ପ୍ରମୁଖ ଖବର
  • ଆସନ୍ତା ୨୦ରେ ପୁରୀ ରୋଡ଼ ସୋ କରିବେ ମୋଦି, ଅନୁଗୁଳ ଓ କଟକରେ କରିବେ ଜନସଭା
  • ||
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

୧୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ଫିରିଙ୍ଗିଆ ପୋଲିସ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ

ଫିରିଙ୍ଗିଆ, ୨୭।୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରୁ କିଛିଦିନ ହେଲା ରୀତିମତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ଏହି ଗଞ୍ଜେଇ କାରବାର ଦିନକ ଦିନ ବଢ଼ିବାରେ ଲାଗିଛି I ସେପଟେ ଏହି ଗଞ୍ଜେଇ କାରବାର ଉପରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ ପୋଲିସକୁ ଚକମା ଦେଇ ବାହାର ରାଜ୍ୟ ଓ ଆନ୍ତଜିଲ୍ଲା ଗଞ୍ଜେଇ ମାଫିଆମାନେ ଅଞ୍ଚଳର କିଛି  ଯୁବକ ଯୁବତୀମାନଙ୍କ ସହାୟତାରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି I ସେପଟେ କିଛିଦିନ ହେଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ପୋଲିସ ମଧ୍ୟ ଅଣ୍ଟା ଭିଡ଼ିଛି I ଲଗାତାର ଭାବରେ ପୋଲିସ ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରିଚାଲିଥିବା ବେଳେ ଅନୁରୂପ ଭାବରେ ପୁଣି ଥରେ ଫିରିଙ୍ଗିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା I 

ତେବେ ପୋଲିସର ସୂଚନା ଅନୁସାରେ, ଗୋଟିଏ ଦିନରେ ଦୁଇଟି ପୃଥକ ଜାଗାରେ ଚଢ଼ାଉ କରି ସମୁଦାୟ ୧୦ କ୍ୱିଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି । କିନ୍ତୁ, ଦୁର୍ଭାଗ୍ୟବଶତଃ ଏଥର ମଧ୍ୟ ଗଞ୍ଜେଇ ବ୍ୟବସାୟୀ ଧରାପଡ଼ିନଥିବା ପୋଲିସ ସୂଚନା ଦେଇଛି I ତେବେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ସାଡ଼ୀଙ୍ଗିଆ ଗାଁ ପାଖ ଜଙ୍ଗଲରେ ଚାଲାଣ ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ଏକ ହଜାର ୬୫ କିଲୋ ଗଞ୍ଜେଇ ଜବତ କରିଥିଲେ I ସେହିଭଳି ଏସଏଇ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ସେହି ସାଡ଼ୀଙ୍ଗିଆ ପଞ୍ଚାୟତ ବେଡ଼ାକେତା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯାଇ ସେହି ଘରୁ ପ୍ରାୟ ୧୫ କିଲୋ ଗଞ୍ଜେଇକୁ ଜବତ କରିଛି ପୋଲିସ I 

ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I ଏହି ଚଢ଼ାଉରେ ଥାନାରେ କାର୍ଯ୍ୟରତ ଏସଏଇ ଦୀପକ କୁମାର ରାଉତ, ଏଏସଏଇ ଶ୍ରୀକାନ୍ତ ପାତ୍ର, ଏଏସଏଇ ପ୍ରମୋଦ କୁମାର ପ୍ରଧାନଙ୍କ ସହ ଅନ୍ୟକର୍ମଚାରୀମାନେ ମଧ୍ୟ ସାମିଲ ଥିବା ଘଟଣାର ତଦନ୍ତକାରୀ ପୋଲିସ ଅଧିକାରୀ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି I

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.