ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ବିଶ୍ୱର ଏହି ସହରରେ ପ୍ରତି ୨୪ଜଣଙ୍କରେ ଜଣେ କୋଟିପତି , ସବୁଠୁ ଧନୀ ସହର ମଧ୍ୟରେ ରହିଛି ଭାରତର ନାଁ

ନୂଆଦିଲ୍ଲୀ : ଆପଣ ଜାଣନ୍ତି କି ଦୁନିଆର କେଉଁ ସ୍ଥାନରେ ସବୁଠୁ ଅଧିକ କୋଟିପତି ରହନ୍ତି ? ଏହି ନାଁ ଲଣ୍ଡନର ନା ଶିଖ୍‌ଙ୍କ ସହର ଦୁବାଇର । ଆମେରିକାର ନ୍ୟୁୟର୍କ ସିଟିରେ ଦୁନିଆର ସବୁଠୁ ଅଧିକ କୋଟିପତି ରହିଥାନ୍ତି। ନିକଟରେ ଜାରି ଏକ ରିପୋର୍ଟ ମୁତାବିକ, ନ୍ୟୁୟର୍କ ସିଟିରେ ଧନୀଙ୍କ ସଂଖ୍ୟା କୌଣସି ବି ଅନ୍ୟ ସହର ତୁଳନାରେ ଖୁବ୍‌ ଅଧିକ। ଏଠାରେ ପ୍ରତି ୨୪ଜଣଙ୍କ ମଧ୍ୟରେ ଜଣେ କୋଟିପତି ଅଛନ୍ତି। ଏହି ତାଲିକାରେ ଚୀନ୍‌ ଓ ୟୁକେ ବ୍ୟତୀତ ଜଣେ ଭାରତୀୟ ସହରର ମଧ୍ୟ ନାମ ରହିଛି।

ହେନଲେ ଆଣ୍ଡ ପାର୍ଟନର୍ସ ନିକଟରେ ଦୁନିଆର ସବୁଠୁ ଧନୀ ମହାନଗରର ଏକ ତାଲିକା ଜାରି କରିଛି। ରିପୋର୍ଟ ମୁତାବିକ , ନ୍ୟୁୟର୍କରେ ପାଖାପାଖି ୩୫୦୦୦୦ ଜଣ କୋଟିପତି ଅଛନ୍ତି , ଯାହା କୌଣସି ବି ସହର ତୁଳନାରେ ସବୁଠୁ ଅଧିକ। ଗତ ଏକ ଦଶକରେ ଏହି ସହରରେ ଧନୀଙ୍କ ସଂଖ୍ୟା ୪୮ ପ୍ରତିଶତ ଯାଏ ପହଞ୍ଚି ଯାଇଛି। ଅର୍ଥାତ୍‌ ୮.୨୬ ମିଲିୟନର ଜନସଂଖ୍ୟା ମଧ୍ୟରୁ ପ୍ରତ୍ୟେକ ୨୪ ଜଣରୁ ଜଣେ କୋଟିପତି। ୨୦୧୩ରେ ଏହି ସଂଖ୍ୟା ୩୬ ମଧ୍ୟରୁ ଜଣେ କୋଟିପତିଙ୍କର ଥିଲା। ରିପୋର୍ଟରେ ମିଳିଛି କି ସହରରେ ୬୦ ଜଣ କୋଟିପତି ଅଛନ୍ତି ଏବଂ ୭୪୪ ଜଣ ଲୋକ ସେଠାରେ ଅଛନ୍ତି , ଯାହାଙ୍କ ପାଖରେ ୧୦୦ ମିଲିୟନ ଡଲାରରୁ ଅଧିକ ସଂପର୍ତ୍ତି ଅଛି।

ସବୁଠୁ ଅଧିକ କୋଟିପତି ଥିବା ସହର ମଧ୍ୟରେ ମିୟାମି ୩୩ତମ ସ୍ଥାନରେ ରହିଛି। ଏଠାରେ ମଧ୍ୟ ଗତ ୧୦ ବର୍ଷରେ ଧନୀଙ୍କ ସଂଖ୍ୟାରେ ୭୮ ପ୍ରତିଶତ ବୃଦ୍ଧି ହୋଇଛି। କୋଟିପତି ସହର ଗୁଡ଼ିକ ତାଲିକାରେ ସାନ୍ ଜୋସ୍‌ ,ସାନ୍ ଫ୍ରାନ୍ସିସ୍କୋ ଓ ପାଲୋ ଅଲ୍ଚୋ ମଧ୍ୟ ସାମିଲ ଅଛି।   ଜାପାନର ସହର ଟୋକିଓ ୨୯୮୩୦୦ କୋଟିପତିଙ୍କ ସହ ୩ୟ ସ୍ଥାନରେ ରହିଛି। ଏଠାରେ ଗତ ଦଶକରେ ୫ ପ୍ରତିଶକର ହ୍ରାସ ଘଟିଛି। ସିଙ୍ଗାପୁରର ଏହି ତାଲିକାରେ ୪ ନମ୍ୱର ରହିଛି। 

ଦକ୍ଷିଣ ଭାରତୀୟ ସହର ବେଙ୍ଗାଲୁରୁ ସବୁଠୁ ଅଧିକ କୋଟିପତିଙ୍କ ତାଲିକାରେ ସାମିଲ ଅଛି। ରିପୋର୍ଟ ଅନୁସାରେ , ଗତ ଏକ ଦଶକରେ ବେଙ୍ଗାଲୁରୁ ସହରରେ କୋଟିପତିଙ୍କ ସଂଖ୍ୟାର ଦୁଇ ଗୁଣା ବୃଦ୍ଧି ହୋଇଛି। ସେପଟେ , ଧନୀ ମହାନଗରର ତାଲିକାରେ ଲଣ୍ଡନର ସ୍ଥାନ ଖୁବ୍‌ ପଛରେ। ଗତ ଏକ ଦଶକରେ ଲଣ୍ଡନ ସହରରେ ୧୦ ପ୍ରତିଶତ କୋଟିପତିଙ୍କ ମଧ୍ୟରେ ହ୍ରାସ ଘଟିଛି। ସେପଟେ , କରୋନା ମହାମାରୀ ପରେ ଚୀନ୍‌ରେ ମଧ୍ୟ ଧନୀ ଲୋକଙ୍କ ଆୟ ଉପରେ ଖୁବ୍‌ ଖରାପ ପ୍ରଭାବ ପଡ଼ିଛି। ଉଚ୍ଚ ଧନୀ ମହାନଗର ଗୁଡ଼ିକ ମଧ୍ୟରେ ଚୀନ୍‌ର କେବଳ ଶେନଝେନ୍‌ ସହର ସାମିଲ ଅଛି। ଏଠାରେ ଗତ ଏକ ଦଶକରେ କୋଟିପତିଙ୍କ ସଂଖ୍ୟା ଅପ୍ରତ୍ୟାଶତ ଭାବେ ୧୪୦ପ୍ରତିଶତ ଯାଏ ବଢିଛି।

ମଧ୍ୟ ପୂର୍ବର ସବୁଠୁ ଧନୀ ସହର ଦୁବାଇ ଏହି ତାଲିକାରେ ୨୧ତମ ସ୍ଥାନରେ ରହିଛି। ସେଠାରେ ପ୍ରତି ଜଣେ ବ୍ୟକ୍ତି ସଂପତ୍ତି ଆଧାରରେ ମୋନାକୋ ବିଶ୍ୱରେ ନମ୍ୱର-୧  ସ୍ଥାନରେ ରହିଛି। ଏଠାରେ ଦ୍ୱିତୀୟ ସ୍ଥାନରେ ନ୍ୟୁୟର୍କ ସହର ଆସିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.