ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଚୀନ୍‌, ଜର୍ମାନି ସମେତ କେତେକ ବଜାରରେ ଗାଡ଼ି ଦର କମାଇଲା ଟେସ୍‌ଲା, ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ

ନୂଆଦିଲ୍ଲୀ,୨୩/୦୪: ବିକ୍ରି ହ୍ରାସ ଏବଂ ବର୍ଦ୍ଧିତ ପ୍ରତିଯୋଗିତା ଯୋଗୁ  ଆମେରିକୀୟ ଇ-ଯାନ ନିର୍ମାତା ଟେସ୍‌ଲା ଚୀନ୍‌ ଏବଂ ଜର୍ମାନି ସମେତ କେତେକ  ବଜାରରେ ଏହାର ଇଭି ଦର କମାଇଛି ।  ପୂର୍ବରୁ ଏହା ଆମେରିକାରେ ଦରହ୍ରାସ  କରିଥିଲା । ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କମ୍ପାନିର ବିକ୍ରି କମିଛି । ଚଳିତ  କ୍ୟାଲେଣ୍ଡର ବର୍ଷର ପ୍ରଥମ ତ୍ରୟମାସରେ  ସମଗ୍ର ବିଶ୍ୱରେ କମ୍ପାନିର ବିକ୍ରି ହ୍ରାସ  ପାଇଛି । ଚାଇନିଜ୍‌ ଇଭି ନିର୍ମାତାମାନେ  ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଦରରେ  ଇଭି ଉପଲବ୍ଧ କରୁଥିବାବେଳେ ଟେସ୍‌ଲା ପାଇଁ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । 

ପ୍ରକାଶଯୋଗ୍ୟ, ଚୀନ୍‌ରେ କମ୍ପାନିର  ମଡେଲ-୩ ଦର ୧୪,୦୦୦ ୟୁଆନ୍‌  ବା ୧୯୩୦ ଡଲାର ଖସି ୨୩୧,୯୦୦  ୟୁଆନ ବା ୩୨,୦୦୦ ଡଲାର ହୋଇଛି ।  ସେହିଭଳି ଜର୍ମାନିରେ ମଡେଲ  ୩ ରିୟର ହ୍ୱିଲ୍‌ ଡ୍ରାଇଭ୍‌ ଦରରେ  ୪୦,୯୯୦ ୟୁରୋ ହ୍ରାସ ଘଟିଛି । ଫଳରେ ଏହା ୪୩,୬୭୦.୭୫ ଡଲାର  ବା ୪୨,୯୯୦ ୟୁରୋକୁ ଖସିଆସିଛି । ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାରେ  ମଧ୍ୟ ଟେସ୍‌ଲା ଗାଡ଼ି ଦର କମିଥିବା  କମ୍ପାନିର ଜଣେ ମୁଖପାତ୍ର ସୂଚନା  ଦେଇଛନ୍ତି । କମ୍ପାନି ପକ୍ଷରୁ ଶୁକ୍ରବାର  ଆମେରିକାରେ ମଡେଲ ୱାଇ, ମଡେଲ ଏକ୍ସ ଏବଂ ମଡେଲ ଏସ୍‌ ଗାଡ଼ି ଦର  ହ୍ରାସ ଘୋଷଣା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.