ପ୍ରମୁଖ ଖବର
  • ଆରସିବିର ବିଶାଳ ବିଜୟ, ଚେନ୍ନାଇକୁ ହରାଇ ପ୍ଲେଅଫ୍‌ରେ ବେଙ୍ଗାଲୁରୁ
  • ||
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’ ସ୍ଥିତି

ମୁମ୍ବାଇ,୦୬/୦୫: ଆଇପିଏଲ୍‌ର ୫୫ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାରେ ନିମ୍ନ ସ୍ଥାନରେ ଥିବା  ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’  ସଦୃଶ ରହିଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ସନ୍‌ରାଇଜର୍ସକୁ ହରାଇବା ଜରୁରି । ପରାଜିତ ହେଲେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ । ତେଣୁ ପାଣ୍ଡ୍ୟା ବାହିନୀ ବିଜୟ ସହ ଦୌଡ଼ରେ ରହିବାକୁ  ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଅନ୍ୟ ପଟରେ  ସନ୍‌ରାଇଜର୍ସ ମୁମ୍ବାଇ ବିପକ୍ଷରେ ଚଳିତ ସିଜନରେ  ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଫଳରେ ସୋମବାର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ଗତ ମାର୍ଚ୍ଚ ୨୭ ତାରିଖରେ ଉଭୟ ଦଳ ପ୍ରଥମ ଥର ସାମ୍ନାସାମ୍ନି ହୋଇଥିଲେ ଏବଂ ଘରୋଇ ଗ୍ରାଉଣ୍ଡରେ  ସନ୍‌ରାଇଜର୍ସ ୩୧ରନ୍‌ରେ ବିଜୟ ହାସଲ କରିଥିଲା । ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ ୱାଙ୍ଖଡ଼େରେ ଖେଳିବ । ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ବ୍ୟାକୁଳ । ମୁମ୍ବାଇ ଶେଷ ୪ଟି ମ୍ୟାଚ୍‌ରେ  ପରାଜୟର ସାମ୍ନା କରିଛି । ବ୍ୟାଟିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଦଳ ପରାଜୟର କାରଣ ହୋଇଛି। ପ୍ଲେ-ଅଫ୍‌  ଦୌଡ଼ ପାଇଁ ଦଳକୁ ପୁଣିଥରେ ସଂଗଠିତ ହେବାକୁ  ପଡ଼ିବ । ସୋମବାର ରୋହିତ ଶର୍ମାଙ୍କ ବ୍ୟାଟରୁ ଦର୍ଶକ  ଏକ ବଡ଼ ଇନିଂସ୍‌ ଦେଖିବା ନେଇ ଆଶା ବାନ୍ଧିଛନ୍ତି । ପୂର୍ବ  ମ୍ୟାଚ୍‌ରେ ସେ ପିଠି ଯନ୍ତ୍ରଣା ପାଇଁ ଇମ୍ପାକ୍ଟ ପ୍ଲେୟାର ଭାବେ  କେବଳ ବ୍ୟାଟିଂ କରିଥିଲେ । ବୋଲିଂ ବିଭାଗରେ ଯଶପ୍ରୀତ  ବୁମରାଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ନିରାଶ  କରିଛନ୍ତି । ବୁମରା ୧୧ଟି ମ୍ୟାଚ୍‌ରୁ ୧୭ଟି ୱିକେଟ୍‌ ନେଇ  ସାରିଛନ୍ତି । ସୋମବାର ବୁମରା ଏବଂ ସନ୍‌ରାଇଜର୍ସ  ବ୍ୟାଟରଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । 

ସନ୍‌ରାଇଜର୍ସ ୧୦ଟି ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ  ୧୨ପଏଣ୍ଟ ପାଇଛି । ସୋମବାର ଦଳ ମୁମ୍ବାଇକୁ ହରାଇ  ପ୍ଲେ-ଅଫ୍‌ ଆଶା ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ସବୁ  ବିଭାଗରେ ଦଳ ଭଲ ପ୍ରଦର୍ଶନ କରୁଛି । ଷ୍ଟାର୍‌ ବ୍ୟାଟର  ଟ୍ରେଭିସ୍‌ ହେଡ୍‌, ଅଭିଷେକ ଶର୍ମା, ହେନରିକ୍‌ କ୍ଲାସେନ ଏବଂ ପେସ୍‌ ବୋଲର ପ୍ୟାଟ୍‌ କମିନ୍ସ ଓ ଭୁବନେଶ୍ୱର  କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

ୱାଙ୍ଖଡ଼େ ପିଚ୍‌ ବ୍ୟାଟରଙ୍କ ପାଇଁ ଅନୁକୂଳ ।  ମାତ୍ର ଗତ ମୁମ୍ବାଇ-ନାଇଟ୍‌ ରାଇଡର୍ସ ମ୍ୟାଚ୍‌ରେ  ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ସ୍ପିନରମାନେ ଘାତକ ସାବ୍ୟସ୍ତ ହୋଇଥିଲେ ।

ସମ୍ଭାବ୍ୟ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଈଶାନ କିଷନ,  ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା,  ଟିମ୍‌ ଡେଭିଡ୍‌, ନେହାଲ ୱଧେରା, ରୋମାରିଓ ସେଫର୍ଡ/ ମହମ୍ମଦ ନବି, ଗେରାଲ୍ଡ କୋଏଜି, ପିୟୂଷ ଚାୱଲା,  ଯଶପ୍ରୀତ ବୁମରା । ଇମ୍ପାକ୍ଟ ପ୍ଲେୟାର- ନୂଆନ ତୁଷାରା । 

ସନ୍‌ରାଇଜର୍ସ: ଟ୍ରେଭିସ୍‌ ହେଡ୍‌, ଅଭିଷେକ ଶର୍ମା,  ଅନମୋଲପ୍ରୀତ ସିଂହ, ହେନରିକ୍‌ କ୍ଲାସେନ, ନିତିଶ  କୁମାର ରେଡ୍ଡୀ, ଅବଦୁଲ ସମଦ, ସାହାବାଜ ଅହମ୍ମଦ,  ମାର୍କୋ ଜାନସେନ, ପ୍ୟାଟ୍‌ କମିନ୍ସ, ଭୁବନେଶ୍ୱର କୁମାର,  ଟି. ନଟରାଜନ । ଇମ୍ପାକ୍ଟ ପ୍ଲେୟାର-ଜୟଦେବ ଉନାକାତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.