ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ନବୀନଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ଶିଖାଇବାକୁ କାହାର ଯୋଗ୍ୟତା ନାହିଁ : ୫-ଟି ଅଧ୍ୟକ୍ଷ

ଭୁବନେଶ୍ଵର, ୦୮/୦୫ : ବୁଧବାର ସକାଳୁ ପ୍ରେସ୍‌ମିଟ୍ କରି ବିଜେପି ଉପରେ ବର୍ଷିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ସେ କହିଛନ୍ତି ଯେ, ଗରିବ ରାଜ୍ୟ ଓଡ଼ିଶାରେ ବଳକା ଅର୍ଥ ରାଜ୍ୟ ଭାବେ ଏବେ ଉଭା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଦେଶରେ ସର୍ବ ଶ୍ରେଷ୍ଠ ପ୍ରଶାସକ ଭାବେ ପରିଚିତ ହୋଇଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାକୁ ବାହାର ଦେଶ ପୁରୁଣା କପଡା ପଠାଉଥିଲେ। କିନ୍ତୁ ଓଡ଼ିଶା କ୍ରୀଡା ଆୟୋଜନ କରି ୪୦ଟି ଦେଶର ପତାକା ଉଡାଇଥିଲେ। ଏହି ରାଜ୍ୟରୁ ବାହାରକୁ ଅକ୍ସିଜେନ ଯାଉଛି। ଏହା ରାଜ୍ୟ ପାଇଁ ଗର୍ବ। ନବୀନଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ଉପରେ ଶିଖାଇବାରେ କାହାର ଯୋଗ୍ୟତା ନାହିଁ। ନବୀନ ଭୋଟ ପାଇଁ ନୁହଁ ସବୁବେଳେ ବିକାଶ ପାଇଁ ଗୁରୁତ୍ୱ ଦିଅନ୍ତି।

ସେ ପୁଣି କହିଛନ୍ତି ଯେ, ଗଞ୍ଜାମ ସବୁବେଳେ ଭଲ ଲାଗେ। ବିଜୁ ବାବୁ, ନବୀନ ବାବୁଙ୍କ ମାଟି ହେଉଛ ଗଞ୍ଜାମ। ମାଆ ତାରାତାରିଣୀଙ୍କ ସହ ସବୁବେଳେ ଜଡିତ। ସ୍ୱପ୍ନ କେବେବି ଦେଖେନି। ଆଇଏଏସ୍ ପାଇବା ଠାରୁ ଏ ପର୍ଯ୍ୟନ୍ତ ଯାହା ହେଉଛି କେବେବି କୌଣସି ସ୍ବପ୍ନ ଦେଖିନି। କି ପ୍ଲାନ କରିନି। ନବୀନ ବାବୁ ପୁଣି ଥରେ କେମିତି ମୁଖ୍ୟମନ୍ତ୍ରୀ ହେବେ, ରାଜ୍ୟର ବିକାଶ ହେବ ସେନେଇ ଯୋଜନା କରୁଛନ୍ତି। ଏହି ନିର୍ବାଚନ ନବୀନ ବାବୁଙ୍କର। ଓଡ଼ିଶାର ବିକାଶ ପାଇଁ କର୍ମୀ ଭାବେ କାମ କରୁଛି। ଓଡ଼ିଶାର ସବୁ ନିର୍ବାଚନ ମଣ୍ଡଳୀବାସୀ ନବୀନ ବାବୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଚାହୁଁଛନ୍ତି। ୨୦୧୯ ନିର୍ବାଚନ ଠାରୁ ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହୀରାକୁଦ ଡ୍ୟାମରୁ ଜଳ ସେଚନ ବ୍ୟବସ୍ଥା କରିଛନ୍ତି। ୩ ହଜାର କିଲୋ ମିଟର ପାଇପ ଲାଇନ ବିଛାଇ ଜଳ ସେଚନ ବ୍ୟବସ୍ଥା କରିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.