ପ୍ରମୁଖ ଖବର
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଖଲିସ୍ତାନୀ ସମର୍ଥକଙ୍କ ପାଖରୁ କେଜ୍ରିଓ୍ବାଲ ଟଙ୍କା ନେଇଥିବା ଅଭିଯୋଗ, ଏନଆଇଏ ତଦନ୍ତ ଲାଗି ସୁପାରିଶ କଲେ ଉପରାଜ୍ୟପାଳ

Image Courtesy: indiatoday

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଏବେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । କେଜ୍ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ଲାଗି ସୁପାରିଶ କରିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା । ଖଲିସ୍ତାନୀ ସମର୍ଥକ ସଂଗଠନ ଶିଖ୍‌ ଫର ଜଷ୍ଟିସ୍‌ ପାଖରୁ ଫଣ୍ଡ ଗ୍ରହଣ କରିଥିବା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ଲାଗି ଏହି ସୁପାରିଶ କରାଯାଇଛି । ସେ ଗୃହ ମନ୍ତ୍ରଣାଳୟକୁ ପତ୍ର ଲେଖି ଏହି ଦାବି କରିଛନ୍ତି । 

ଭାରତରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ପାଖରୁ ଏକ ରାଜନୈତିକ ଦଳ ଲକ୍ଷ ଲକ୍ଷ ଡଲାର ଗ୍ରହଣ କରିବା ନେଇ ଅଭିଯୋଗ ହୋଇଛି । ଏପରିକି ସିଏମ କେଜ୍ରିଓ୍ବାଲଙ୍କ ବିରୋଧରେ ଏହି ଅଭିଯୋଗ ହୋଇଥିବା ବେଳେ ଏନଆଇଏ ତଦନ୍ତ କରିବା ସହ ଅଭିଯୋଗକାରୀ ଦେଇଥିବା ଇଲେକ୍‌ଟ୍ରୋନିକ୍‌ ଉପକରଣର ଯାଞ୍ଚ ହେଉ ବୋଲି ଉପରାଜ୍ୟପାଳ ଭିକେ ସକ୍ସେନା ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।

 ଦେବେନ୍ଦ୍ର ପାଲ ଭୁଲ୍ଳରଙ୍କୁ ମୁକ୍ତ କରିବାକୁ ଚେଷ୍ଟା କରିବା ଏବଂ ଖଲିସ୍ତାନୀ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସ୍‌ ପାଖରୁ ଆପ୍‌ ୧୬ ମିଲିୟନ୍‌ ଡଲାର ଗ୍ରହଣ କରିଥିବା ନେଇ ଏଲଜି ସକ୍ସେନାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ସହ କେଜ୍ରିଓ୍ବାଲଙ୍କ ପକ୍ଷରୁ ଇକବାଲ ସିଂହଙ୍କୁ ଲେଖାଯାଇଥିବା ଏକ ପତ୍ର ସଂପର୍କରେ ଉପରାଜ୍ୟପାଳ ଭିକେ ସକ୍ସେନା ଉଲ୍ଲେଖ କରିଛନ୍ତି । ତେବେ କେଜ୍ରିଓ୍ବାଲଙ୍କ ବିରୋଧରେ ଏହି ଅଭିଯୋଗ ବିଶ୍ବ ହିନ୍ଦୁ ଫେଡରେସନ୍‌ ଇଣ୍ଡିଆର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଆଶୁ ମୋଙ୍ଗିୟା ଏବଂ ଆମ ଆଦମୀ ପାର୍ଟିର ପୂର୍ବତନ କାର୍ଯ୍ୟକର୍ତ୍ତା ମୁନୀଷ କୁମାର ରାୟଜାଦା କରିଥିଲେ । 

ଦେବିନ୍ଦର ପାଲ ସିଂହ ଭୁଲ୍ଲର ୧୯୯୩ ମସିହାରେ ଦିଲ୍ଲୀ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।   ଦିଲ୍ଲୀର ଯୁବ କଂଗ୍ରେସ ମୁଖ୍ୟାଳୟ ବାହାରେ ହୋଇଥିବା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ । ଜର୍ମାନୀରୁ ଫେରାଇ ଆଣିବା ପରେ ଦେବିନ୍ଦର ପାଲ ସିଂହ ଭୁଲ୍ଲରଙ୍କୁ ଗିରଫ କରାଯାଇଥିଲା । 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.