ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର,୦୫/୦୫: ରବିବାର ଓଡ଼ିଶା ଗସ୍ତରେ  ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ତାଙ୍କ ସୁରକ୍ଷା  ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୨୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ  ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ତା’ଛଡା ୩  ଜଣ ଡିସିପି ର‌୍ୟାଙ୍କ୍‌ର ଅଫିସର, ୬ ଜଣ ଏଡିସିପି, ୧୦ ଜଣ  ଏସିପି, ୧୭ ଜଣ ଇନ୍ସପେକ୍ଟରଙ୍କ ସମେତ ୯୦ ଜଣ ଏସ୍‌ଆଇ/ ଏଏସ୍‌ଆଇ ମୁତୟନ ରହିବେ । ବ୍ଲୁ ବୁକ୍‌ ଗାଇଡ୍‌ଲାଇନ୍‌  ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ । ରୁଟ୍‌  ଲାଇନଠାରୁ ଆରମ୍ଭ କରି କାରକେଡ୍‌,  ଟ୍ରାଫିକ୍‌ ଓ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିବା  ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରକାଶ  କରିଛନ୍ତି ।   

ପ୍ରଧାନମନ୍ତ୍ରୀ ରବିବାର ରାତି ସାଢ଼େ  ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ରାଜଭବନରେ ରାତ୍ରୀଯାପନ କରିବେ। ସୋମବାର ପ୍ରଧାନମନ୍ତ୍ରୀ ବାୟୁସେନା ହେଲିକପ୍ଟରରେ ବ୍ରହ୍ମପୁର ଓ  ନବରଙ୍ଗପୁର ଯାଇ ଜନସଭାକୁ ସମ୍ୱୋଧିତ କରିବେ। କେନ୍ଦ୍ରର ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେଥିପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ  କଡାକଡି କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ  କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ “ନୋ ଡ୍ରୋନ୍‌ ଫ୍ଲାଇଂ’ ଜୋନ୍‌ କରାଯିବ ବୋଲି ଜଣାପଡିଛି ।   

ତେବେ ତାଙ୍କ ଗସ୍ତ ପୂର୍ବରୁ ଶନିବାର ରାତି ସାଢ଼େ ୮ଟାରେ  କାର୍‌କେଡ୍‌ ରିହର୍ସାଲ୍‌ କରାଯାଇଥିଲା । ରିହର୍ସାଲ ସମୟରେ ୨୮  ଗାଡି ବ୍ୟବହାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ଯିବା ବେଳେ ପ୍ରଥମେ ୱାର୍ଣ୍ଣିଂ କାର, ତାପରେ ଟେକ୍‌ନୋ କାର (ଜାମର୍‌),  ପାଇଲ୍‌ଟ କାର୍‌, ଭିଆଇପି କାର୍‌, ଏସ୍କର୍ଟ ୱାନ୍‌ରେ ପ୍ରଧାନମନ୍ତ୍ରୀଙ୍କ  ନିଜସ୍ୱ ସୁରକ୍ଷାକର୍ମୀ, ଏସ୍କର୍ଟ ଟୁରେ ଓଡ଼ିଶା ପୁଲିସର ବରିଷ୍ଠ  ଅଧିକାରୀ, ତା’ପଛରେ କାର୍‌ ୱାନ୍‌, କାର୍‌ ଟୁ, କାର୍‌ ଥ୍ରି.... ଏହିପରି କାର୍‌ ରହିବ । ଏସବୁ ଗାଡିରେ ପ୍ରଧାନମନ୍ତ୍ରୀଙ୍କ ପିଅନ, ପ୍ରଶାସନିକ ଅଧିକାରୀ, ଫଟୋଗ୍ରାଫର ଯିବାର ବ୍ୟବସ୍ଥା ରହିଛି ।  ତା’ପଛକୁ ପଛ ଆମ୍ୱୁଲାନ୍ସ, ଅଗ୍ନିଶମ ଗାଡି, ସ୍ପେୟାର କାର୍‌  ଯିବ । ପ୍ରଧାନମନ୍ତ୍ରୀଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ତାଙ୍କୁ  ବକ୍ସ୍‌ ପାର୍ଟନ୍‌ ସିକ୍ୟୁରିଟିରେ ନିଆଯିବ । ପ୍ରଧାନମନ୍ତ୍ରୀଙ୍କ କାରର୍‌  ଆଗପଛରେ ଓ ଡାହାଣବାମ ପଟେ କାର୍‌ ବ୍ୟବସ୍ଥାକୁ ବକ୍ସ ପାର୍ଟନ୍‌ ସିକ୍ୟୁରିଟି କୁହାଯାଏ ।  ଆସନ୍ତା ସପ୍ତାହରେ ମଧ୍ୟ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ।  ୧୦ ଓ ୧୧ ତାରିଖରେ ତାଙ୍କର ଓଡ଼ିଶାରେ କାର୍ଯ୍ୟକ୍ରମ ରହିଛି। ୧୦ ତାରିଖରେ ସେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବେ । ଏଥିପାଇଁ ରାଜଭବନରେ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ନେଇ ଓଡ଼ିଶା ପୁଲିସର ଅଧିକାରୀମାନେ ସମୀକ୍ଷା କରିଛନ୍ତି ।

  • PrameyaOdia
  • prameya
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.