ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆରସିବିର ହ୍ୟାଟ୍ରିକ୍‌ ବିଜୟ, ଗୁଜରାଟକୁ ୪ ଓ୍ବିକେଟରେ ହରାଇଲା ବେଙ୍ଗାଲୁରୁ

Image Courtesy: espncricinfo

ବେଙ୍ଗାଲୁରୁ: ଫାଫ୍‌ ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଆରସିବିକୁ ବିଜୟୀ କରିଛି । ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଆରସିବି ୧୩.୪ ଓଭରରେ ୧୫୨ ରନ୍‌ କରିବା ସହ ଲକ୍ଷ୍ୟ ହାସଲ କରିଛି । ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିବା ଆରସିବିର ଦୁଇ ଓପନର ବିରାଟ କୋହଲି ଏବଂ ଫାଫ୍‌ ଡୁପ୍ଲେସିସ୍‌  ଭଲ ଆରମ୍ଭ ଦେଇଥିଲେ । ୨୩ ବଲ୍‌ରୁ ୩ ଛକା ଏବଂ ୧୦ଟି ଚୌକା ମାରି ୬୪ ରନ୍‌ କରି ଆଉଟ୍‌ ହୋଇଥିଲେ ଫାଫ୍‌ । ସେହିଭଳି ବିରାଟ କୋହଲି ୨୭ ବଲ୍‌ରେ ୪୨ ରନ୍‌ କରିଥିଲେ।

 ଏମିତି ଲାଗୁଥିଲା ଯେମିତି ଆରସିବି ମାତ୍ର ୧୦ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେବ । କିନ୍ତୁ ଡୁପ୍ଲେସିସି ଆଉଟ ହୋଇଯିବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲା ଆରସିବି । ଶେଷରେ ଦୀନେଶ କାର୍ତ୍ତିକ ସବୁଥର ଭଳି ଏଥର ଭଲ ପ୍ରଦର୍ଶନ କରିଥିଲେ। ଡିକେଙ୍କ ଅପରାଜିତ ୨୧ ରନ୍‌ ବଳରେ ଆରସିବି ୬ ଓ୍ବିକେଟ ବିନିମୟରେ ବିଜୟୀ ହୋଇଛି । ସେପଟେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଜୋଶୁଆ ଲିଟିଲ୍‌ ୪ଟି ଓ୍ବିକେଟ ନେଇଥିବା ବେଳେ ନୂର  ଅହମ୍ମଦ ୨ଟି ଓ୍ବିକେଟ ନେଇଛନ୍ତି ।

ଆଇପିଏଲ ୨୦୨୪ର ୫୨ ତମ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଥିଲା ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଟିମ୍‌ ଗୁଜରାଟ ଟାଇଟନ୍ସ । ଦଳ ୧୯.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୪୭ ରନ୍‌ କରିଥିଲା ଦଳ । ଆଜିର ମ୍ୟାଚ୍‌ରେ ଅଧିନାୟକ ଶୁଭମନ ଗିଲ ୨ ରନ୍‌ କରି ଆଉଟ ହୋଇଥିଲେ । ସେହିଭଳି ରିଦ୍ଧିମାନ ଶାହ ୧ ଏବଂ ସାଇ ସୂଦର୍ଶନ ୬ ରନ୍‌ କରି  ପ୍ୟାଭିଲିୟନ୍‌ ଫେରିଥିଲେ । 

 ଶାହରୁଖ ଖାନ(୩୭), ଡେଭିଡ ମିଲିର (୩୦), ରାହୁଲ ତେଓ୍ବତିଆ (୩୫), ରାଶିଦ ଖାନ (୧୮), ବିଜୟ ଶଙ୍କର (୧୦) ଓ ମାନବ ସୁତାର(୧) ବଳରେ ଦଳ ୧୪୭ ରନ୍‌ କରିଥିଲା । ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଗରେ ଥିଲା ୧୪୮ ରନ୍‌ର ବିଜୟ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ଆରସିବି ।

ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ଟିମର ବୋଲର କମାଲ ପ୍ରଦର୍ଶନ କରିଥିଲେ । ମହମ୍ମଦ ସିରାଜ, ୟଶ ଦୟାଲ ଏବଂ ବିଜୟକୁମାର ବୈଶାଖ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି କ୍ୟାମେରନ୍‌ ଗ୍ରୀନ୍‌ ଏବଂ କର୍ଣ୍ଣ ଶର୍ମା ୧ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।  

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.