ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ; ୯୨ ଆସନ ଲାଗି ପଡ଼ିଲା ଭୋଟ୍‌, ଆସାମରେ ସର୍ବାଧିକ ଭୋଟିଂ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯାୟ ମତଦାନ ସମାପ୍ତ ହୋଇଛି । ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୯୨ଟି ଆସନରେ ମଙ୍ଗଳାବର ନିର୍ବାଚନ ସରିଛି । ଆଜି ଗୁଜରାଟର ସମସ୍ତ ୨୫ ଆସନରେ ନିର୍ବାଚନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଭୋଟ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ଦେଶର ପ୍ରାୟ ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ୨୮୩ଟି ଲୋକସଭା ଆସନରେ ମତଦାନ ସମାପ୍ତ ହୋଇଛି ।

 ନିର୍ବାଚନ କମିଶନଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ୬୧.୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ବିଜେପି ଶାସିତ ଆସାମରେ ସବୁଠୁ ଅଧିକ ୭୫.୩୦ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି । ଆସମର ୪ଟି ଲୋକସଭା ଆସନ ଲାଗି ନିର୍ବାଚନ ହୋଇଥିବା ବେଳେ ଧୁବ୍ରି ଆସନରେ ସର୍ବାଧିକ ୭୯.୭ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଛତିଶଗଡ଼ରେ ୧୧ଟି ଆସନରେ ୬୬.୯୯ ପ୍ରତିଶତ ମତଦାନ ହୋଇଛି । 

 ମଦ୍ୟପ୍ରଦେଶର ୯ଟି ଆସନରେ ୬୩.୧୯% ଭୋଟିଂ ହୋଇଛି । ହେଲେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଏମପିରେ ଯଥାକ୍ରମେ ୫୮.୫୯ ଏବଂ ୬୭.୭୫ ପ୍ରତିଶତ ମତଦାନ ହୋଇଥିଲା । ମଧ୍ୟପ୍ରଦେଶର ବାକି ଆସନରେ ମେ’ ୧୩ରେ ନିର୍ବାଚନ ହେବ । ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୫ଟି ଆସନ, ଉତ୍ତର ପ୍ରଦେଶ ୧୦, ମହାରାଷ୍ଟ୍ର ୧୧, ଆସାମ ୪, ବିହାର ୫, ଛତିଶଗଡ଼ ୭, ଗୋଆ ୨, କର୍ଣ୍ଣାଟକ ୧୪, ମଧ୍ୟ ପ୍ରଦେଶ ୮, ପଞ୍ଚିମବଙ୍ଗ ୪, ଦାଦ୍ରା ନଗର ହାବେଳି ଏବଂ ଡାମନ ଡିଉର ଗୋଟିଏ ଲେଖାଏଁ ଆସନରେ ମତଦାନ ହୋଇଛି । ତେବେ ଏଥର ଗୁଜରାଟର ସୁରଟରୁ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଯିବା ପରେ ୨୬ ପରିବର୍ତ୍ତେ ୨୫ ଆସନରେ ମତସାବ୍ୟସ୍ତ କରିଛନ୍ତି ମତଦାତା । 

 

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.