ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ମାଳବିକା ଦେବୀ ସବୁଠୁ ଧନୀ, ପ୍ରମିଳା ପୂଜାରୀ ସବୁଠୁ ଗରିବ

  • ୩୭ରୁ ୧୭ ପ୍ରାର୍ଥୀ କୋଟିପତି
  • ରୋଜଗାରରେ ଏକ ନମ୍ବର ବଳଭଦ୍ର ମାଝୀ
  • ସର୍ବାଧିକ ଋଣ ପ୍ରଦୀପ ପାଣିଗ୍ରାହୀଙ୍କ ମୁଣ୍ଡରେ

ଭୁବନେଶ୍ୱର,୦୫/୦୫: କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ରାଣୀ ମାଳବିକା ଦେବୀ ୪୧ କୋଟି ୮୯ ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକ । ଏଥିରୁ ଅସ୍ଥାବର ସମ୍ପତ୍ତି ୧ କୋଟି ୫୯ ଲକ୍ଷ ଟଙ୍କା । ବାକି ୪୦ କୋଟି ୩୦ ଲକ୍ଷ ସ୍ଥାବର ।

ପ୍ରଥମ ପର୍ଯ୍ୟାୟ ଭୋଟରେ ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁରରୁ ଲଢ଼ୁଥିବା ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମାଳବିକା ସବୁଠାରୁ ଧନୀ । ସବୁଠାରୁ ଗରିବ ହେଲେ କୋରାପୁଟ ଲୋକସଭା ଆସନରୁ ଲଢ଼ୁଥିବା ପ୍ରମିଳା ପୂଜାରୀ । ଏସୟୁସିଆଇ (ସି) ଦଳର ପ୍ରାର୍ଥୀ ପ୍ରମିଳାଙ୍କ ପାଖରେ ମାତ୍ର ୨୦ ହଜାର ୬୨୫ ଟଙ୍କା ଅସ୍ଥାବର ସମ୍ପତ୍ତି ଅଛି । ଘର ବାଡ଼ି, ଜମି ଭଳି ସ୍ଥାବର ସମ୍ପତ୍ତି ଟଙ୍କାଏ ମୂଲ୍ୟର ବି ନାହିଁ ।  

ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଅନୁଶୀଳନ କରି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ଏ ତଥ୍ୟ ପ୍ରକାଶ କରିଛି । ଏହି ରିପୋର୍ଟ କହୁଛି, ଧନି ପ୍ରାର୍ଥୀ ତାଲିକାରେ ୨ ନମ୍ବରରେ ଅଛନ୍ତି ବ୍ରହ୍ମପୁରର ସ୍ୱାଧୀନ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର । ଚନ୍ଦ୍ରଶେଖରଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୨୮ କୋଟି ୭୦ଲକ୍ଷ ଟଙ୍କା । 

ତୃତୀୟ ସ୍ଥାନରେ ଅଛନ୍ତି ବ୍ରହ୍ମପୁରରୁ ଭାରତୀୟ ବିକାଶ ପରିଷଦ ସାଂସଦ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦଳବେହେରା । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୦ କୋଟିରୁ ଅଧିକ । ହେଲେ ୩୭ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଅଧିକ ଆୟ ନବରଙ୍ଗପୁର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କର । ୨୦୨୨-୨୩ ବର୍ଷରେ ତାଙ୍କର ରୋଜଗାର (ପତ୍ନୀଙ୍କ ଆୟ ସହ) ୬୬ ଲକ୍ଷ ୨୫ ହଜାର ଟଙ୍କା । ପେନ୍‌ସନ, ଚାଷ ଓ ବ୍ୟବସାୟରୁ ଏତିକି ଆୟ ହୋଇଥିବା ସେ ଆୟକର ରିଟର୍ଣ୍ଣରେ ଦର୍ଶାଇଛନ୍ତି । ବଳଭଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭ କୋଟି ୮୮ ଲକ୍ଷ ଟଙ୍କା। 

ବ୍ରହ୍ମପୁର ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ତାଙ୍କ ପତ୍ନୀଙ୍କ ରୋଜଗାର ୧୯ ଲକ୍ଷ ୨୬ ହଜାର ଟଙ୍କା ଥିଲା ୨୦୨୨-୨୩ରେ । ୭ ଲକ୍ଷ ୭୦ ହଜାର ଟଙ୍କା ଆୟକର ଦେଇଥିଲେ ସେ । ଅଧିକ ରୋଜଗାର ତାଲିକାରେ ଭୃଗୁ ୩ ନମ୍ବରରେ । ଧନି ତାଲିକାରେ କିନ୍ତୁ ସେ ୬ଷ୍ଠ ସ୍ଥାନରେ । ତାଙ୍କ ସମ୍ପତ୍ତି ମୂଲ୍ୟ ୫ କୋଟି ୨୫ ହଜାର ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ଭୃଗୁଙ୍କ ମୁଣ୍ଡରେ ୫ କୋଟି ୨୫ ଲକ୍ଷ ଟଙ୍କାର ଋଣ ବୋଝ ବି ରହିଛି । 

ଏଡିଆର୍‌ ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ ଋଣ ବୋଝ ମୁଣ୍ଡାଇଛନ୍ତି ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ୩ କୋଟି ୮୨ ଲକ୍ଷ ଟଙ୍କାର ଋଣ ବୋଝ ତାଙ୍କ ମୁଣ୍ଡରେ । ପ୍ରଦୀପଙ୍କର ମୋଟ  ସମ୍ପତ୍ତିର ମୂଲ୍ୟ ୩ କୋଟି ୭୮ ଲକ୍ଷ ଟଙ୍କା । ସମ୍ପତ୍ତିଠୁ ଅଧିକ ଋଣ । 

ପ୍ରଥମ ପର୍ଯ୍ୟାୟର ୩୭ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ କୋଟିପତି । ବିଜେଡିର ୪ ପ୍ରାର୍ଥୀ କୋଟିପତି । ବିଜେପିର ୪, କଂଗ୍ରେସର ୩ ଓ ୬ ଜଣ ସ୍ୱାଧୀନ କିମ୍ବା ଅନ୍ୟ ଦଳର । ନବ ଭାରତ ନିର୍ମାଣ ସେବା ପାର୍ଟିର ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ କୋଟିପତି ହୋଇଥିବାବେଳେ ଭାରତୀୟ ବିକାଶ ପରିଷଦର ଏକମାତ୍ର ପ୍ରାର୍ଥୀ ଜଣଙ୍କ ମଧ୍ୟ କୋଟିପତି ତାଲିକାରେ ରହିଛନ୍ତି  ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.