ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଅହମଦାବାଦରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ରେକର୍ଡ ସଂଖ୍ୟକ ମତଦାନ କରିବାକୁ କଲେ ଅପିଲ୍

ଅହମଦାବାଦ, ୦୭/୦୫ : ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମଦାବାଦର ନିଶାନ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଦେଇ ତାଙ୍କର ମତାଧିକାର ପ୍ରୟୋଗ କରିଛନ୍ତି। ଏହା ସହ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ଭୋଟରଙ୍କୁ ଅପିଲ୍ କରିଛନ୍ତି। ଏତଦ୍ ବ୍ୟତୀତ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ସୁଶୀଲ କୁମାର ଶିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କ ପରିବାର ସହ ଭୋଟ୍ ଦେଇଛନ୍ତି। 

ସୂଚନାନୁଯାୟୀ, ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଜାରି ରହିଛି। ଗୁଜୁରାଟ ସମେତ ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୯୩ଟି ସିଟ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ଦେଇ ଅଧିକରୁ ଅଧିକ ମତଦାନ କରିବାକୁ ଭୋଟରଙ୍କୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ମତଦାନ ଏକ ସାମାନ୍ୟ କାର୍ଯ୍ୟ ନୁହେଁ। ଆମ ଦେଶରେ ଦାନର ଏକ ମହାତ୍ମ୍ୟ ରହିଛି। ସେହି ଭାବନା ରଖି ଦେସବାଶୀ ଅଧିକରୁ ଅଧିକ ମତଦାନ କରନ୍ତୁ। ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଏବେ ତିନି ସପ୍ତାହ ଆହୁରି ମତଦାନ ଜାରି ରହିବ।




ସେହିପରି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ୟୁପିର ରାଜ୍ୟପାଳ ଆନନ୍ଦି ବେନ ପଟେଲ ମଧ୍ୟ ମତଦାନ କରିଛନ୍ତି। ସେ ଅହମଦାବାଦର ଶିଲଜ ସ୍ଥିତ ଅନୁପମ ପ୍ରାଥମିକ ସ୍କୁଲରେ ଭୋଟ୍ ଦେଇଛନ୍ତି।  


 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.