ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

କଙ୍ଗନା ରାଣାୱତଙ୍କ ବଡ଼ ଘୋଷଣା, କହିଲେ- ‘ନିର୍ବାଚନ ଜିତିଲେ ଛାଡିବି ବଲିଉଡ...’

ମୁମ୍ବାଇ,୬।୫: ବିବାଦୀୟ ଓ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ।  ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବିଜେପିରୁ ତାଙ୍କୁ ଟିକେଟ ମିଳିବା ପରେ କସରତ ଆରମ୍ଭ କରିଛନ୍ତି କଙ୍ଗନା । କଙ୍ଗନା ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ସେ ଆଶା କରୁଛନ୍ତି ଯେ ଏହି ନିର୍ବାଚନରେ ଜିତିବେ । କଙ୍ଗନା ଏକ ସାକ୍ଷାତାକାରରେ ଚଳଚ୍ଚିତ୍ର, ଲୋକସଭା ନିର୍ବାଚନ ଓ ରାଜନୀତି ବିଷୟରେ କହିଥିଲେ। ଏଥିସହ ଅଭିନେତ୍ରୀ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ ଏକ ବଡ ଘୋଷଣା କରିଛନ୍ତି ।  

ରାଜନୀତି ପାଇଁ ବଲିଉଡ ଛାଡିବେ କି କଙ୍ଗନା?

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସ୍ପଷ୍ଟ କରିଛନ୍ତି ଯେ, ଯଦି ସେ ଲୋକସଭା ନିର୍ବାଚନ ଜିତୁଛନ୍ତି ତେବେ ସେ ଧୀରେ ଧୀରେ ଶୋବିଜ ଦୁନିଆ ଛାଡିପାରନ୍ତି । କାରଣ ସେ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାନ୍ତି । ଏଥିସହ ସାକ୍ଷାତକାରରେ ଅଭିନେତ୍ରୀଙ୍କୁ  ପଚାରିଯାଇଥିଲା ଯେ ସେ କିପରି ଫିଲ୍ମ ଓ ରାଜନୀତିକୁ ଏକାଠି ପରିଚାଳନା କରିବେ? 

ଏନେଇ ଅଭିନେତ୍ରୀ କହିଛନ୍ତି ଯେ, ମୁଁ ଫିଲ୍ମରେ ଅଭିନୟ କରେ ଏବଂ ନିର୍ଦ୍ଦେଶନା ମଧ୍ୟ ଦେଉଛି। କିନ୍ତୁ ଯଦି ମତେ ରାଜନୀତିରେ କିଛି ସମ୍ଭାବନା ଦେଖାଦେଉଛି ଯେ ଏହାରି ମାଧ୍ୟମରେ ଲୋକ ମୋ ସହ ଯୋଡି ହେଉଛନ୍ତି । ତାହେଲେ ମୁଁ ରାଜନୀତି କରିବି। ମୁଁ ଗୋଟିଏ କାମ ଭଲରେ କରିବାକୁ ଚାହୁଁଛି। 

ଯଦି ମତେ ଲାଗୁଛି କି ଲୋକଙ୍କୁ ମୋର ଆବଶ୍ୟକ ଅଛି ତେବେ ମୁଁ ସେହି ଦିଗରେ ଯିବି । ଯଦି ମୁଁ ମଣ୍ଡିରୁ ଜିତେ ତେବେ କେବେଳ ମୁଁ ରାଜନୀତି ହିଁ କରିବି। ମତେ ଅନେକ ଫିଲ୍ମ ନିର୍ମାତା ରାଜନୀତିରେ ନ ଯିବାକୁ କୁହନ୍ତି ।  ମୋର ବ୍ୟକ୍ତିଗତ ଜୀବନ ହେତୁ ଲୋକମାନେ ହଇରାଣ ହେବା ଭଲ ନୁହେଁ। ମୁଁ ଏକ ସୁବିଧାଜନକ ଜୀବନ ଅତିବାହିତ କରିଛି। ଯଦି ବର୍ତ୍ତମାନ ମୁଁ ଲୋକଙ୍କ ସହି ଯୋଡି ହେବାକୁ ସୁଯୋଗ ପାଇଛି । ତେବେ ମୁଁ ଏହାକୁ ଗ୍ରହଣ କରିବି । ମୁଁ ଭାବୁଛି ଲୋକମାନେ ତୁମଠାରୁ ଆଶା କରୁଥିବା ବିଷୟକୁ ନ୍ୟାୟ ଦେବା ଉଚିତ । 

ରାଜନୀତି ଓ ଫିଲ୍ମ ଦୁନିଆ ମଧ୍ୟରେ ପାର୍ଥକ୍ୟ କଣ?

ଅଭିନେତ୍ରୀଙ୍କୁ ପଚରାଯାଇଥିଲା ଯେ ଫିଲ୍ମ ଅପେକ୍ଷା ରାଜନୀତି ଦୁନିଆ ବହୁତ ଅଲଗା। ଏହା ତାଙ୍କୁ ଭଲ ଲାଗୁଛି କି? ଅଭିନେତ୍ରୀ ଏହାର ଉତ୍ତରେ କହିଛନ୍ତି ଯେ ଫିଲ୍ମର ଏକ ମିଛ ଦୁନିଆ ଅଛି। ସେଥିପାଇଁ ଅଲଗା ବାତାବରଣ ପ୍ରସ୍ତୁତ କରାଯାଉଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ବବଲ ପ୍ରସ୍ତୁତ କରାଯାଉଛି। କିନ୍ତୁ ରାଜନୀତି ଏକ ବାସ୍ତବତା । ମୋତେ ଲୋକଙ୍କ ଆଶା ପୂରଣ କରିବାକୁ ପଡିବ। ମୁଁ ଜନସେବା ପାଇଁ ନୂଆ, ବହୁତ କିଛି ଶିଖିବାକୁ ପଡିବ । 

ଅଭିନେତ୍ରୀଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ, କଙ୍ଗନା  କ୍ବିନ, ତନୁ ଓ୍ବେଡ୍ସ ମନୁ, ଫେଶନ, ମଣିକର୍ଣ୍ଣିକା, ଗ୍ୟାଙ୍ଗଷ୍ଟାର ଭଳି ଫିଲ୍ମରେ ତାଙ୍କର ଦାମଦାର ଅଭିନୟ ଦେଖାଇ ଫ୍ୟନ୍ସଙ୍କ ହୃଦୟ ଜିତିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ଏମର୍ଜେନ୍ସି ଅଟେ । ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମ ଚଳିତବର୍ଷ 14 ଜୁନକୁ ରିଲିଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.