ପ୍ରମୁଖ ଖବର
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କ ପିଟିସନ୍‌ ଖାରଜ, ୧୦ ତାରିଖରେ ତିନିଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ନିର୍ଦ୍ଦେଶ

କଟକ,୦୯/୦୫: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କଟକ ଜେଏମ୍‌ଏଫସିଙ୍କ ଅଦାଲତ ତଥା ଏମ୍‌ପି/ଏମ୍‌ଏଲଏ ସ୍ୱତନ୍ତ୍ର ଅଦାଲତରେ ଦାଏର କରିଥିବା ପିଟିସନ୍‌ ଖାରଜ ହୋଇଯାଇଛି । ଅଦାଲତ ବୁଧବାର ଅନୁଭବଙ୍କ ଏହି ପିଟିସନ୍‌କୁ  ଖାରଜ କରିବା ସହ ଆସନ୍ତା ୧୦ ତାରିଖରେ ଚାର୍ଜଫ୍ରେମ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ସୁଜିତ୍‌ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରାଯିବ । ତେଣୁ ଆସନ୍ତା ୧୦ ତାରିଖରେ ଏହି ତିନିଜଣ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାର୍ଜଫ୍ରେମ୍‌ ପରେ ତିନିଜଣଙ୍କ ବିରୋଧରେ ମାମଲାର ବିଚାର ଆରମ୍ଭ ହେବ । ବୁଧବାର ଏହି  ରାୟ କାରଣରୁ ଅନୁଭବଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ବର୍ଷା ଯେଉଁ  ନିର୍ଯାତନା ମାମଲା ରୁଜୁ କରିଥିଲେ ତାହାକୁ ରଦ୍ଦ ପାଇଁ ଅନୁଭବ ଅଦାଲତରେ ପ୍ରାର୍ଥନା କରିଥିଲେ । ଏହି ମାମଲାରେ କୌଣସି ପ୍ରମାଣ ନଥିବାରୁ ଏହାକୁ  ରଦ୍ଦ ପାଇଁ ସେ ଯୁକ୍ତି ରଖିଥିଲେ । କିନ୍ତୁ ଏହାକୁ ବର୍ଷାଙ୍କ ପକ୍ଷରୁ ବିରୋଧ  କରାଯାଇଥିଲା । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ପାଇଁ ଯଥେଷ୍ଟ ତଥ୍ୟ  ରହିଛି ବର୍ଷାଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ । ସବୁ ପକ୍ଷଙ୍କୁ ଶୁଣିବା ପରେ  ଅଦାଲତ ଆଜି ମାମଲାରେ ରାୟ ପ୍ରକାଶ କରି ଅନୁଭବଙ୍କ ଆବେଦନକୁ  ଖାରଜ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏପିପି ଅଫରାଜ୍‌  ଅହମ୍ମଦ ମାମଲା ପରିଚାଳନା କରୁଥିଲେ।

  • PrameyaOdia
  • prameya
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.