ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଆମେ ତ ନଷ୍ଟ ହୋଇଯିବୁ ; ଏବେ ମାଳଦ୍ୱୀପର ପଶିଲା ଚେତା , ଭାରତ ଆଗେ ହାତ ଯୋଡ଼ି କହିଲା ...

ମାଲେ - ଭାରତ ସହ ବିବାଦୀୟ ସ୍ଥିତି ଭିତରେ ମାଳଦ୍ୱୀପ ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଏହାର ପ୍ରଭାବ ଦ୍ୱୀପସମୂହ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ୁଛି। ଏହାକୁ ଦେଖି ମାଳଦ୍ୱୀପର ପର୍ଯ୍ୟଟନ ମନ୍ତ୍ରୀ ସୋମବାର ଭାରତୀୟଙ୍କୁ ଇକୋନମିରେ ଯୋଗଦାନ ଦେବାକୁ କରିଛନ୍ତି ଅପିଲ। ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ଇବ୍ରାହିମ୍‌ ଫୈସଲ ନିଜ ଦେଶ ଓ ଭାରତ ମଧ୍ୟରେ ଐତିହାସିକ ସମ୍ୱନ୍ଧ ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି , ଆମର ଇତିହାସ ରହିଛି। ଆମର ନୂଆ ସରକାର ଭାରତ ସହ ମିଶି କାମ କରିବାକୁ ଚାହୁଁଛନ୍ତି। ଆମେ ସର୍ବଦା ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ମାହୋଲକୁ ପ୍ରାଧ୍ୟାନ୍ୟ ଦେଇଛୁ। ଏଠାର ଲୋକ ଓ ସରକାର ମଧ୍ୟ ଭାରତୀୟଙ୍କ ଆଗମନକୁ ଖୁବ୍‌ ଆଡ଼ମ୍ୱର ସହ ସ୍ୱାଗତ କରିବେ। 

ମାଳଦ୍ୱୀପର ନେତା ଇବ୍ରାହିମ୍‌ ଫୈସଲ କହିଛନ୍ତି , ପର୍ଯ୍ୟଟନ ମନ୍ତ୍ରୀ ଭାବେ ମୁଁ ଏହା ଚାହୁଁଛି କି ଦୟାକରି ଭାରତୀୟ ଆମ ଦେଶକୁ ନିଜର ଟୁର୍‌ର ଅଂଶ ବିଶେଷ କରନ୍ତୁ। ଆମର ଅର୍ଥବ୍ୟବସ୍ଥା ପର୍ଯ୍ୟଟନ ଉପରେ ନିର୍ଭର କରିଥାଏ। 

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ୬ ଜାନୁୟାରୀରେ ନିଜର ଏକ୍ସରେ ଭାରତର ପଶ୍ଚିମୀ ତଟରେ ପ୍ରାଚୀନ ଲାକ୍ଷାଦ୍ୱୀପ ଦ୍ୱୀପ ଗୁଡ଼ିକର ଫଟୋ ଓ ଭିଡ଼ିଓ ପୋଷ୍ଟ କରିଥିଲେ। ଏହାକୁ ନେଇ ମାଳଦ୍ୱୀପର ୩ଜଣ ଅଧିକାରୀମାନେ ଭାରତ ଓ ପିଏମ୍‌ ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିଲେ। ଏହାପରେ ଭାରତ ପକ୍ଷରୁ ମାଳଦ୍ୱୀପ ଉପରେ ତୀବ୍ର ପ୍ରତିକ୍ରିୟା ହୋଇଥିଲା । ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ଲକ୍ଷ ଲକ୍ଷ ଭାରତୀୟ ମାଳଦ୍ୱୀପ ଯାତ୍ରାରେ ନିଜର ପ୍ଲାନ କ୍ୟାନସେଲ କରି ଦେଲେ। 

ଅନ୍ୟପଟେ , ଗତ ଶୁକ୍ରବାର ଭାରତ ଓ ମାଳଦ୍ୱୀପ ଦ୍ୱୀପ ରାଷ୍ଟ୍ରରୁ ଭାରତୀୟ ସେନା କର୍ମଚାରୀଙ୍କ ଫେରି ଆସିବାର ପ୍ରକ୍ରିୟାକୁ ନେଇ ସମୀକ୍ଷା କରିଥିଲେ। ମାଳଦ୍ୱୀପ କହିଛି କି ଭାରତ ୧୦ ମେ ଯାଏ ନିଜର ସବୁ ସୈନିକଙ୍କ ଫେରିବା ପ୍ରକ୍ରିୟାକୁ ପୂରା କରି ନେବ। ଉଭୟ ପକ୍ଷ ଦିଲ୍ଲୀରେ ଦ୍ୱିପାକ୍ଷୀୟ ଉଚ୍ଚ ସ୍ତରୀୟ କୋର ଗ୍ରୁପ୍‌ର ୪ର୍ଥ ବୈଠକ କରିଛନ୍ତି। ଭାରତ ପୂର୍ବରୁ ହିଁ ନିଜର କିଛି ସେହି ସେନା କର୍ମୀଙ୍କୁ ଫେରେଇ ଆଣିଛି , ଯିଏ ଭାରତ ମହାସାଗର ଦ୍ୱୀପ ସମୂହରେ ୩ଟି ବିମାନ ପ୍ଲାଟଫର୍ମର ପରିଚାଳନା କରୁଥିଲେ। 

ଏବେ ସେନାକର୍ମୀଙ୍କ ସ୍ଥାନ ଅଣ ସେନା ଟେକନିକ୍‌ ବିଶେଷଜ୍ଞ ନେଇଛନ୍ତି। ଭାରତୀୟ ସେନା କର୍ମଚାରୀ ମାଳଦ୍ୱୀପରେ ୩ଟି ବିମାନ ଚଳାଚଳ ପ୍ଲାଟଫର୍ମର ପରିଚାଳନା କରୁଥିଲେ ଏବଂ ଭାରତ ଏବେ ତାଙ୍କୁ ପରିଚାଳନା କରିବାକୁ ଅଣସେନା କର୍ମଚାରୀଙ୍କୁ ମୁତୟନ କରୁଛି। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୋଇଜ୍ଜୁ ନିଜ ଦେଶରୁ ଭାରତୀୟ ସେନା କର୍ମୀଙ୍କ ଫେରିବା ପାଇଁ ୧୦ମେ’ ର ସମୟ ସୀମା ସ୍ଥିର କରି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.