ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଲିଭ-ଇନ ନାଁରେ ଠକଇେ... ୩.୬୦ଲକ୍ଷ ନେଲା ପରେ ସାଙ୍ଗରେ ରହିବାକୁ ଆସିଲେ ଯୁବତୀ, ୩ଦିନ ପରେ ଫେରାର

ନୂଆଦିଲ୍ଲୀ,୯/୫ : ସାଞ୍ଚୋରରେ ଏକ ବ୍ୟକ୍ତିଙ୍କ ସହ ଲିଭ-ଇନ ରିଲେଶନଶିପ ନାଁରେ ଠକେଇର ମାମଲା ସାମ୍ନାକୁ ଆସିଛି । ଟଙ୍କା ନେଇ ଲିଭ-ଇନରେ ରହିବାକୁ ଆସିଥିବା ଯୁବତୀ ଘରର ଦାମୀ ଜିନିଷ ଏବଂ ଗହଣା ନେଇ ୩ଦିନ ପରେ ଚାଲିଯାଇଛନ୍ତି ।  ଏହାସହ ପୀଡ଼ିତଙ୍କଠାରୁ ୩ଲକ୍ଷ ୬୦ହଜାର ଟଙ୍କା ବି ନେଇ ଯାଇଛନ୍ତି । ଏହାପରେ ପୀଡ଼ିତ ଜଣଙ୍କ ଥାନାକୁ ଯାଇ ୭ଜଣ ଲୋକଙ୍କ ବିରୁଦ୍ଧରେ ଠକେଇ ମାମଲା  ରୁଜୁ କରିଛନ୍ତି ।

ସାଞ୍ଚୋରର ହାଡେଚା ନିବାସୀ ଗଣପତ ଲାଲ ନିଜ ରିପୋର୍ଟରେ କହିଛନ୍ତି କି ପ୍ରାୟ ୧୫ରୁ ୧୬ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା, କିନ୍ତୁ କୌଣସି ପିଲା ନଥିଲା । ୨୭ଏପ୍ରିଲରେ କଣ୍ଟୋଲରେ ରହୁଥିବା ଓଖାରାମଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେତେବେଳେ ତାଙ୍କର ଏକ ବନ୍ଧୁ୍‌ଙ୍କ ସମ୍ପର୍କରେ ଜଣେ ଯୁବତୀ ଥିବା କଥା କହିଥିଲେ । ପରେ ଓଖାରାମ ଏବଂ ହିମ୍ମଭାଇଙ୍କୁ ଘରକୁ ନେଇ ଆସିଲେ । ଏହାପରେ ଉଭୟେ ଯୁବତୀଙ୍କ ଫଟୋ ଦେଖାଇଲେ ଏବଂ କହିଥିଲେ କି ୪ଲକ୍ଷ ଟଙ୍କା ଦେଲେ ସେ ଲିଭ-ଇନରେ ରହିବାକୁ ରାଜି ହୋଇଯିବେ ।

ପୀଡ଼ିତ ଉଭୟଙ୍କ ସାମ୍ନା‌ରେ ସନ୍ତାନ ନ ହେବାର କଥାକୁ ଆଉ ଥରେ କହିଥିଲେ । ଏହାପରେ କଥା ୩ଲକ୍ଷ ୬୦ହଜାର ଟଙ୍କାରେ ପକ୍କା ହୋଇଥିଲା । ଏହାପରେ ଦ୍ବିତୀୟ ଦିନ ଫୋନ-ପେ ଜରିଆରେ ଅନଲାଇନ ଟଙ୍କା ଟ୍ରାନ୍ସଫର କରିଥିଲେ । ଏହାପରେ ଅଭିଯୁକ୍ତ ଧୋଖାରାମଙ୍କ ଘର ବାଲେତରା ଡାକିଥିଲେ । ସେଠା‌ରେ ଅଭିଯୁକ୍ତ ଧୋଖାରାମ, ଓଖାରାମ, ହିମ୍ମତ ଭାଇ ଏବଂ ଯୁବତୀ ସରିତା ଉବଲା ନିବାସୀ ହୋଶଂଗାବାଦ, ମଧ୍ୟପ୍ରଦେଶ ଉପସ୍ଥିତ ଥିଲେ । କଥାବାର୍ତ୍ତା ପରେ ଅନଲାଇନ ଭିନ୍ନ ଭିନ୍ନ ମୋବାଇଲରେ ୭୫୦୦୦ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ନିଜର ଡିଲ ହେବା ପରେ ବାଲେତରା କୋର୍ଟ ଯାଇ ଲିଭ-ଇନ ରିଲେଶନଶିପକୁ ଆଇନ ସମ୍ମତ କରାଯାଇଥିଲା । ପରେ ୧୧୫୦୦୦ନଗଦ ଟଙ୍କା ଓଖାରାମଙ୍କୁ ଦିଆଯାଇଥିଲା।  ଏହାପ‌ରେ ଅଭିଯୁକ୍ତ ସରିତା ଲିଭ-ଇନ ରିଲେଶନଶିପରେ ସାଙ୍ଗରେ ରହିବା ଲାଗି ତାଙ୍କ ଘରେ ପହଞ୍ଚିଥିଲେ । ୩ଦିନ ପରେ ଏକ ଗାଡ଼ିରେ ଆସିଥିବା ଅଜ୍ଞାତ ଏକ ବ୍ୟକ୍ତି ଏବଂ ୩ମହିଳାଙ୍କ ସହ ସରିତା ଫେରାର ହୋଇଯାଇଥିଲେ । ଘରକୁ ଯାଇ ଦେଖିଥିଲେ ତ ଘରର ସୁନା ଚାନ୍ଦି ଗହଣା ନଥିଲା । ଏହାପରେ ପୀଡ଼ିତ ଗଣପତ ଲାଲ ଓଖାରାମ, ଧୋଖାରାମ, ହିମ୍ମତ ଭାଇ, ସରିତା ଏବଂ ତିନ ଅଜ୍ଞାତ ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.