ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ମିଳିଲାନି କେଜ୍ରିୱାଲଙ୍କୁ ମୁକ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରୀଣ ଜାମିନ ଉପରେ ଆସିଲାନି ରାୟ

ନୂଆଦିଲ୍ଲୀ - ମଦ ଦୁର୍ନୀତି ମାମଲାରେ ଲାଗିଥିବା ଅଭିଯୋଗ କାରଣରୁ ଗିରଫ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ନେଇ ମଙ୍ଗଳବାର ଲମ୍ୱା ଶୁଣାଣି ହୋଇଛି। ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଗିରଫଦାରୀକୁ ନେଇ ଦିଆଯାଇ ଥିବା ଚ୍ୟାଲେଞ୍ଜ ଉପରେ ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଅନେକ ଦଲିଲ୍‌ ରଖି ଥିଲେ , ବିଚାରପତିମାନେ ମଧ୍ୟ ଅନେକ ପ୍ରଶ୍ନ କରିଥିଲେ। ଦେଶର ସବୁଠୁ ବଡ଼ କୋର୍ଟ ନିର୍ବାଚନକୁ ଦେଖି ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ୍‌ ଦେବା ଉପରେ ମଧ୍ୟ ବିଚାର କରି ଥିଲେ। ହେଲେ କୋର୍ଟ ବର୍ତ୍ତମାନ କୌଣସି ରାୟ ଶୁଣାଇ ନାହାନ୍ତି।

କେଜ୍ରିୱାଲ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କର ଗିରଫଦାରୀକୁ ସଠିକ୍‌ ଦର୍ଶାଯାଇ ଥିଲା। ସର୍ବୋଚ୍ଚ କୋର୍ଟରେ ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି ଦୀପାଙ୍କର ଦତ୍ତାଙ୍କର ମିଳିତ ପୀଠ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଥିଲେ କି କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଜଣେ ଅଭ୍ୟାସଗତ ଅପରାଧି ନୁହଁନ୍ତି। ଏଥିପାଇଁ ନିର୍ବାଚନକୁ ଦେଖି ତାଙ୍କୁ ଅନ୍ତରୀଣ ମୁକ୍ତି ଦେବା ଉପରେ ବିଚାର କରାଯାଇ ପାରେ। 

କୋର୍ଟ ଅନେକ ଏମିତି ଟିପ୍ପଣୀ କରିଥିଲେ ଯାହାକୁ କେଜ୍ରିୱାଲଙ୍କ ପାଇଁ ମୁକ୍ତିର ସଙ୍କେତ ଭାବେ ଦେଖାଯାଇଛି। ହେଲେ , ଇଡି ଏହା କହି ଅନ୍ତରୀଣ ଜାମିନର ବିଚାରର ବିରୋଧ କରିଥିଲା କି ନେତାଙ୍କ ପାଇଁ ଅଲଗା ନିୟମ ହୋଇ ପାରିବ ନାହଁ। ସୁପ୍ରିମକୋର୍ଟ ଗୁରୁବାର ବା ଆସନ୍ତା ସପ୍ତାହରେ ଏହି ମାମଲାରେ ଆଗାମୀ ଶୁଣାଣି କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.