ପ୍ରମୁଖ ଖବର
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

କାନ୍ସ ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲ୍‌ରେ "ଡେଲିଭରୀ ବୟ', ସର୍ବଭାରତୀୟ ଶହେ ସିନେମା ଭିତରେ ଏକମାତ୍ର ଓଡ଼ିଆ

ଭୁବନେଶ୍ୱର,୦୯/୦୫: ଓଡ଼ିଆ ସିନେମା ପାଇଁ ଖୁସିର ବିଷୟ । କାନ୍ସୱାର୍ଲ୍ଡ  ଫିଲ୍ମ ଫେଷ୍ଟିଭାଲ୍‌-୨୦୨୪ରେ ପ୍ରଦର୍ଶିତ  ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର "ଡେଲିଭରୀ ବୟ' । ଏ ନେଇ ପୂରା ୟୁନିଟ୍‌ ଖୁସି ବ୍ୟକ୍ତ କରିଥିବାବେଳେ ସାରା ଓଡ଼ିଶା ଏବଂ ଓଡ଼ିଆ ସିନେମା ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । 

ସିନେମାର ନିର୍ଦ୍ଦେଶକ ତଥା ଯୁବ ପ୍ରତିଭା  ସମ୍ପନ୍ନ କଳାକାର ଅଶ୍ୱିନୀ ତ୍ରିପାଠୀ କହିଛନ୍ତି,  ‘ଓଡ଼ିଶା ଦର୍ଶକଙ୍କ ଭଲପାଇବା ଏବଂ  ଆଶୀର୍ବାଦ ପାଇଁ ଏହି ସୁଯୋଗ ମିଳିଛି ।  ପୂରା ଟିମ୍‌ର ଶ୍ରମ ସାର୍ଥକ ହୋଇଛି ।  ସମସ୍ତଙ୍କ ଅକୁଣ୍ଠ ସମର୍ଥନ ଆମକୁ  ସଫଳତାର ଶୀର୍ଷ ଛୁଇଁବାକୁ ସୁଯୋଗ  ଦେଇଛି । ସେଥିପାଇଁ ଆମେ କୃତଜ୍ଞ’ । ଶ୍ରୀ  ତ୍ରିପାଠୀ କହିଛନ୍ତି, ଆଇଏମ୍‌ଡିବିର ରେଟିଂ  ଭଲ ଥିବା ସିନେମା ଏହି ଫେଷ୍ଟିଭାଲ୍‌ ଲାଗି  ଆବେଦନ କରିପାରିବେ । ସେହି ହିସାବରେ  ୪ ମାସ ତଳୁ "ଡେଲିଭରୀ ବୟ' ପାଇଁ  ଆବେଦନ ହୋଇଥିଲା, ଯାହା ମନୋନୀତ ହୋଇଛି । ସର୍ବଭାରତୀୟ ସ୍ତରରେ ଶହେ  ସିନେମା ମନୋନୀତ ହୋଇଥିବାବେଳେ  ଏକମାତ୍ର ଓଡ଼ିଆ ସିନେମା ଭାବେ  "ଡେଲିଭରୀ ବୟ' ସ୍ଥାନ ପାଇଛି ଯାହା  ଆମ ପାଇଁ ଗର୍ବର ବିଷୟ । ଏହା ଆମ  ପାଇଁ ବହୁତ ବଡ଼ ସୁଯୋଗ ଆଣିଛି । ଆସନ୍ତା  ଅଗଷ୍ଟରେ ଏହା ସ୍କ୍ରିନିଂ ହେବ ବୋଲି ଶ୍ରୀ  ତ୍ରିପାଠୀ କହିଛନ୍ତି ।  

ଗତବର୍ଷ ଏପ୍ରିଲ୍‌ ୭ ତାରିଖରେ ସାରା  ଓଡ଼ିଶାରେ ମୁକ୍ତିଲାଭ କରିଥିଲା "ଡେଲିଭରୀ  ବୟ' । ପରେ ଏହା ବେଙ୍ଗାଲୁରୁ, ଚେନ୍ନାଇ,  ହାଇଦ୍ରାବାଦ ଓ ନୂଆଦିଲ୍ଲୀର ବିଭିନ୍ନ  ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।  ଦୀର୍ଘ ୪୦ ଦିନ ଧରି ପ୍ରେକ୍ଷାଳୟରେ  ସଗୌରବେ ଚାଲି ଏହା ଦର୍ଶକଙ୍କ  ମନ ଜିଣିଥିଲା । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଅନୁମୋଦନ ପରେ ରାଜ୍ୟ  ସରକାର ଏହି ଚଳଚ୍ଚିତ୍ର ଉପରୁ ପ୍ରମୋଦ  କର ଛାଡ଼ କରିଥିଲେ । ପ୍ରିମିୟର ପାଇଁ  ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ  ଲାଲଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ  ସେ ଟ୍ରେଲର୍‌ ଦେଖି ସୁନ୍ଦର ସାମାଜିକ  ବାର୍ତ୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରର  ଉଚ୍ଚ ପ୍ରଶଂସା କରିବା ସହ ଶୁଭେଚ୍ଛା  ଜଣାଇଥିଲେ ।  

ଇନ୍‌ଫିସନ୍‌ ଏଣ୍ଟରଟେନ୍‌ମେଣ୍ଟ  ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି  ପ୍ରଯୋଜିତ ଓ ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ  ଏହି ଚଳଚ୍ଚିତ୍ରଟି ମୌଳିକ ଓ ବାସ୍ତବଧର୍ମୀ  ଜଣେ ‘ଡେଲଭରୀ ବୟ’ର ଜୀବନ  କାହାଣୀ ଉପରେ ଆଧାରିତ । ଏଥିରେ  ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା  ସୃଷ୍ଟି କରାଯାଇଥିଲା । ଏଥିରେ ଅନେକ  ଲୋକପ୍ରିୟ କଳାକାର ବୁଦ୍ଧାଦିତ୍ୟ,  ଶୈଳେନ୍ଦ୍ର, ସୂର୍ଯ୍ୟମୟୀ, ପ୍ରିୟମ୍ବଦାଙ୍କ  ସହ ଶକ୍ତି ବରାଳ, ଜୀବନ ପଣ୍ଡା, ଇଲୁ  ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ  ବିକାଶ ଦାସ, ସୁଶାନ୍ତ, ସନ୍ତୁ, ଅମନ୍‌,  ଗୁଡ୍ଡୁ ଓ ପୁପୁଲ ଅଭିନୟ କରିଛନ୍ତି ।  କାହାଣୀ ପରିକଳ୍ପନା ପ୍ରଯୋଜକ ଜ୍ୟୋତି  କରିଥିବାବେଳେ ସଂଳାପ ଲେଖିଥିଲେ  ଦୀପକ ଜେନା । ଚିତ୍ରନାଟ୍ୟ ପ୍ରସ୍ତୁତି ସହ  ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ । ଡା. ନିର୍ମଳ  ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ  ବୈଦ୍ୟନାଥ ଦାଶ । ଗୀତଗୁଡ଼ିକୁ ବଲିଉଡ  ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସହ  ଓଡ଼ିଶାର ହ୍ୟୁମାନ ସାଗର, ଅସୀମା ପଣ୍ଡା  ଓ ଋତୁରାଜ ମହାନ୍ତି ଗାଇଥିଲେ । ବିଭିନ୍ନ  ଦୃଷ୍ଟିରୁ ସିନେମାଟି ବଳିଷ୍ଠ ହୋଇଥିବାରୁ  ଦର୍ଶକଙ୍କୁ ପସନ୍ଦ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.