲାଗିଛି । 

ରାଜ୍ୟ ସରକାର ମାମଲାର  ଅନ୍ତରୀଣ ଷ୍ଟାଟସ୍‌ ରିପୋର୍ଟ ମଧ୍ୟ କୋର୍ଟରେ  ଦାଖଲ କରିଥିଲେ । ତେବେ ବରିଷ୍ଠ ଓକିଲ  ତଥା ଏହି ମାମଲାରେ ଆବେଦନକାରୀ  ଥିବା ରାଜୀବ ଦତ୍ତ ରାଜ୍ୟ ସରକାର  ଦର୍ଶାଉଥିବାଠାରୁ ପରିସ୍ଥିତି ଅଧିକ ଗୁରୁତର  ବୋଲି କହିଥିଲେ । ଉଭୟ ପକ୍ଷର ଯୁକ୍ତିକୁ  ଶୁଣିବା ପରେ କୋର୍ଟ ରାଜ୍ୟ ସରକାରଙ୍କୁ  ଅଦ୍ୟାବଧି ଏ ନେଇ କ’ଣ ପଦକ୍ଷେପ  ନିଆଯାଇଛି ତାର ରିପୋର୍ଟ ସେଣ୍ଟ୍ରାଲ  ଏମ୍‌ପାୱାର୍ଡ କମିଟି(ସିଇସି)ଙ୍କ ସହିତ  ସେୟାର କରି ସିଇସିଙ୍କଠାରୁ ମତାମତ  ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର  ପରବର୍ତ୍ତୀ ଶୁଣାଣି ମେ ୧୫ରେ ହେବ । 

ଉତ୍ତରାଖଣ୍ଡରେ ଏପ୍ରିଲ ମାସର  ପ୍ରଥମ ସପ୍ତାହରୁ ଲାଗିଥିବା ନିଆଁ ଯୋଗୁ  ଅଦ୍ୟାବଧି ୧୧ଟି ଜିଲ୍ଲା ପ୍ରଭାବିତ ହୋଇଛି ।  ସେଥିମଧ୍ୟରେ ଗଡ଼ୱାଲ ମଣ୍ଡଳର ପୌଡ଼ି  ରୁଦ୍ରପ୍ରୟାଗ, ଚମୋଲି, ଉତ୍ତରକାଶୀ,  ଟିହରି ଅଧିକ ପ୍ରଭାବିତ ହୋଇଥିବାବେଳେ  ଡେରାଡୁନ୍‌ର କିଛି ଅଞ୍ଚଳ ସାମିଲ ରହିଛି ।  ସେହିପରି କୁମାଉଁ ମଣ୍ଡଳରେ ନୈନିତାଲ,  ଚମ୍ପାୱତ୍‌, ଅଲମୋରା, ବାଗେଶ୍ୱର ଓ  ପିଥୋରଗଡ଼ ଅଧିକ ପ୍ରଭାବିତ ହୋଇଥିବା  ସୂଚନା ମିଳିଛି । ଜଙ୍ଗଲ ନିଆଁକୁ ଲିଭାଇବା  ସମୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ୪  ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।  ନିଆଁ ଯୋଗୁ ୧୩୧୬ ହେକ୍ଟର ଜଙ୍ଗଲ  ଜଳିସାରିଛି । ନିଆଁ ଲିଭା କାର୍ଯ୍ୟରେ ବନ  ବିଭାଗ, ଅଗ୍ନିଶମ ବାହିନୀ, ପୁଲିସ ସହିତ  ସେନାର ଯବାନ ଲାଗିଛନ୍ତି । ସେନା ଅଞ୍ଚଳ  ନିକଟରେ ନିଆଁ ପହଞ୍ଚୁଥିବାର ଦେଖି  ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟରର  ସହାୟତା ନିଆଯାଇଛି । ରୁଦ୍ରପ୍ରୟାଗରେ  ୩ ଜଣ ଲୋକଙ୍କୁ ନିଆଁ ଲଗାଇବା  ଅଭିଯୋଗରେ ଗିରଫ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.