ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ପାକିସ୍ତାନରେ ୧୦୦ରୁ ୧୮ ଜଣ ଲୋକ ଛାଡ଼ି ଦେଲେଣି ସିଗାରେଟ୍ ପିଇବା , ଜାଣନ୍ତୁ ଏହାର କାରଣ

ଇସଲାମାବାଦ : ପଡୋଶୀ ଦେଶ ପାକିସ୍ତାନରେ ମହଙ୍ଗା ମାଡ଼ ଏତେ ସାଙ୍ଘାତିକ ହୋଇଛି ଯେ ,ଲୋକଙ୍କ ସୁଖ ସୌଖୀନ ଉପରେ ପଡ଼ିଛି ଏହାର ପ୍ରଭାବ। ପାକିସ୍ତାନରେ ନିକଟରେ ଏକ ସର୍ଭେରେ ଏହି କଥା ସାମନାକୁ ଆସିଛି । ସେଠାରେ ୧୦୦ରୁ ୧୮ ଜଣ ଲୋକେ ମହଙ୍ଗା ଓ ସିଗାରେଟ୍‌ର ଦର ବୃଦ୍ଧି କାରଣରୁ ସିଗାରେଟ୍‌ ପିଇବାର ଅଭ୍ୟାସ ଛାଡ଼ି ଦେଇଛନ୍ତି। ପାକ୍‌ ସ୍ଥିତ ଥିଙ୍କ୍‌ ଟ୍ୟାଙ୍କ ସେଣ୍ଟର ଫର୍‌ ରିସର୍ଚ୍ଚ ଆଣ୍ଡ ଡାଇଲଗ୍‌ (ସିଆରଡି)ର ଏକ ସର୍ଭେରେ ଏହି ଦାବି କରାଯାଇଛି । ସିଗାରେଟ୍‌ର ଦାମ୍‌ରେ ବୃଦ୍ଧି କାରଣରୁ ଗତ ଏକ ବର୍ଷରେ ପାକିସ୍ତାନରେ ଧୁମ୍ରପାନ କରୁଥିବା ଲୋକଙ୍କ ମଧ୍ୟରୁ ୧୮ ପ୍ରତିଶତ ଲୋକେ ସିଗାରେଟ୍‌ ପିଇବା ଛାଡ଼ି ଦେଇଛନ୍ତି। 

ଏହା ବ୍ୟତୀତ ସର୍ଭେରେ ୧୫ ପ୍ରତିଶତ ଲୋକ ଏହା ସ୍ୱୀକାର କରିଛନ୍ତି ଯେ, ସେ ଅଧିକ ଦାମ୍ କାରଣରୁ ସିଗାରେଟ୍‌ ପିଇବା କମାଇ ଦେଇଛନ୍ତି। ଏହି ସମୟରେ ତଥ୍ୟ ଆଧାରରେ ପାକିସ୍ତାନରେ ପାଖାପାଖି ୧୧ ବିଲିୟନ ସିଗାରେଟ୍‌ ପିଇବା କମି ଯାଇଛି। ହେଲେ, ସରକାରୀ ବିଭାଗ ଏହାକୁ ସାର୍ବଜନିକ ସ୍ୱାସ୍ଥ୍ୟର ନଜରରେ ଭଲ ବୋଲି କହୁଛନ୍ତି। 

ପାକ୍‌ ମିଡ଼ିଆର ରିପୋର୍ଟ ଅନୁସାରେ , ସିଆରଡିର ନିର୍ଦ୍ଦେଶକ ମରିୟମ୍‌ ଗୁଲ ତାହିର ଏହି ସର୍ଭେ ଫଳାଫଳକୁ ଦେଶ ପାଇଁ ହିତକର କହିଛନ୍ତି। ସେ କହିଛନ୍ତି, ସିଗାରେଟ୍‌ର ଦାମ୍‌ରେ ବୃଦ୍ଧି ଲୋକଙ୍କ ସ୍ୱାସ୍ଥ୍ୟ ଓ ଦେଶର ଆର୍ଥିକ ସ୍ଥିତି ଉଭୟ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଛି। ବାସ୍ତବରେ ପାକିସ୍ତାନ ସରକାର ଇକୋନମି ବ୍ରାଣ୍ଡର ସିଗାରେଟ୍‌ ଉପରେ ୧୪୬ ପ୍ରତିଶତ, ପ୍ରିମିୟମ ବ୍ରାଣ୍ଡ ଉପରେ ୧୫୪ ପ୍ରତିଶତ ଫେଡରଲ ଏକ୍ସାଇଜ୍‌ ଡ୍ୟୁଟି( FED) ବଢାଇ ଦେଇଛି। ଏଥିରେ ସରକାରଙ୍କୁ ସିଗାରେଟ୍‌ରେ ହେଉଥିବା ଆୟ ୧୪୮ ବିଲିୟନ ଟଙ୍କାରୁ ବୃଦ୍ଧି ପାଇ ୨୦୦ ବିଲିୟନ ଟଙ୍କା ହୋଇ ଯାଇଛି।   

ସିଆରଡି ଏହି ସର୍ଭେ ରାଜଧାନୀ ଇସଲାମାବାଦ, ରାୱଲପିଣ୍ଡି, ଲାହୋର ଓ ପେଶାୱର ଭଳି ବଡ଼ ବଡ଼ ସହର ବ୍ୟତୀତ ଅନ୍ୟ ସବୁ ସହରରେ ମଧ୍ୟ କରିଛି। କହି ରଖୁଛୁ କି ପାକିସ୍ତାନରେ ପ୍ରତିବର୍ଷ ୭୨ରୁ ୮୦ ବିଲିୟନ ସିଗାରେଟ୍‌ର ବ୍ୟବହାର ହୋଇଥାଏ। ଏଥିରେ ସ୍ମଗଲିଂ କରି ଅଣାଯାଇ ଥିବା ସିଗାରେଟ୍‌ର ସଂଖ୍ୟା ବି ସାମିଲ ଅଛି।

ଅନ୍ୟ ଏକ ଅଧ୍ୟୟନରେ ଜଣାପଡ଼ିଛି କି, ପାକିସ୍ତାନରେ ତମ୍ୱାଖୁ ଉଦ୍ୟୋଗରୁ ହେଉଥିବା କ୍ୟାନସର , ଶ୍ୱାସ ସମ୍ୱନ୍ଧୀୟ ରୋଗ ଓ ହାର୍ଟ ସମ୍ୱନ୍ଧୀୟ ରୋଗର ଚିକିତ୍ସା କାରଣରୁ ରାଜକୋଷରେ ବାର୍ଷିକ ପାଖାପାଖି ୬୨୦ ବିଲିୟନ ଟଙ୍କାର କ୍ଷତି ହେଉଛି। ଏହା ବ୍ୟତୀତ ପାକିସ୍ତାନରେ ପ୍ରତିବର୍ଷ ତମ୍ୱାଖୁର ସେବନରେ ୩୩୭,୫୦୦ ମୃତ୍ୟୁ ହୋଇଥାଏ । ଅଧ୍ୟୟନରେ ଦାବି କରାଯାଇଛି କି ପାକିସ୍ତାନ ସିଗାରେଟ୍‌ କମ୍ପାନୀଙ୍କ ପ୍ରଭାବ କାରଣରୁ ସମ୍ଭାବିତ ରାଜସ୍ୱରେ ୫୬୭ ବିଲିୟନ ଟଙ୍କାର କ୍ଷତି ସହିଛି, ଯାହାକି ଗତ ୭ ବର୍ଷରେ ଟ୍ୟାକ୍ସକୁ ହ୍ରାସ୍‌ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ରଖିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.