ପ୍ରମୁଖ ଖବର
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଭାରତର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚାହୁଁଛି ଆମେରିକା, ପନ୍ନୁ ହତ୍ୟା ମାମଲାରେ ଋଷର ବଡ଼ ଦାବି

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ହେବ। ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭାରତର ଲୋକସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଆମେରିକା ପ୍ରୟାସ କରୁଛି ବୋଲି ଦାବି କରିଛି ଋଷିଆ । ଏହା ସହ ଭାରତର ରାଜନୈତିକ ସ୍ଥିତିକୁ ଅସନ୍ତୁଳିତ କରିବାକୁ ଉଦ୍ୟମ କରିବା ଭାରତ ପ୍ରତି ଅପମାନଜନକ ବୋଲି ଋଷିଆ କହିଛି । 

ଆମେରିକାର ଗତିବିଧିକୁ ନେଇ ଋଷର ଏଭଳି ଦାବିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭାରତର ରାଜନୈତିକ ସ୍ଥିତି ବିଗାଡ଼ିବାକୁ ଆମେରିକା ପ୍ରୟାସ କରୁଥିବା ନେଇ ଋଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିୟା ଜାଖାରୋଭା କହିଥିବା ନେଇ ଋଷର ଏକ ସରକାରୀ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି । ଋଷ ମୁତାବକ, ଭାରତର ଲୋକସଭା ନିର୍ବାଚନରେ ଦଖଲ ଦେବାକୁ ଆମେରିକା ପ୍ରୟାସ କରୁଛି । ନିର୍ବାଚନ ପରିପ୍ରେକ୍ଷୀରେ ଭାରତକୁ ଅସ୍ଥିର କରିବା ଆମେରିକାର ଉଦ୍ଦେଶ୍ୟ ବୋଲି ଋଷ କହିଛି ।

ଋଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତର ଧାର୍ମିକ ସ୍ୱାଧୀନତା ଉପରେ ଆମେରିକା କ୍ରମାଗତ ଭାବେ ଅଭିଯୋଗ କରି ଆସିଛି । ଭାରତର ଆଭ୍ୟନ୍ତରୀଣ ରାଜନୈତିକ ଦୃଶ୍ୟପଟ୍ଟରେ ବାଧା ସୃଷ୍ଟି କରିବା ଓ ସାଧାରଣ ନିର୍ବାଚନରେ ଅସ୍ଥିରତା ସୃଷ୍ଟି କରିବାକୁ ଆମେରିକା ଚେଷ୍ଟା କରୁଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେବା ନେଇ ଆମେରିକାର ଏହି କାର୍ଯ୍ୟକଳାପ ଭାରତ ପ୍ରତି ଅପମାନଜନକ ବୋଲି ମଧ୍ୟ ଋଷିଆ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ, କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ହତ୍ୟା ମାମଲାରେ ଭାରତୀୟଙ୍କ ହାତ ଥିବା ନେଇ ଆମେରିକା ଅଭିଯୋଗ କରିଆସିଛି । ଆଉ ଏବେ ଭାରତ ସମର୍ଥନରେ ବାହାରିଛି ଋଷିଆ ।  ଋଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିୟା ଜାଖାରୋଭା କହିଛନ୍ତି, ପନ୍ନୁର କଥିତ ହତ୍ୟାକୁ ନେଇ ଭାରତ ଉପରେ ଅଭିଯୋଗ କରିବା ଏକ ଦେଶ ଭାବରେ ଭାରତ ପାଇଁ ଏହା ଅପମାନଜନକ । ସେ ଆହୁରି କହିଛନ୍ତି, ଭାରତ ବିରୋଧରେ ଲଗାତାର ମିଥ୍ୟା ଅଭିଯୋଗ ଲଗାଉଛନ୍ତି । ଧାର୍ମିକ ସ୍ବତନ୍ତ୍ରତା ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ କରୁଛି ଆମେରିକା । ପନ୍ନୁର ହତ୍ୟା ମାମଲାରେ ଆମେରିକାର ଅଭିଯୋଗ ଏହା ଦର୍ଶାଉଛି ଯେ, ତାକୁ ଭାରତୀୟ ଇତିହାସ ସଂପର୍କରେ ଭୁଲ ଧାରଣା ରହିଛି । ସାଧାରଣ ନିର୍ବାଚନ ସମୟରେ ଏଭଳି ଅଭିଯୋଗ ମାଧ୍ୟମରେ ଆମେରିକା ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । 

ଏହା ପୂର୍ବରୁ ସୋମବାର ଦିନ ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଥିଲେ, ଭାରତକୁ ପନ୍ନୁ ହତ୍ୟା ମାମଲାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ । ଭାରତ କରୁଥିବା ତଦନ୍ତର ଫଳାଫଳ ଜାଣିବାକୁ ଅପେକ୍ଷା କରିଛି ଆମେରିକା । ତେବେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ହତ୍ୟାକଣ୍ଡ ପଛରେ ଜଣେ ଭାରତୀୟ ଅଧିକାରୀଙ୍କ ହାତ ଅଛି ବୋଲି ଆମେରିକା ଅଭିଯୋଗ କରିଆସିଛି । ଏହି ମାମଲାରେ ଚେକ୍‌ ଗଣରାଜ୍ୟରେ ଜଣେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଗିରଫ ମଧ୍ୟ କରାଯାଇଛି ।

  • Russia
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.