ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୯୨ ଆସନରେ ଭାଗ୍ୟ ପରୀକ୍ଷା କରିବେ ୧୩୦୦ରୁ ଅଧିକ ପ୍ରାର୍ଥୀ

Image Courtesy: thehindu

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଦୁଇଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ମେ ୭ (ମଙ୍ଗଳବାର) ତୃତୀୟ ପର୍ଯ୍ୟାୟ ଭୋଟିଂ । ତୃତୀୟ ପର୍ଯ୍ୟାୟରେ ଗୁଜରାଟର ସବୁ ୨୫ ଆସନରେ ମତାଦନ ହେବ । ଏହା ବ୍ୟତୀତ କର୍ଣ୍ଣାଟକର ୧୪ ଏବଂ ଉତ୍ତର ପ୍ରଦେଶର ୧୦ଟି ଆସନରେ ଭୋଟିଂ ହେବ । ଏବେ ସୁଦ୍ଧା ଦେଶରେ ୧୯୦ଟି ଲୋକସଭା ଆସନରେ ମତଦନ ସଂପନ୍ନ ହୋଇଛି । ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ମତସାବ୍ୟସ୍ତ କରିବେ ମତଦାତା । ୧୨ଟି ରାଜ୍ୟର ୯୩ଟି ଆସନରେ ମତଦାନ ହେବାକୁ ଥିବା ବେଳେ ମଙ୍ଗଳବାର ସକାଳ ୭ରୁ ଭୋଟିଂ ଆରମ୍ଭ ହେବ । 

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୫ଟି ଆସନ, ଉତ୍ତର ପ୍ରଦେଶ ୧୦, ମହାରାଷ୍ଟ୍ର ୧୧, ଆସାମ ୪, ବିହାର ୫, ଛତିଶଗଡ଼ ୭, ଗୋଆ ୨, କର୍ଣ୍ଣାଟକ ୧୪, ମଧ୍ୟ ପ୍ରଦେଶ ୮, ପଞ୍ଚିମବଙ୍ଗ ୪, ଦାଦ୍ରା ନଗର ହାବେଳି ଏବଂ ଡାମନ ଡିଉର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ । ତେବେ ଏଥର ଗୁଜରାଟର ସୁରଟରୁ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଯିବା ପରେ ୨୬ ପରିବର୍ତ୍ତେ ୨୫ ଆସନରେ ଭୋଟିଂ ହେବ । 

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ଆସନରେ ଭାଗ୍ୟ ପରୀକ୍ଷା କରିବେ ୧୩୩୨ ପ୍ରାର୍ଥୀ । ଏହି ୯୩ଟି ଆସନରୁ ୮୨ ସିଟ୍‌ରେ ବିଜେପି ପ୍ରାର୍ଥୀ ଅଛନ୍ତି । ଏହା ପରେ ବିଏସପିର ୭୯ ପ୍ରାର୍ଥୀ ଏବଂ କଂଗ୍ରେସର ୬୮ ଜଣ ପ୍ରାର୍ଥୀଙ୍କ ଲାଗି ମତ ଦେବେ ଭୋଟର । ଗୁଜରାଟର ୨୫ ସିଟ୍‌ରେ ସର୍ବାଧିକ ୨୬୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । 

ମଙ୍ଗଳବାର ହେବାକୁ ଥିବା ନିର୍ବାଚନରେ ବହୁ ହେଭିଓ୍ବେଟ୍‌ଙ୍କ ଲାଗି ଭୋଟ ପଡ଼ିବ । ଏଥିରେ ଅମିତ ଶାହ, ଡିମ୍ପଲ ଯାଦବ, ଦିଗବିଜୟ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ, ସୁପ୍ରିୟା ସୁଲେଙ୍କ ସମେତ ବହୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ନିସାନ ଉଚ୍ଚ ବିଦ୍ୟାଳୟରେ ସକାଳ ୭.୩୦ରେ ଭୋଟ ଦେବେ । ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳ ୯.୧୫ରେ ନରାୟଣପୁରାରେ ପହଞ୍ଚି ମତସାବ୍ୟସ୍ତ କରିବେ ।

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.