ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା: ରେବନ୍ନାଙ୍କ ହାଜତ ମିଆଦ ୧୪ ଯାଏ ବଢ଼ିଲା

Image Courtesy: ndtv

ବେଙ୍ଗାଲୁରୁ,୦୯/୦୫: କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ଜନତା ଦଳ (ସିକ୍ୟୁଲାର) ନେତା ଏଚ୍‌ ଡି ରେବନ୍ନାଙ୍କ ନ୍ୟାୟିକ ହାଜତ ମିଆଦ ମେ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅପହରଣ ମାମଲାରେ ତାଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦ୍ୱାରା ଅଟକ ରଖାଯାଇଥିଲା । ତାଙ୍କୁ ପ୍ରଥମେ କୋର୍ଟ ମେ ୮ ପର୍ଯ୍ୟନ୍ତ ହାଜତ ପଠାଇଥିଲେ । ବୁଧବାର ତାହା ଶେଷ ହେବା ପରେ ପୁଣି ଏହାକୁ ମେ ୧୪ ପର୍ଯ୍ୟନ୍ତ ବଢ଼ାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ାଙ୍କ ପୁଅ ତଥା ଜେଡିଏସ୍‌ ବିଧାୟକ ରେବନ୍ନା ଏବଂ ତାଙ୍କ ସହଯୋଗୀ ସତୀଶ ବାବନ୍ନାଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଥିଲା । ଜଣେ ମହିଳାଙ୍କୁ ଅପହରଣ କରିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ସେମାନଙ୍କୁ ଗିରଫ କରିଥିଲା । ପରେ ଏସ୍‌ଆଇଟି ସେମାନଙ୍କୁ ଅଟକ ରଖିଥିଲା ।

 ସେପଟେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେବା ମାମଲାରେ ରେବନ୍ନାଙ୍କ ପୁଅ ତଥା ରାଜ୍ୟର ହାସନ ଆସନରୁ ଲୋକସଭା ପ୍ରାର୍ଥୀ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଜାରି ହୋଇଥିବା ବ୍ଲୁ କର୍ଣ୍ଣର ନୋଟିସ୍‌ ଉପରେ ଇଣ୍ଟରପୋଲ୍‌ ଏହାର କାର୍ଯ୍ୟ ଆରମ୍ଭ କରିଦେଇଛି । ଇଣ୍ଟରପୋଲ୍‌ ଏ ନେଇ ସମସ୍ତ ୧୯୬ ସଦସ୍ୟ ଦେଶକୁ ଆଲର୍ଟ କରାଇ ଦେଇଛି । ପ୍ରଜ୍ୱଳଙ୍କ ଫଟୋ ଜାରି କରାଯିବା ସହ ଯେଉଁଠି ଦେଖିଲେ ଅଟକ ରଖିବାକୁ କୁହାଯାଇଛି ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.