ପ୍ରମୁଖ ଖବର
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

୧୪ବର୍ଷ ବୟସରେ ଘରୁ ପଳାଇଥିଲେ କଣ୍ଠଶିଳ୍ପୀ : କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୬/୫ : କଣ୍ଠଶିଳ୍ପୀ କୈଲାଶ ଖେରଙ୍କୁ ଆଜି କୌଣସି ପରିଚୟ ଦେବାର ଆବଶ୍ୟକ ନାହିଁ । କିନ୍ତୁ କୈଲାଶଙ୍କ ଲାଗି ସଫଳତା ପାଇବା ସହଜ ନ ଥିଲା । ସେ ବହୁ ପରିଶ୍ରମ ପରେ ଏହା ସବୁ ପାଇଛନ୍ତି । କୈଲାଶଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । କୈଲାଶ ସବୁବେଳେ ଜଣେ କଣ୍ଠଶିଳ୍ପୀ ହେବାକୁ ଚାହୁଁଥିଲେ । ସେ ୧୪ବର୍ଷ ବୟସରେ ଘରୁ ପଳାଇ ଯାଇଥିଲେ । ସେ ଗୁରୁ ଖୋଜିବା ପାଇଁ ଯିଏ ତାଙ୍କୁ ଟ୍ରେନିଂ ଦେଇପାରିବେ ଘର ଲୋକଙ୍କ ଇଛା ବିପକ୍ଷରେ ପଳାଇଥିଲେ । ସେ ପୁଣି କ୍ଲାସିକାଲ ଏବଂ ଫୋକ ମ୍ୟୁଜିକ ଶିଖିଥିଲେ । ସେ ଋଷିକେଶ ଏବଂ ହରିଦ୍ବାରରେ ଦିନ ବିତାଇଥିଲେ ଏବଂ ସେ ରାସ୍ତାରେ ବି ଶୋଇଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଗୁରୁ ମିଳିନଥିଲା ତ ସେ ଘର ଲୋକଙ୍କ କଥା ମାନି ବ୍ୟବସାୟ ଆରମ୍ଭ କରିଥିଲେ ।

ଏକ ସାକ୍ଷାତକାରରେ ସେ କହିଥିଲେ କି , ମୁଁ ସ୍ଥିତି ବଜାୟ ରଖିବାକୁ ଭିନ୍ନ ଭିନ୍ନ କାମ କରିଥିଲି । ମୁଁ ୨୦ ଏବଂ ୨୧ବର୍ଷର ଯେତେବେଳେ ଥିଲି ମୁଁ ଦିଲ୍ଲୀରେ ଏକ୍ସପୋର୍ଟର ବ୍ୟବସାୟ ଆରମ୍ଭ କରିଥିଲି । ମୁଁ ଜର୍ମାନୀ ହ୍ୟାଣ୍ଡିକ୍ରାପ୍ଟ୍ସପଠାଉଥିଲି । ଦୁର୍ଭାଗ୍ୟ ଜନକ ଭାବେ ଅଚାନକ ବ୍ୟବସାୟ ବର୍ବାଦ ହୋଇଯାଇଥିଲା । ବ୍ୟବସାୟରେ ବହୁତ ଅସୁବିଧା ଭୋଗ କରିବାକୁ ପଡ଼ୁଥିଲା ପରେ ପଣ୍ଡିତ ହେବା ପରେ ଋଷିକେଶ ଚାଲି ଯାଇଥିଲି । ମାତ୍ର ମୋତେ ସବୁବେଳେ ଲାଗୁଥିଲା କି ମୁଁ ମିସଫିଟ ଅଟେ ଏଥିଲାଗି କାରଣ ମୋ ସାଙ୍ଗରେ ଯେଉଁ ଲୋକ ଥିଲେ ମୋଠାରୁ ଯୁବକ ଥିଲେ ଏବଂ ମୋ ବିଚାର ତାଙ୍କ ସହ ମିଶୁନଥିଲା ।

ମୁଁ ସବୁବେଳେ ଅନୁଭବ କରୁଥିଲି । ମୁଁ ପ୍ରତିଟି ଜିନିଷରେ ଫେଲ ମାରୁଥିଲି । ଗୋଟିଏ ଦିନ ମୁଁ ଗଙ୍ଗା ନଦୀରେ ଡେଇଁ ଜୀବନ ଦେବାକୁ ପ୍ରୟାସ କରିଥିଲି । କିନ୍ତୁ ଜଣେ ବ୍ୟକ୍ତି ଗଙ୍ଗାରେ ଡେଇଁ ମୋ ଜୀବନ ବଞ୍ଚାଇଥିଲେ । ସେ ମୋତେ ପଚାରିଥିଲେ କି ପହଁରିବା ଆସୁନଥିଲା ତ ଡେଇଁଲ କ’ଣ ପାଇଁ ? ପରେ ମୁଁ କହିଥିଲି କି ମରିବାକୁ । ଏହା ଶୁଣି ସେ ମୋତେ ଜୋରରେ ଚପଲରେ ମାରିଥିଲେ ।

ଏହି ଘଟଣା ପ‌ରେ ସେ ଗୋଟିଏ ଦିନ ଲାଗି ନିଜକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ, ବିନା ଖାଇବାରେ । କୈଲାଶ ଏକ ସାକ୍ଷାତକାର ସମୟରେ କହିଛନ୍ତି କି,ଯେତେବେଳେ ମୁଁ ମୁମ୍ବାଇ ଆସିଥିଲି ତ ମୁଁ ୩୦ବର୍ଷର ଥିଲି  ଏବଂ ସେତବେଳ ପର୍ଯ୍ୟନ୍ତ ମୁଁ ଜିନିଷକୁ ବୁଝୁଥିଲି। କିନ୍ତୁ ଯେତେବେଳେ ଋଷିକେଶ ଯାଇଥିଲି ତ ମୁଁ ୨୦ବର୍ଷର ଥିଲି । ଏହି ସମୟରେ ମୁଁ ବହୁତ ଷ୍ଟ୍ରଗଲ କରିଥିଲି । ବହୁତ ଡିପ୍ରେଶନରେ ବି ଥିଲି । ଆତ୍ମହତ୍ୟାର ଉଦ୍ୟମ ବି କରିଥିଲି । ମୋତେ ଲାଗୁଛି କି ଗଙ୍ଗା ମା’ ବାପା ସମୁଦ୍ର ପଟକୁ ପ୍ରେଶର କରିଥିଲା । ତ ମୁଁ ମୁମ୍ବାଇ ଆସିଥିଲି । କୈଲାଶ ଏହା ବି କହିଛନ୍ତି କି ମୁମ୍ବାଇରେ ତାଙ୍କର ଜଣେ ବନ୍ଧୁ ଏବଂ ଭଗବାନ ତାଙ୍କୁ ସାହାଯ୍ୟ କରିଥିଲେ । ମୁମ୍ବାଇ ଯାଇ ସେ ଖୁବ ପରିଶ୍ରମ ଏବଂ ବଡ଼ ଷ୍ଟାର ହୋଇଗଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.