ପ୍ରମୁଖ ଖବର
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଗୁଜବକୁ ଚ୍ୟାଲେଞ୍ଜ୍‌ ଦେଲେ ସୋନାକ୍ଷୀ, କହିଲେ 'ଏକସଙ୍ଗେ ୬ ହିରୋ ଥିବା ଫିଲ୍ମ ନିର୍ମାଣ କରିବାକୁ ଚେଷ୍ଟା କରି ଦେଖାଅ ’...

ମୁମ୍ବାଇ ୦୯/୦୫: ‘ହୀରାମଣ୍ଡି: ଦ ଡାଇମଣ୍ଡ୍‌ ବାଜାର’ ସିରିଜ୍‌କୁ ନେଇ ସବୁଠି ଚର୍ଚ୍ଚା । ଏଥିରେ ସୋନାକ୍ଷୀ ଉଭୟ ମା’ ରିହାନା ଓ ଝିଅ ଫରୀଦନ ଭୂମିକା ନିର୍ବାହ କରିଛନ୍ତି । ଏଥିପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା ମିଳୁଛି । ସିରିଜ୍‌ରେ ତାଙ୍କ ସହ ଅନେକ ଶୀର୍ଷ ନାୟିକା ଅଛନ୍ତି । ସମସ୍ତେ ପରଦାରେ ପରସ୍ପରକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଅନେକ ଥର ଗୁଜବ ଉଠିଛି, ସେଟ୍‌ରେ ସବୁ ନାୟିକାଙ୍କ ମଧ୍ୟରେ ଏକ ପ୍ରକାର ଟକ୍କର ଚାଲିଥିଲା । କାହାର କାହା ସହିତ ପଡୁନଥିଲା । 

ଏ ନେଇ ସୋନାକ୍ଷୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସୋନାକ୍ଷୀ ଏହି ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । କହିଛନ୍ତି, ଯିଏ ଏହି ଗୁଜବ ପ୍ରଚାର କରିଛି, ସେ ନିଜେ ଖୁବ୍‌ ଚିନ୍ତିତ ଥିବ । ‘ହୀରାମଣ୍ଡି’ ଆମ ସମସ୍ତଙ୍କ ପାଇଁ ଏକ ଚମତ୍କାର ଅନୁଭବ ଥିଲା । ଏହା ମୋ ଜୀବନର ସବୁଠୁ ଭଲ କାମର ଅନୁଭବ ମଧ୍ୟରେ ଅନ୍ୟତମ । ଯିଏ ବି ଏଭଳି ଗୁଜବ ପ୍ରଚାର କରୁଛି, ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ୍‌ କରୁଛି, ଏକସଙ୍ଗେ ୬ ହିରୋ ଥିବା ଫିଲ୍ମ ନିର୍ମାଣ କରିବାକୁ ଚେଷ୍ଟା କରି ଦେଖାଅ ।’ 

ସିରିଜ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ପ୍ରତ୍ୟେକ ଅଭିନେତ୍ରୀଙ୍କୁ ସେମାନଙ୍କ ହିସାବରେ ପରଦାରେ ଉପସ୍ଥାପନ କରିଛନ୍ତି । ସମସ୍ତଙ୍କୁ ସମାନ ଭାବେ ପରଦା ପ୍ରଦାନ କରିଛନ୍ତି । ପ୍ରତ୍ୟେକ ଅଭିନେତ୍ରୀଙ୍କୁ ସମାନ ଭାବେ ପ୍ରାଧାନ୍ୟ ଦେବା ଭଂସାଲିଙ୍କ ପାଇଁ ଅତି ସହଜ ଥିଲା । ସେ ଏହାକୁ ଅତି ନିଖୁଣ ଭାବେ ନ୍ୟାୟ ଦେଇଛନ୍ତି । ସମସ୍ତ ନାୟିକା ଏକାଠି କାମ କରି ଖୁବ୍‌ ଆନନ୍ଦିତ ବୋଲି ସୋନାକ୍ଷୀ କହିଛନ୍ତି । ସୁଟିଂ ବେଳେ ସମସ୍ତେ ପରସ୍ପରକୁ ସମର୍ଥନ କରୁଥିଲେ । କାରଣ ‘ହୀରାମଣ୍ଡି’ ଅତ୍ୟନ୍ତ ଜଟିଳ ସେଟ୍‌ ଥିଲା । ବେଶ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ କାମ କରିବାର ସୁଯୋଗ ପାଇଥିଲେ ବୋଲି ସୋନାକ୍ଷୀ କହିଛନ୍ତି । ଗତ ୧ ତାରିଖରୁ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେଉଛି ‘ହୀରାମଣ୍ଡି’ । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଛି । ଏଥିରେ ମନୀଷା କୋଇରାଲା, ଋଚା ଚଡ୍‌ଢା, ଅଦିତି ରାଓ ହୈଦରୀ, ଶର୍ମିନ ସେଗଲ ଓ ଫରୀଦା ଜଲାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.