ପ୍ରମୁଖ ଖବର
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

'ପୁଲିସର କ୍ଷମତା ଛଡ଼ାଇ ନେଲେ'; ସନ୍ଦେଶଖାଲି ମାମଲାରେ ସିବିଆଇ ଯାଞ୍ଚ ବିରୁଦ୍ଧରେ ସୁପ୍ରିମକୋର୍ଟରେ ମମତା ସରକାର

Image source: Livehindustan

ନୂଆଦିଲ୍ଲୀ,୨୮/୦୪: କୋଲକାତା ହାଇକୋର୍ଟ ସନ୍ଦେଶଖାଲିରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ଓ ଜମି ହଡ଼ପ ଅଭିଯୋଗର ସିବିଆଇ ଯାଞ୍ଚ ନିର୍ଦ୍ଦେଶ ବିରୁଦ୍ଧରେ ପଶ୍ଚିମ ବଙ୍ଗ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏହି ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣୀ କରିବେ। ଜଷ୍ଟିସ୍‌ ବି ଆର୍‌ ଗଓ୍ବଇ ଏବଂ ଜଷ୍ଟିସ୍‌ ସନ୍ଦିପ ମେହଟ୍ଟାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି। 

ସର୍ବୋଚ୍ଚ ଅଦାଲତଙ୍କୁ ଦେଇଥିବା ଆବେଦନରେ ରାଜ୍ୟ ସରକାର ଆପତ୍ତି ଦର୍ଶାଇଛନ୍ତି ଯେ, ୧୦ ଏପ୍ରିଲ ୨୦୨୪ରେ ରାଜ୍ୟ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ରାଜ୍ୟର ପୁଲିସ ଓ ସମଗ୍ର ଅମଲାତନ୍ତ୍ରକୁ ହତୋତ୍ସାହିତ କରିଛି। ଆବେଦନରେ କୁହାଯାଇଛି ଯେ, ' ହାଇକୋର୍ଟ ଅତି ସାମାନ୍ୟ ନିର୍ଦ୍ଦେଶରେ ରାଜ୍ୟକୁ କୌଣସି ମାର୍ଗଦର୍ଶିକା ଜାରି ନକରି ସିଧାସଳଖ ସିବିଆଇକୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ସନ୍ଦେଶଖାଲି ମାମଲାରେ କୌଣସି ପ୍ରକାର ଅପରାଧର ଯାଞ୍ଚ କରିବା ପାଇଁ ରାଜ୍ୟ ପୁଲିସର କ୍ଷମତାକୁ ହତୋତ୍ସାହିତ କରିବା ସହିତ ସମାନ ଅଟେ।' 

ସନ୍ଦେଶଖାଲିରେ ଇଡିର ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ଯାଞ୍ଚ ପ୍ରଥମରୁ ସିବିଆଇ କରିଆସୁଛି ଏବଂ ଏଜେନ୍ସି ପକ୍ଷରୁ ଜାନୁଆରୀ ୫ର ଘଟଣାରେ ତିନି ଏଫଆଇଆର ପଞ୍ଜିକୃତ କରିଛନ୍ତି। ହାଇକୋର୍ଟ ସିବିଆଇକୁ ସନ୍ଦେଶଖାଲି ମହିଳାଙ୍କ ବିରୁଦ୍ଧରେ ଅପରାଧ ଓ ଜମି ହଡ଼ପ କରିବା ଅଭିଯୋଗର ଯାଞ୍ଚ କରିବା ଓ ଶୁଣାଣୀର ଆଗାମୀ ତାରିଖକୁ ଏକ ବିସ୍ତୃତ ରିପାର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ତମାମ ମାମଲାର ଆଗାମୀ ଶୁଣାଣି ପାଇଁ ମେ ୨ ତାରିଖକୁ ସୂଚୀଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଏପରିିକି ସିବିଆଇକୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

You can also read: ସରକାରୀ ଓ୍ବେବସାଇଟ୍‌ରେ ନିଯୁକ୍ତି ଆସିଲା ୧.୦୯ କୋଟି, ଆବେଦନ କଲେ ୮୭.୨୭ ଲକ୍ଷ, ସତ୍ୟାସତ୍ୟ କ'ଣ?


 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.