ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଶ୍ରୀମନ୍ଦିରର ୩ ଦ୍ୱାର ହେବ ରୂପା ଛାଉଣୀ, ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ, ୦୯।୦୫ : ଶ୍ରୀମନ୍ଦିର ତିନି ଦ୍ଵାରର ହେବ ରୂପା ଛାଉଣୀ। ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପରିଚାଳନା କମିଟି ସେବାୟତ ସଦସ୍ୟ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ହସ୍ତୀ ଦ୍ଵାର ବା ପଶ୍ଚିମ ଦ୍ଵାର, ବ୍ୟାଘ୍ର ବା ଉତ୍ତର ଦ୍ଵାର ଓ ଅଶ୍ଵ ବା ଦକ୍ଷିଣ ଦ୍ଵାରର ରୂପା ଛାଉଣୀ କରାଯିବ। ରଥଯାତ୍ରା ପୂର୍ବରୁ ଏହି ତିନି ଦ୍ଵାର ରୂପାରେ ଝଲସିବ। 

ନୂଆ ବର୍ମା ଶାଗୁଆନ କାଠରେ ଏହି ଦ୍ଵାରର ନିର୍ମାଣ କରାଯିବାକୁ ଥିବାବେଳେ ରିଲାଏନ୍ସ ଏନେଇ କାଠ ଓ ରୂପା ଦାନରେ ଦେବ। ତେବେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରାୟ ୫ଶହ କେଜି ରୂପା ଲାଗିଥିବା ବେଳେ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ ମଧ୍ୟ ୫ଶହ କେଜି ଲେଖାଏଁ ୧୫ଶହ କେଜି ରୂପା ଲାଗିବ।‌ କମ୍ପାନୀ ତରଫରୁ ସ୍ଵତନ୍ତ୍ର କାରିଗର ଆସି ଏହି ନିର୍ମାଣ କାର୍ଯ୍ୟ କରିବେ। ରୂପା ଉପରେ କେଉଁ କାର୍ଯ୍ୟ ରହିବ ସେନେଇ ଆଜି ବୈଠକରେ ନିଷ୍ପତ୍ତି ନିଆଯିବ। 

ରଥଯାତ୍ରା ପୂର୍ବରୁ ଯେଭଳି ଭାବେ ଏହି କାର୍ଯ୍ୟ ଶେଷ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହେବ। ପୂର୍ବରୁ ଶ୍ରୀମନ୍ଦିର ବେହରଣ ଦ୍ଵାର, ଜୟ ବିଜୟ ଦ୍ଵାର, ଭୋଗମଣ୍ଡପ ପଶ୍ଚିମ ପାର୍ଶ୍ଵ ଦ୍ଵାର, ସାତ ପାହାଚ ଦ୍ଵାର, ଆଦି ନୃସିଂହ, ମା ବିମଳା ଓ ମହାଲକ୍ଷ୍ମୀ ମନ୍ଦିରର ନୂଆ ବର୍ମାଟିକ ନିର୍ମାଣ କରାଯିବା ସହ ଏଥିରେ ରୂପା ଚାଦର ଆଚ୍ଛାଦିତ ହୋଇଥିଲା। ସେହିପରି ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ଵାର ମଧ୍ୟ ରୂପା ଛାଉଣୀ ହୋଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.