ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଫ୍ରାନ୍ସରେ ପହଞ୍ଚିଲା ଅଲିମ୍ପିକ୍ସ ମଶାଲ, ମହାଆଡ଼ମ୍ବରରେ କରାଗଲା ସ୍ୱାଗତ୍

ମର୍ସେଇ ୦୯/୦୫: ପ୍ୟାରିସ ଅଲିମ୍ପିକ୍ସର ୭୯  ଦିନ ପୂର୍ବରୁ ମହାଆଡ଼ମ୍ବରରେ ଫ୍ରାନ୍ସରେ ଆସି ପହଞ୍ଚିଛି ଅଲିମ୍ପିକ୍ସ ମଶାଲ । ଗ୍ରୀସରୁ ୧୨ ଦିନର ଯାତ୍ରା କରି ୧୨୮ ବର୍ଷର ପୁରୁଣା ୩ଟି  ଜାହାଜ କଡ଼ା ସୁରକ୍ଷା ମଧ୍ୟରେ ଦକ୍ଷିଣ ଫ୍ରାନ୍ସର ମର୍ସେଇ ସହରର ବନ୍ଦରରେ ବୁଧବାର ଲାଗିଥିଲା । ତିନି ଜାହାଜକୁ ସ୍ୱାଗତ କରିଥିଲେ  ୧୦୦୦ ହଜାର ଡଙ୍ଗା । ବାୟୁସେନା ପକ୍ଷରୁ ଏୟାର ଶୋ’ ପ୍ରଦର୍ଶନ  କରାଯିବା ସହ ୫ଟି ଅଲିମ୍ପିକ୍ସ ରିଙ୍ଗ୍‌ ଅଙ୍କନ କରାଯାଇଥିଲା । ନାଲି,  ନେଳି ଓ ଧଳା ରଙ୍ଗରେ ପୂରା ବନ୍ଦର ରଙ୍ଗୀନ ହୋଇଯାଇଥିଲା ।  ଦେଢ଼ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଏହା ପୂର୍ବରୁ ଅଲିମ୍ପିକ୍ସ ମଶାଲ  ସ୍ୱାଗତ କାର୍ଯ୍ୟକ୍ରମ ଦେଖିବା ନେଇ ଏକତ୍ରିତ ହୋଇଥିଲେ । 

୨୦୧୨ ଅଲିମ୍ପିକ୍ସରେ ପୁରୁଷ ସନ୍ତରଣ ୫୦ ମିଟର ଫ୍ରିଷ୍ଟାଇଲରେ  ସ୍ୱର୍ଣ୍ଣ ବିଜେତା ଫ୍ଲୋରେଣ୍ଟ ମାନାଉଡୋଉ ପ୍ରଥମେ ମଶାଲକୁ ଜାହାଜରୁ  ଗ୍ରହଣ କରିବା ପରେ ପାରା ଅଲିମ୍ପିଆନ ନାନଟେନିନ କେଇଟାଙ୍କୁ ପ୍ରଦାନ  କରିଥିଲେ । ଫ୍ରାନ୍ସର ପ୍ରସିଦ୍ଧ ରାପର ଜୁଲ ଲିଟ୍‌ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଶଣ କରିଥିଲେ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବହୁ  ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ୬୦୦୦ରୁ  ଊଦ୍ଧ୍ୱର୍ ସୁରକ୍ଷା କର୍ମୀ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ ।  

ସଭାପତି ମାକ୍ରନ କହିଥିଲେ, ‘ଅଲିମ୍ପିକ୍ସ ମଶାଲ ସୂଚାଉଛି  ଯେ ଆମର କ୍ରୀଡ଼ା ପ୍ରସ୍ତୁତି ପର୍ବ ଶେଷ ହୋଇଛି । ମଶାଲ ଆସି ପହଞ୍ଚିଛି । ଆମେ ବର୍ଗିତ ।’ ଅଲିମ୍ପିକ୍ସ ମଶାଲ ୧୨ ହଜାରରୁ ଊଦ୍ଧ୍ୱର୍  କି.ମି ଯାତ୍ରା କରିବ । ଏହି ଯାତ୍ରାରେ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ  ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଶେଷରେ ମଶାଲ ଆସି  ପ୍ୟାରିସ ନଗରୀରେ ପହଞ୍ଚିବ ଏବଂ କ୍ରୀଡ଼ା ଉଦ୍‌ଘାଟନ ହେବ ।

  • paris olympic
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.