ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ହାଇଦ୍ରାବାଦକୁ ୧୬୬ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍

Image Courtesy: espncricinfo

ହାଇଦ୍ରାବାଦ: ଆୟୁଷ ବଦୋନି ଏବଂ ନିକୋଲାସ ପୁରନଙ୍କ ଦମଦାର ବ୍ୟାଟିଂ ବଳରେ ଲକ୍ଷ୍ନୌ ୧୬୫ ରନ୍‌ କରିଛି । ଆଜି କ୍ବିଣ୍ଟନ ଡିକକ୍‌ (୨), ମାର୍କସ ଷ୍ଟୋଇନିସ୍‌ (୩), କେଏଲ ରାହୁଲ (୨୯) ଏବଂ କୃଣାଲ ପାଣ୍ଡ୍ୟା (୨୪) ଆଉଟ୍‌ ହୋଇଥିଲେ ମଧ୍ୟ ବଦୋନିଙ୍କ ଅପରାଜିତ ୫୫ ଏବଂ ପୁରନଙ୍କ ଅପରାଜିତ ୪୮ ରନ୍‌ ଦଳକୁ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଛି । ସନରାଇଜର୍ସ ହାଇଦ୍ରାବାଦକୁ ୧୬୬ ରନ୍‌ ଟାର୍ଗେଟ ଦେଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଏଲର ୫୭ ତମ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଏବଂ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି । ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ସେପଟେ ହାଇଦ୍ରାବାଦର ବୋଲର ଲକ୍ଷ୍ନୌକୁ ବଡ଼ ସ୍କୋର କରିବାକୁ ରୋକିଥିଲେ । ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରିବା ସହ କେବଳ ୧୨ ରନ୍‌ ଦେଇ ୨ ଓ୍ବିକେଟ ନେଇଛନ୍ତି । ତାଙ୍କ ପରେ ପାଟ କମିନ୍ସ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଆଇପିଏଲର ପଏଣ୍ଟ ଟେବୁଲ୍‌ କଥା କହିଲେ, ସନରାଇର୍ଜସ ହାଇଦ୍ରାବାଦ ୧୧ରୁ ୬ଟି ମ୍ୟାଚ୍‌ରେ ବିଜୟୀ ହୋଇ ୪ ନମ୍ବର ସ୍ଥାନରେ ରହିଛି । ସେହିଭଳି ୧୧ରୁ ୬ଟି ମ୍ୟାଚ୍‌ରେ ବଜୟୀ ହୋଇଥିଲେ ହେଁ ଲକ୍ଷ୍ନୌ ଖରାପ ରନ ରେଟ୍‌ କାରଣରୁ ୬ ନମ୍ବର ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ ପଏଣ୍ଟ ଟେବୁଲର ଉପରକୁ ଉଠିବ ।

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.