ପ୍ରମୁଖ ଖବର

ଏସିଆର ଏକମାତ୍ର ଅଟୋମୋବାଇଲ୍-ଫ୍ରି-ହିଲ୍‌ଷ୍ଟେସନ, ଏଠାରେ କାର୍‌ରେ ବୁଲିବା ମନା

ନୂଆଦିଲ୍ଲୀ, ୨୩/୦୪ : ବୁଲିବା ପାଇଁ ନିଜ କାର୍‌ରେ ଯିବାକୁ ପସନ୍ଦ କରନ୍ତି ସମସ୍ତେ। କାରଣ ଡେଷ୍ଟିନେସନ ପ୍ଲେସ୍‌ରେ ଖୋଜିବାକୁ ପଡିବନି ଟ୍ୟାକ୍ସି। ଏହା ସହ ମଜାଦାର୍ ବି ହୋଇଥାଏ  ସଫର୍। ହେଲେ ଆପଣ ଜାଣିଛନ୍ତି କି ? ଭାରତରେ ଏଭଳି  ଏକ ସହର ଅଛି, ଯେଉଁଠି କାର୍ ଡ୍ରାଇଭିଂ ଉପରେ ଲାଗିଛି ପ୍ରତିବନ୍ଧକ। ସେଠାକୁ ଆପଣ ନେଇ ପାରିବେନି କାର୍। ତେବେ ଏହି ସହର କେଉଁଠି ? ଏଠାକୁ ଯାତ୍ରା କରିବେ କେମିତି ? ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ କିଛି ରୋଚକ କଥା…

ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାର ମାଥେରାନ୍ ହିଲ୍ ଷ୍ଟେସନ୍। ଦେଶର ସବୁଠୁ ଛୋଟ ହିଲ୍ ଷ୍ଟେସନ ମଧ୍ୟରୁ ଅନ୍ୟତମ। ଏହା ଏସିଆର ଏକମାତ୍ର ଅଟୋମୋବାଇଲ୍-ଫ୍ରି-ହିଲ୍‌ଷ୍ଟେସନ। ଏଠାକୁ କେହି କାର୍ କିମ୍ଵା ଅଟୋ ମାଧ୍ୟମରେ ଯାଇପାରିବେନାହିଁ। କାରଣ ପରିବେଶ ସୁରକ୍ଷା ପାଇଁ ସରକାର ଏହାକୁ ସମ୍ଵେଦନଶୀଳ ସ୍ଥାନ ଘୋଷଣା କରିଛନ୍ତି। ସ୍ଵର୍ଗ ଠାରୁ କମ୍ ନୁହେଁ ଏହି ସବୁଜିମା ଭରା ହିଲ୍ ଷ୍ଟେସନ। ଏଠାରେ ଯାତାୟତ ପାଇଁ ଘୋଡ଼ା ଶବାରୀର ବ୍ୟବହାର କରନ୍ତି ଲୋକେ। ଏଠାରେ ଶବ୍ଦ ପ୍ରଦୂଷଣ ଉପରେ ମଧ୍ୟ ଲାଗିଛି ପ୍ରତିବନ୍ଧକ। ହର୍ଣ୍ଣ ବଜାଇବା ଉପରେ ଲାଗିଛି ସମ୍ପୂର୍ଣ୍ଣ ରୋକ୍।

ସମୁଦ୍ର ପତନ ଠାରୁ ୨୬୦୦ ମିଟର ଉଚ୍ଚରେ ଅବସ୍ଥିତ ମାଥେରାନ୍ ହିଲ୍ ଷ୍ଟେସନ। ଭ୍ରମଣ ପାଇଁ ଏହା ଏକ ଉପଯୋଗୀ ସ୍ଥାନ। ମୁମ୍ଵାଇ ଠାରୁ ମାତ୍ର ୧୦୦ କି.ମି ଦୂର। ଏଠାକୁ ଯିବା ପାଇଁ ହେଲେ ହିଲ୍ ଷ୍ଟେସନର କିଛି ଦୂରରୁ ଆପଣଙ୍କୁ ଘୋଡ଼ା ଶବାରୀରେ ଯିବାକୁ ପଡ଼ିବ। ଏଠାକାର ଚାର୍ଲୋଟ ହ୍ରଦ ମାଥେରାନ ହିଲ୍ ଷ୍ଟେସନର ଆକର୍ଷଣର କେନ୍ଦ୍ରବିନ୍ଦୁ। ନିଜ ବ୍ୟସ୍ତ ବହୁଳ ଜୀବନରୁ ବ୍ରେକ୍ ନେଇ ପ୍ରକୃତି କୋଳରେ ସମୟ କାଟିବା ପାଇଁ ଏହା ବେଷ୍ଟ ଡେଷ୍ଟିନେସନ। ଏଠାରେ ବୁଲିବା ପାଇଁ ଆପଣ ନେଇପାରିବେ ଟୟ ଟ୍ରେନ୍‌ର ସାହାଯ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.