ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୦୭/୦୫: ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ । ସକାଳ ୭ଟାରୁ ମତଦାନ ପ୍ରକିୟା ଆରମ୍ଭ  ହୋଇଛି। ଯାହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୯୩ ଆସନରେ ମତଦାନ ‌କରିବେ ଭୋଟର ।  ସେଥିମଧ୍ୟରେ ଆସାମର ୪, ବିହାରର ୫, ଛତିଶଗଡର ୭, ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉର ୨ଟି ଆସନ ରହିଛି । 

ଏହି ପର୍ଯ୍ୟାୟରେ ଗୁଜରାଟ, ଗୋଆ, ଦାଦ୍ରା ଓ ନଗରହାବେଳୀ ଏବଂ ଡାମନ ଓ ଡିଉର ସମସ୍ତ ଆସନରେ ଭୋଟ ଗ୍ରହଣ ହେବ ବେଳେ କର୍ଣ୍ଣାଟକରେ ମଧ୍ୟ ମତଦାନ ଶେଷ ହେବ । କର୍ଣ୍ଣାଟକର ମୋଟ ୨୮ ଲୋକସଭା ଆସନରୁ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୨୬ରେ ୧୪ଟି ଆସନରେ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୩୫୧ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ୮୨, କଂଗ୍ରେସର ୬୮, ସମାଜବାଦୀ ପାର୍ଟିର ୧୦, ଟିଏମ୍‌ସିର ୬, ଶିବସେନା (ୟୁବିଟି)ର ୫, ଆରଜେଡିର ୩ ଓ ଜେଡିୟୁର ୩ ଜଣ ପ୍ରାର୍ଥୀ ଅଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ (ଗାନ୍ଧୀନଗର), କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (ଗୁନା), ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବ (ମୈନପୁରୀ), ବିଜେପି ନେତା ପ୍ରହ୍ଲାଦ ଯୋଶୀ (ଧରୱାଡ), କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ (ବରହମପୁର), ବିଜେପିର ଶିବରାଜ ସିଂହ ଚୌହାନ (ବିଦିଶା), କଂଗ୍ରେସର ଦିଗ୍‌ବିଜୟ ସିଂହ (ରାଜଗଢ) ଓ ଏନ୍‌ସିପିର ସୁପ୍ରିୟା ସୁଲେ (ବାରାମତୀ) । ତେବେ ଏହି ପର୍ଯ୍ୟାୟରେ ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ସେଠାରେ ମତଦାନ ହେବନାହିଁ ।

ତୃତୀୟ ପର୍ଯ୍ୟାୟ ମତଦାନ ସହ ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ୨୮୦ଟିରେ ମତଦାନ ପ୍ରକ୍ରିୟା ଶେଷ ହେବ । ଅବଶିଷ୍ଟ ୪ଟି ପର୍ଯ୍ୟାୟରେ ୨୬୩ ଆସନରେ ଭୋଟ ଗ୍ରହଣ କରାଯିବ । ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଓ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୬.୧୪ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୬.୭୧ ପ୍ରତିଶତ ଭୋଟ ହୋଇଛି ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.