ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଏହି ରାଶିର ବ୍ୟକ୍ତିଙ୍କୁ ଧନ, ମାନ, ସମ୍ମାନ ପ୍ରାପ୍ତ ହେବ

ମେଷ : ପଞ୍ଚମ ଚନ୍ଦ୍ର, ଅପରାହ୍ନ ୨ଟା ୪ ମିନିଟ୍‌ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । 

ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ  

ବୃଷ : ଘାତବାର ଏବଂ ଚତୁର୍ଥ ଚନ୍ଦ୍ର ଯୋଗୁ ବାଦ ବିବାଦ, ସ୍ୱାସ୍ଥ୍ୟ, ସ୍ୱଜନ, ପରିଜନ, ବନ୍ଧୁ ବାନ୍ଧବ, ସହକର୍ମୀଙ୍କ ସହ କଥାବାର୍ତ୍ତା ଏବଂ ଆର୍ଥିକ କାରବାର କଲା ବେଳେ ସତର୍କ ହେବେ । ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର, ଆର୍ଥିକ କ୍ଷତି, ଆର୍ଥିକ ଠକାମି ଏବଂ ଯାନ ବାହନରେ ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିପୁଳ କ୍ଷତି ଦେଖା ଦେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ି ଯିବ । କର୍ମରେ ବିଫଳତା, ସହକର୍ମୀଙ୍କ ସହ ମତାନ୍ତର ଏବଂ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ମୃଗ ଶିରା ବୃଷ ସେମାନେ ସତର୍କ ହେବେ । 

ଶୁଭରଙ୍ଗ : ଧଳା, ସଂଖ୍ୟା : ୪, ଆରାଧନା : ମା’ ଗାୟତ୍ରୀ  

ମିଥୁନ : ତୃତୀୟ ଚନ୍ଦ୍ର, ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ, ଶାନ୍ତି ଏବଂ ସମସ୍ତକର୍ମରେ ତତ୍ପରତା, ଏକାଗ୍ରତା, ଆନ୍ତରିକତା ଓ ସମୟାନୁ ବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଆର୍ଦରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । 

ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୮, ଆରାଧନା : ମା’ ଷୋଡ଼ଶୀ  

କର୍କଟ : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଏବଂ ବହୁ ବିଧ ସମସ୍ୟା ଦେଖା ଦେବ । ଯେଉଁମାନଙ୍କର ପୁନ ର୍ବସୁ କର୍କଟ, ସେମାନେ ସତର୍କ ହେବେ । 

ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ୱରୀ 

ସିଂହ : ଘାତବାର ଏବଂ ଶ୍ରୀ ଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ କମ୍‌ ରହିବ । ଅପରାହ୍ନ ୨ଟା ୦୪ ମିନିଟ୍‌ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା ଏବଂ ଉଚ୍ଚା ଭିଳାଷ ପ୍ରକାଶ ପାଇବ । ଧନ, ମାନ, ସମ୍ମାନ, ସ୍ୱଜନ, ପରିଜନଙ୍କ ସହାୟତା ପ୍ରାପ୍ତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ଅତୁଟ ରହିବ । ଯେଉଁମାନଙ୍କର ପୂର୍ବା ଫାଲ୍‌ଗୁନୀସିଂହ ସେମାନେ ଉପକୃତ ହେବେ । 

ଶୁଭରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ପ୍ରଭୁଗଜାନନ 

କନ୍ୟା : ଘାତବାର ଏବଂ ଦ୍ୱାଦଶଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ ଖର୍ଚ୍ଚ ଏବଂ ବୃଥା ଭ୍ରମଣ ଲାଗି ରହିବ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ସତ୍‌ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ ଏବଂ ସମସ୍ତ କର୍ମରେ ଅବହେଳା ଓ ଆଳସ୍ୟତା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଉତ୍ତରା ଫାଲ୍‌ଗୁନୀ କନ୍ୟା, ସେମାନେ ସତର୍କ ହେବେ । 

ଶୁଭରଙ୍ଗ : କଫି, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ  

ତୁଳା : ଏକାଦଶଚନ୍ଦ୍ର, ଶନିବାର ଏବଂ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷପୂର୍ଣ୍ଣ ହେବ । ଆକସ୍ମିକ ଧନ ଲାଭ, ହୃତ ଧନ ଓ ବକେୟା ଧନ ଆଦାୟ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମ ସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ବିଶାଖାତୁଳା ସେମାନେ ସୁଫଳ ପାଇବେ । 

ଶୁଭରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁଶ୍ରୀରାମ ।

ବିଛା : ଦଶମ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖ, ଶାନ୍ତି ଏବଂଚାଲି ଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ମନରେ ସତ୍‌ ଚିନ୍ତା, ସତ୍‌ ଭାବନା ପ୍ରକାଶ ପାଇବ ଏବଂ ସତ୍‌ କର୍ମରେ ଅଧିକ ଆଗ୍ରହ ରହିବ । ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କଷ୍ଟ ସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ରହିବ ।ଯେଉଁମାନଙ୍କର ବିଶାଖା ବିଛା ସେମାନେ ଉପକୃତ ହେବେ । 

ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁହନୁମାନ ।

ଧନୁ : ନବମ ଚନ୍ଦ୍ରଯୋଗୁ ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ମହତ୍‌ ବ୍ୟକ୍ତିଙ୍କ ସହାୟତା ମିଳିବ ।ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ପରିବେଶ, ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ପୂର୍ବା ଷାଢ଼ା ଧନୁ, ସେମାନେ ଉପକୃତ ହେବେ । 

ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ମା’ ତାରା 

ମକର : ଘାତ ଚନ୍ଦ୍ର, ଘାତ ତିଥି ଯୋଗୁବାଦ ବିବାଦ, ସ୍ୱାସ୍ଥ୍ୟ ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ ଧାବନ କରିବେ ଏବଂ ମନରେ ବିରକ୍ତି ଭାବ ପ୍ରକାଶ ପାଇବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ ।ଯେଉଁମାନଙ୍କର ଉତ୍ତରା ଷାଢ଼ା ଓ ଧନିଷ୍ଠା ମକର ସେମାନେ ସତର୍କ ହେବେ । 

ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୬, ଆରାଧନା : ମା’ ଚଣ୍ଡୀ 

କୁମ୍ଭ : ସପ୍ତମଚନ୍ଦ୍ର, ଶନିବାର ଏବଂ ଶୁକ୍ରଙ୍କ ନକ୍ଷତ୍ର ଭୋଗହେଉଥିବାରୁ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ସନ୍ତାନ ସନ୍ତତିଙ୍କ ବୈବାହିକ କର୍ମର ଆୟୋଜନ କରିବେ ଏବଂ ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହ କର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ପୂର୍ବ ଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ ।

 ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ ଭୈରବୀ  

ମୀନ : ଷଷ୍ଠ ଚନ୍ଦ୍ର, ଅପରାହ୍ନ ୨ଟା ୦୪ ମିନିଟ୍‌ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ବଚନରେ ମଧୁରତା, ଚାଲି ଚଳନରେ ସଂଯମତା, ସମସ୍ତ କର୍ମରେ ତତ୍ପରତା, ସଫଳତା, ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । ଯେଉଁମାନଙ୍କର ପୂର୍ବ ଭାଦ୍ରମୀନ, ସେମାନେ ଉପକୃତ ହେବେ । 

ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୯, ଆରାଧନା :   ପ୍ରଭୁଶ୍ରୀଜଗନ୍ନାଥ 

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.