ପ୍ରମୁଖ ଖବର
  • ଆସନ୍ତା ୨୦ରେ ପୁରୀ ରୋଡ଼ ସୋ କରିବେ ମୋଦି, ଅନୁଗୁଳ ଓ କଟକରେ କରିବେ ଜନସଭା
  • ||
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ଭାଙ୍ଗିବ ଲରେନ୍ସର ଅହଙ୍କାର; କଡ଼ା ଆଇନଗତ ପଦକ୍ଷେପ ନେବାକୁ ଯାଉଛି ମହାରାଷ୍ଟ୍ର ପୁଲିସ

Image source: NDTV

ମୁମ୍ବାଇ,୨୭/୦୪: ଲରେନ୍ସ ବିଷ୍ଣୋଇ...ପଞ୍ଜାବ ବିଶ୍ବବିଦ୍ୟାଳୟରେ ପଢ଼ୁ‌ଥିବା ସମୟରେ ନିଜର ଗ୍ୟାଙ୍ଗ ଆରମ୍ଭ କରିଥିବା ଏକ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ଯାହାର ନେଟଓ୍ବର୍କ ପଞ୍ଜାବ ଓ ରାଜସ୍ଥାନ ସମେତ ଉତ୍ତର ଭାରତର ଅନେକ ରାଜ୍ୟକୁ ବ୍ୟାପିଛି। ଜେଲ୍‌ର ଚାରିକାନ୍ଥ ଭିତରେ ରହି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏହାର ସବୁ ଯୋଜନାକୁ ସଫଳ କରାଇପାରୁଛି। ଏବେ ସେହି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଅହଙ୍କାର ଏବେ ଭାଙ୍ଗିବାକୁ ଯାଉଛି। ଲରେନ୍ସକୁ ନେଇ ମହାରାଷ୍ଟ୍ର ପୁଲିସ ଏପରି ଏକ ପଦକ୍ଷେପ ନେବାକୁ ଯାଉଛି ଯାହାକି ଲରେନ୍ସର ରାତିର ନିଦ ହଜାଇଦେବ। ଏହି ପଦକ୍ଷେପ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ଜଡ଼ିତ। କହିରଖୁଛୁ ଯେ, ସଲମାନ ଖାନଙ୍କ ଘର ଆଗରେ ଗୁଳି ମାଡ଼ ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ମକ୍କୋକା ଲଗାଇଛି, ଯାହାର ପ୍ରକୋପ ଏବେ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ପାଖରେ ପହଞ୍ଚିବ।

ସଲମାନ ଖାନଙ୍କ ଘର ଆଗରେ ଗୁଳି ମାଡ଼ ମାମଲାରେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନାଁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଅଛି। ଅନମୋଲ ବର୍ତ୍ତମାନ ଭାରତ ବାହାରେ ତଥା ବିଦେଶରେ ବସି ସଲମାନଙ୍କ ଘରେ ଗୁଳି ଚଳାଇବାର ଷଡଯନ୍ତ୍ର କରିଥିଲା। ଉଦ୍ଦେଶ୍ୟ ଥିଲା ସଲମାନଙ୍କ ମନରେ ଲରେନ୍ସ ବିଷ୍ଣୋଇ ନାଁରେ ଭୟ ସୃଷ୍ଟି କରିବା। ଉଦ୍ଦେଶ୍ୟ ଥିଲା କୃଷ୍ଣକାୟ ହରିଣ ଶିକାର ମାମଲାରେ ସଲମାନ ଖାନଙ୍କୁ ଏକ ଶିକ୍ଷା ଦେବା। ସଲମାନଙ୍କ ଘରେ ଗୁଳିରେ ଭରି ରହିଥିବା ଦୁଇଟି ମାଗାଜିନ୍ ଖାଲି କରିବାକୁ ସୁଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ଉଭୟ ସୁଟର ପୋଲିସର ହେପାଜତରେ ଅଛନ୍ତି, କ୍ରାଇମବ୍ରାଞ୍ଚ ଶାଖା ଲରେନ୍ସ ଗ୍ୟାଙ୍ଗ ଉପରେ ନଜର ରଖିଛି।

ମହାରାଷ୍ଟ୍ର ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ଏବଂ ଅନମୋଲର ନାଁ ରହିଛି। ଶୁକ୍ରବାର ଦିନ ଅନମୋଲ ବିଷ୍ଣୋଇ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା। ମୁମ୍ବାଇ କ୍ରାଇମ ବ୍ରାଞ୍ଚ କହିଛି ଯେ ପଚରାଉଚରା ପାଇଁ ଟିମ୍‌ ଶୀଘ୍ର ଲରେନ୍ସ ବିଷ୍ଣୋଇକୁ ହେପାଜତକୁ ନେଇପାରେ। ଏଥି ସହିତ ଏହି ମାମଲାରେ ଏମ୍‌ସିଓସିଏ ବା ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ ଲାଗୁ କରାଯାଇଛି। ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜୁରାଟର ସାବରମତି ଜେଲରେ ଅଛି। 

କ'ଣ ଏହି ମକୋକା?

ଅଣ୍ଡରୱାର୍ଲ୍ଡର ଅଣ୍ଟା ଭାଙ୍ଗିବା ଲକ୍ଷ୍ୟରେ ମହାରାଷ୍ଟ୍ର ସରକାର ୧୯୯୯ ରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (MCOCA) ଆଣିଥିଲେ। ଏହି ଆଇନର ଉଦ୍ଦେଶ୍ୟ ଥିଲା କୌଣସି ଏକ ଅପରାଧକୁ ଯଦି ଏକ ମିଳିତ ଅପରାଧିକ ଗ୍ୟାଙ୍ଗର ସମ୍ପୃକ୍ତିରେ କରାଯାଇଥାଏ, ତେବେ ଏହା ବିରୁଦ୍ଧରେ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ମକୋକା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଏହି ଆଇନ ଅନୁଯାୟୀ ଜଣେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଜାମିନ ପାଇପାରିବ ନାହିଁ। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ର ଚାରିକାନ୍ଥ ପଛରେ ରହିବାକୁ ପଡ଼ିବ। ବର୍ତ୍ତମାନ ଏହି ନିୟମ ମହାରାଷ୍ଟ୍ର ଏବଂ ଦିଲ୍ଲୀ ପାଇଁ ପ୍ରଯୁଜ୍ୟ। 

You can also read: ଅଗ୍ନି କବଳିତ ନୈନିତାଲ; ହାଇକୋର୍ଟ କଲୋନୀ ପର୍ଯ୍ୟନ୍ତ ବ୍ୟାପିଲାଣି ନିଆଁ, ଲିଭାଇବାକୁ ଅହରହ ପ୍ରୟାସରେ ବନବିଭାଗ ଓ ବାୟୁସେନା


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.