ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା

Image Courtesy: cnbctv18

ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା ।ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଗ୍ରହଣ କରିନେଇଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସାମ ପିଟ୍ରୋଡା ଖୋଦ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଏହି ଇସ୍ତଫା କଂଗ୍ରେସ ଗ୍ରହଣ କରିନେଇଛି ।’ ଜୟରାମ ରମେଶଙ୍କୁ ଏହି ପୋଷ୍ଟକୁ ରିପୋଷ୍ଟ କରିଛନ୍ତି ସାମ ପିଟ୍ରୋଡା । ତେବେ ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସାମ ପିଟ୍ରୋଡାଙ୍କ ଏକ ଭିଡିଓକୁ ନେଇ ଭାରତରେ ବିବାଦ ତୀବ୍ର ହେବା ପରେ ସେ ଇସ୍ତଫା ଦେଇଛନ୍ତି । 

 ଗତକାଲି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସାମ ପିଟ୍ରୋଡା ଭାରତର ବିଭିନ୍ନ ସ୍ଥାନର ଲୋକମାନଙ୍କ ଉପରେ ବର୍ଣ୍ଣବୈଷମ୍ୟ ସଂପର୍କିତ ମନ୍ତବ୍ୟ ଦେଇଥିଲେ । ଭିନ୍ନ ଭିନ୍ନ ଅଞ୍ଚଳର ଲୋକଙ୍କ ଶରୀରର ରଙ୍ଗକୁ ନେଇ ଚୀନ୍‌, ଆଫ୍ରିକା, ୟୁରୋପ ସହିତ ତୁଳନା କରିଥିଲେ । ପୂର୍ବ ଭାରତର ଲୋକଙ୍କୁ ଚୀନ୍‌, ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକୀୟ ଲୋକଙ୍କ ସହିତ ତୁଳନା କରିବା ସହ ପଶ୍ଚିମ ଭାରତର ଲୋକ ଆରବବାସୀଙ୍କ ପରି ଦେଖାଯାଉଥିବା ନେଇ କହିଥିଲେ ସାମ ପିଟ୍ରୋଡା । ଏହାକୁ ନେଇ କଂଗ୍ରେସ ଉପରେ ଖୁବ ବର୍ଷିଥିଲା ବିଜେପି । ଏହା ପରେ କଂଗ୍ରେସ ପିଟ୍ରୋଡାଙ୍କ ମନ୍ତବ୍ୟ ସହ ଦଳର ସଂପର୍କ ନାହିଁ ବୋଲି କହିଥିଲା । 

 ସେପଟେ କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ‘ପିଟ୍ରୋଡା ଭାରତର ବିବିଧତାକୁ ଦର୍ଶାଇବାକୁ ଯାଇ ଯେଉଁଭଳି ତୁଳନାତ୍ମକ ଉଦାହରଣ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଭାରତୀୟ କଂଗ୍ରେସ ଏଭଳି ଅପମାନସୂଚକ ଟିପ୍ପଣୀ ପାଖରୁ ନିଜକୁ ଦୂରେଇ ରଖୁଛି ।’ 

 

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.