ପ୍ରମୁଖ ଖବର
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

IPL 2024: ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା

ଧର୍ମଶାଳା,୦୯/୦୪: ଚଳିତ ଆଇପିଏଲର ୫୮ତମ ଲିଗ୍‌ ମୁକାବିଲାରେ  ଘରୋଇ ପଞ୍ଜାବ କିଙ୍ଗ୍‌ସ  ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏଚ୍‌ପିସିଏ ଷ୍ଟାଡ଼ିୟମ୍‌ରେ ଉଭୟ ଦଳ  ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ  ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ  ରହିଥିବାରୁ ଗୁରୁବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ପଏଣ୍ଟ ତାଲିକାରେ ବର୍ତ୍ତମାନ  ରୟାଲ୍‌ ଚ୍ୟାଲେଞ୍ଜର୍ସ ସପ୍ତମ ଓ ପଞ୍ଜାବ  କିଙ୍ଗ୍‌ସ ଅଷ୍ଟମ ସ୍ଥାନରେ ରହିଛନ୍ତି । ଏବେବି ଉଭୟ ଦଳର ପ୍ଲେ-ଅପ୍‌ ଆଶା ଉଜ୍ଜୀବିତ ରହିଛି । ମାତ୍ର ଗୁରୁବାର ଉଭୟଙ୍କ ପାଇଁ ଶେଷ ସୁଯୋଗ । ପରାଜିତ ଦଳ ଟାଇଟଲ ରେସ୍‌ରୁ ବାଦ ପଡ଼ିବ । 

 ଉଭୟ ଦଳ ମାର୍ଚ୍ଚ ୨୫ ତାରିଖରେ ପରସ୍ପରକୁ ଭେଟିଥିଲେ । ଚିନ୍ନାସ୍ୱାମୀ  ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌ରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ ୱିକେଟ୍‌ରେ ବିଜୟ  ହାସଲ କରିଥିଲା । ଏଥର ପଞ୍ଜାବ କିଙ୍ଗ୍‌ସ  ଘରୋଇ ଗ୍ରାଉଣ୍ଡ୍‌ରେ ପ୍ରତିଶୋଧ ନେବାକୁ  ଚେଷ୍ଟା କରିବ । ପୂର୍ବ ରେକର୍ଡ ମଧ୍ୟ ପଞ୍ଜାବ  କିଙ୍ଗ୍‌ସ ପକ୍ଷରେ ରହିଛି । ଉଭୟ ଦଳ  ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ  ପଞ୍ଜାବ କିଙ୍ଗ୍‌ସ ୧୭ଟି ମ୍ୟାଚ୍‌ ଜିତିଛି ।  

ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ରଥମ  ଭାଗ ଓ ଦ୍ୱିତୀୟ ଭାଗ ପ୍ରଦର୍ଶନ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ପ୍ରଥମ  ୭ଟି ମ୍ୟାଚ୍‌ରୁ ଦଳ ୬ଟିରେ ପରାଜିତ  ହୋଇଥିଲା । ମାତ୍ର ଏହାପରେ ଖେଳିଥିବା  ୪ଟି ମ୍ୟାଚ୍‌ ମଧ୍ୟରୁ ଦଳ ୩ଟି ବିଜୟ  ହାସଲ କରିଛି । ବର୍ତ୍ତମାନ ସବୁ ବିଭାଗରେ  ଉନ୍ନତ ପ୍ରଦର୍ଶନ ଜାରି ରହିଛି । ମଧ୍ୟ  କ୍ରମ ବ୍ୟାଟରମାନେ ଫର୍ମକୁ ଫେରିଛନ୍ତି । ବିଶେଷ କରି ବୋଲିଂ ବିଭାଗ ଲୟକୁ  ଫେରିବା ଦଳ ପାଇଁ ଶୁଭ ସଂକେତ ।  

ପଞ୍ଜାବ କିଙ୍ଗ୍‌ସ ପ୍ରଦର୍ଶନରେ ଉତ୍ଥାନ  ପତନ ଲାଗି ରହିଛି । କ୍ରମାନ୍ୱୟରେ ବିଜୟ  ଜାରି ରଖିବା ପଞ୍ଜାବ କିଙ୍ଗ୍‌ସ ପାଇଁ ସ୍ୱପ୍ନ  ହୋଇ ଯାଇଛି । ଶେଷ ମ୍ୟାଚ୍‌ରେ ଚେନ୍ନାଇ  ସୁପରକିଙ୍ଗ୍‌ସ ଠାରୁ ପରାଜିତ ହେବା ପରେ  ଦଳର ମନୋବଳ ସାମାନ୍ୟ ଦୁର୍ବଳ ରହିଛି । ମାତ୍ର ପୂର୍ବ ଫଳାଫଳକୁ ଭୁଲି ଦଳକୁ ଗୁରୁବାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ବିରାଟ କୋହଲିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି  ପ୍ରସ୍ତୁତ କରିବାକୁ ପଡ଼ିବ । କୋହଲି ଓ  କାଗିସୋ ରାବାଡାଙ୍କ ମଧ୍ୟରେ ଗୁରୁବାର ଏକ ଦ୍‌ଦାର ଲଢେଇ ହୋଇପାରେ । ରାବାଡା ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଉଭୟ  କୋହଲି ଓ ଫାଫ ଡୁ ପ୍ଲେସିଙ୍କୁ ୪ଥର  ଲେଖାଏଁ ଆଉଟ୍‌ କରିସାରିଛନ୍ତି ।  

ଶିଖର ଧାୱନ ଦଳ ସହ ଧର୍ମଶାଳା ଯାତ୍ରା କରି ନାହାନ୍ତି । ଫଳରେ ଗୁରୁବାର ସାମ କରନ ନେତୃତ୍ୱ ନେବା  ନିଶ୍ଚିତ । ଦଳରେ ମଧ୍ୟ ପରିବର୍ତ୍ତନ  ସମ୍ଭାବନା ନାହିଁ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଏକାଦଶରେ ପରିବର୍ତ୍ତନ କରିପାରେ । ଧର୍ମଶାଳା ପିଚ୍‌ରେ ଅତିରିକ୍ତ ବାଉନ୍ସ  ହେବ । ତେଣୁ ବାମ ହାତି ପେସ୍‌ ବୋଲର  ରିସ ଟପଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ  ଏକାଦଶରେ ସ୍ଥାନ ଦେଇପାରେ । ଧର୍ମଶାଳାରେ ଟସ ନିର୍ଣ୍ଣାୟକ ଭୂମିକା  ଗ୍ରହଣ କରିବ ନାହିଁ । ଏଠାରେ ସେଭଳି  କାକର ପଡ଼ିବ ନାହିଁ । ବ୍ୟାଟିଂ ପାଇଁ  ପିଚ ଅନୁକୂଳ ଥିବାରୁ ଟସ୍‌ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.