ପ୍ରମୁଖ ଖବର
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ସମ୍ବଲପୁରରେ ରାଜନୀତି ସରଗରମ: ଚର୍ଚ୍ଚାରେ ଜୟ- ରାସେଶ୍ୱରୀ ଭେଟ

ସମ୍ବଲପୁର,୦୯/୦୫: ଗତ ୨୦୧୯  ସାଧାରଣ ନିର୍ବାଚନରେ ତତ୍କାଳୀନ ବିଜେଡି ନେତ୍ରୀ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା ।  ପ୍ରତିଦ୍ୱନ୍ଦ୍ୱିତା ଏଭଳି ସ୍ତରକୁ ଯାଇଥିଲା ଯେ, ତାହା ଏକପ୍ରକାର ବ୍ୟକ୍ତିଗତ ଆକ୍ଷେପ  ପ୍ରତି ଆକ୍ଷେପ ସ୍ତରରେ ପହଞ୍ଚିଥିଲା ।  ହେଲେ ବୁଧବାର ସେହି ଦୁଇ ନେତାନେତ୍ରୀଙ୍କ  ସାକ୍ଷାତ ଘଟଣା ସମ୍ବଲପୁରର ରାଜନୀତିକୁ  ସରଗରମ କରି ଦେଇଛି । ପ୍ରାୟ ୨ ସପ୍ତାହ ପୂର୍ବରୁ ରାସେଶ୍ୱରୀ  ଟିକଟରୁ ବଞ୍ଚିତ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ  ଏକପ୍ରକାର ରାଜନୈତିକ ସନ୍ୟାସ ଘୋଷଣା କରିଛନ୍ତି । ତେବେ,  କିଛି ଦିନ ପୂର୍ବରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାସଭବନକୁ ଯାଇ ସାକ୍ଷାତ  କରି ଆର୍ଶୀବାଦ ଲୋଡିଥିଲେ । ଆଉ ତାଙ୍କ ପାରମ୍ପାରିକ  ପ୍ରତିଦ୍ୱନ୍ଦ୍ୱୀ ଜୟନାରାୟଣ ମିଶ୍ର ସାକ୍ଷାତ କରି ଆଲୋଚନା କରିବା  ଘଟଣା ସମ୍ବଲପୁରର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ  ହୋଇଛି । 

ବିଶେଷ କରି ବର୍ତ୍ତମାନ ସୁଦ୍ଧା ରାସେଶ୍ୱରୀ କୌଣସି  ଦଳରେ ଯୋଗ ଦେଇନଥିବା ବେଳେ ତାଙ୍କ ସମର୍ଥକ ମାନେ  ବି ବିଧିବଦ୍ଧ ଭାବେ କୌଣସି ଦଳରେ ସାମିଲ ହୋଇନାହାନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ରାସେଶ୍ୱରୀ ଗୋଷ୍ଠୀର ଭୋଟ  ହାତେଇବାକୁ ଭରପୁର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ତେବେ,  ଉଭୟ ନେତା ବେଶ୍‌ କିଛି ସମୟ ଧରି ଗୋପନ  ଆଲୋଚନା କରିଥିବା ବେଳେ ଏହାର ନିଷ୍କର୍ଷ ଜଣାପଡିନଥିଲେ  ହେଁ ଏହା ରାଜନୈତିକ ବାତାବରଣକୁ ସରଗରମ କରି  ଦେଇଛି । 

ସୂଚନାଯୋଗ୍ୟ ଯେ, ଗତ ୨୦୧୪ରେ ରାସେଶ୍ୱରୀ  ପ୍ରଥମ କରି ରାଜନୀତିକୁ ଆସି ବିଜେଡି ଟିକଟରେ ଭେଟେରାନ୍‌  ଜୟନାରାୟଣଙ୍କୁ ପରାସ୍ତ କରି ବିଧାୟିକା ହୋଇଥିଲେ ।  ହେଲେ ୨୦୧୯ରେ ରାସେଶ୍ୱରୀ ତାଙ୍କ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଜୟନାରାୟଣଙ୍କ ଠାରୁ ପରାସ୍ତ ହୋଇଥିଲେ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.