ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବଡ ଭଉଣୀକୁ କରୁଥିଲା ଏକତରଫା ପ୍ରେମ, ସାନ ଭଉଣୀକୁ କରୁଥିଲା ବିରୋଧ: ପ୍ଳାନ୍‌ କରି ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କଲା ଅକ୍ଷୟ

ଚନ୍ଦ୍ରଶେଖରପୁର,୦୫/୦୫: ବଡ ଭଉଣୀଙ୍କୁ ଏକତରଫା ପ୍ରେମ  କରୁଥିଲେ । ବାଟରେ ଘାଟରେ ହଇରାଣ  କରୁଥିଲେ । ତେବେ ଏହାକୁ ବିରୋଧ  କରି ଆସୁଥିଲେ ସାନ ଭଉଣୀ । ତେଣୁ  ବିରୋଧ କରୁଥିବା ସାନ ଭଉଣୀଙ୍କୁ  ରାସ୍ତାରୁ ହଟାଇବାକୁ ଯୋଜନା କଲେ । ମାରିଦେବାକୁ ଉଦ୍ୟମ କରି ପିକ୍‌ଅପ୍‌  ଭ୍ୟାନ ଗାଡି ନେଇ ସ୍କୁଟିରେ ଯାଉଥିବା  ଭଉଣୀକୁ ଧକ୍କା ଦେଇ ୫୦୦ ମିଟର  ଘୋଷାଡି ନେଇଗଲେ । ଏମିତି  ଅଭାବନୀୟ ଘଟଣା ଇନଫୋସିଟି ଥାନା  ଅଞ୍ଚଳରେ ଘଟିଛି । ଏହି ଘଟଣାରେ  ଅଭିଯୁକ୍ତକୁ ଗିରଫ କରିଛି ଇନଫୋସିଟି  ଥାନା ପୁଲିସ । ସେ ହେଲା ଅକ୍ଷୟ  କୁମାର ବେହେରା (୪୪) । ଘର  ମଞ୍ଚେଶ୍ୱର ଥାନା ଇଞ୍ଜଣା ମହାବୀର  ବିହାରରେ । ପୁଲିସ ଦୁଇଟି ଗାଡିକୁ  ଜବତ କରିଛି ।  

ପୁଲିସ ସୂଚନା ଅନୁଯାୟୀ  ଅମୀୟ କୁମାର ଜେନା ସପରିବାର  ପଟିଆ ରେଳଷ୍ଟେସନ୍‌ ଅଞ୍ଚଳରେ  ରହୁଛନ୍ତି । ଅକ୍ଷୟ ତାଙ୍କ ଘର  ନିକଟରେ ଭଡାରେ ରହିବା ସହ ଏକ  ପିକ୍‌ଅପ୍‌ ଭ୍ୟାନ୍‌ ଚଳାଇ ପରିବାର  ପ୍ରତିପୋଷଣ କରୁଥିଲା । ଅମୀୟଙ୍କ  ପତ୍ନୀ ବା ପୀଡ଼ିତାଙ୍କ ବଡ ଭଉଣୀଙ୍କୁ ଅକ୍ଷୟ ଏକତରଫା ପ୍ରେମ କରୁଥିଲା ।  ପୀଡିତାଙ୍କ ବଡ ଭଉଣୀ ବିବାହିତା  ହୋଇଥିବା ହେତୁ ସେ ଅକ୍ଷୟଙ୍କ  ଏହି ଭଲ ପାଇବାକୁ ପ୍ରତ୍ୟାଖ୍ୟାନ  କରିଥିଲେ । ଏହି ଘଟଣାକୁ କେନ୍ଦ୍ର  କରି ଉଭୟ ପରିବାର ମଧ୍ୟରେ ଶତ୍ରୁତା  ଲାଗିରହିଥିଲା । ଏହାପରେ ଅକ୍ଷୟ  ପୀଡ଼ିତାଙ୍କୁ ଜୀବନରୁ ମାରିଦେବାକୁ  ଧମକ ମଧ୍ୟ ଦେଇଥିଲା । 

ଗତକାଲି  ସନ୍ଧ୍ୟାରେ ପୀଡ଼ିତା ପଟିଆ ସ୍ଥିତ  କର୍ମସ୍ଥଳରୁ ସ୍କୁଟି ଯୋଗେ ଘରକୁ  ଫେରିବା ବେଳେ ପଟିଆ-ସିପେଟ୍‌  ରାସ୍ତାରେ ଅକ୍ଷୟ ନିଜ ପିକ୍‌ଅପ୍‌ ଭ୍ୟାନ୍‌କୁ  ଦ୍ରୁତଗତିରେ ଆଣି ସ୍କୁଟି ପଛପଟରେ  ଖୁବ୍‌ ଜୋରରେ ଧକ୍କା ଦେଇଥିଲା । ପୀଡ଼ିତା ସ୍କୁଟି ସହ ତଳେ ପଡ଼ିଯିବା  ପରେ ଅକ୍ଷୟ ତାଙ୍କୁ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ ।  ସ୍ଥାନୀୟ ଲୋକ ଏହା ଦେଖି ଅଭିଯୁକ୍ତର  ଗାଡ଼ିକୁ ପିଛା କରି ତାକୁ ଅଟକାଇଥିଲେ । ପୀଡ଼ିତାଙ୍କୁ ଉଦ୍ଧାର କରି ଏକ ଘରୋଇ  ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାରେ ପୀଡିତାଙ୍କ ଡାହାଣ ହାତ  ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ  ଭାଙ୍ଗିରୁଜି ଯାଇଛି । ଏ ନେଇ ପୀଡିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ ଶନିବାର ଅକ୍ଷୟକୁ ଗିରଫ କରିବା  ପରେ କୋର୍ଟଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.