ବଲାଙ୍ଗୀର ୦୨/୦୫: ଆଜି ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଆସନ ପାଇଁ ନାମାଙ୍କନ ଭରିବେ । କଣ୍ଟାବାଞ୍ଜି ସବଡିଭିଜନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।
ଗୁରୁବାର ସକାଳୁ ୧୦.୨୫ ରେ ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ଟିଟିଲାଗଡ଼ ସିଟି ସ୍କୁଲ ପଡ଼ିଆରେ ହେଲିପ୍ୟାଡରେ ଓହ୍ଲେଇ ସେଠାରୁ ସିଧାସଳଖ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। ୧୧.୦୫ ରେ ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ନାମାଙ୍କନ କରିବେ । ଯାହା ୧୧.୨୫ ଯାଏଁ ସେଠାରେ ରହିବା କାର୍ଯ୍ୟକ୍ରମ ରହିଛି। ଓ ପରେ ଦିନ ୧୧ ଘଣ୍ଟା ୪୦ ମିନିଟ ରେ ପୁଣି ସିଟି ସ୍କୁଲ ହେଲିପ୍ୟାଡରେ ପହଞ୍ଚି ତୁଷୁରା ଏୟାର ଷ୍ଟ୍ରିପରୁ ପୁଣି ଭୁବନେଶ୍ବର ଫେରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।