ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ

ନୂଆଦିଲ୍ଲୀ,୦୭/୦୫: ଆଇପିଏଲ୍‌ର ୫୬ତମ ଲିଗ୍‌  ମୁକାବିଲାରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ  ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ ଓ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସଞ୍ଜୁ ବାହିନୀ ବିଜୟ ସହ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ  ରହିଛି । ଅନ୍ୟ ପଟରେ କ୍ୟାପିଟାଲ୍ସ ପୂର୍ବ ପରାଜୟର  ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରିଛି । ଫଳରେ ମଙ୍ଗଳବାର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ଗତ ମାର୍ଚ୍ଚ ୨୮ ତାରିଖ ଜୟପୁରରେ ଉଭୟ ଦଳ ପ୍ରଥମ  ଥର ସାମ୍ନାସାମ୍ନି ହୋଇଥିଲେ ଏବଂ ରୟାଲ୍ସ ୧୨ରନ୍‌ରେ ଏହି  ମ୍ୟାଚ୍‌ ଜିତିଥିଲା । ଏଥର ପନ୍ତ ବାହିନୀ ଘରୋଇ ଗ୍ରାଉଣ୍ଡ୍‌ରେ  ଖେଳିବାକୁ ଯାଉଛି । କ୍ୟାପିଟାଲ୍ସ ଘରୋଇ ଖେଳିଥିବା ଶେଷ  ୩ଟି ମ୍ୟାଚ୍‌ରୁ ୨ଟି ଜିତିଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ  ଟାଇଟନ୍ସକୁ ହରାଇଥିବାବେଳେ ସନ୍‌ରାଇଜର୍ସଠୁ ପରାଜିତ  ହୋଇଥିଲା । ଆସନ୍ତାକାଲି ରୟାଲ୍ସକୁ ହରାଇ ପ୍ଲେ-ଅଫ୍‌  ଦୌଡ଼ରେ ଆଉ ପାଦେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି । 

ରୟାଲ୍ସ ଦଳ ୧୦ଟି ମ୍ୟାଚ୍‌ରୁ ୮ ବିଜୟ ସହ ୧୬  ପଏଣ୍ଟ ପାଇଛି। ଦଳ ନିକଟରେ ଶୀର୍ଷ ସ୍ଥାନକୁ ଫେରିବାର ସୁଯୋଗ ରହିଛି । ୫ ସପ୍ତାହ ଧରି ଶୀର୍ଷରେ ରହିବା ପରେ ଶେଷରେ ଦଳ ଦ୍ୱିତୀୟକୁ ଖସିଥିଲା। ନାଇଟ୍‌  ରାଇଡର୍ସ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ  ଉନ୍ନତ ନେଟ୍‌ ରନ୍‌ରେଟରେ ଶୀର୍ଷରେ ରହିଛି । ଗତ  ୨ତାରିଖରେ ରୟାଲ୍ସ ଶେଷ ମ୍ୟାଚ୍‌ରେ ସନ୍‌ରାଇଜର୍ସ ନିକଟରୁ  ହାରି ଯାଇଥିଲା । ୪ଦିନର ବିଶ୍ରାମ ସମୟ ମିଳିଥିବାରୁ ପୂର୍ବ  ତ୍ରୁଟି ସୁଧାରି ନେଇଛି । ମଙ୍ଗଳବାର ଦଳ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ । ଜୋସ୍‌ ବଟଲର ଓ ୟୁଝବେନ୍ଦ୍ର ଚହଲ ଇମ୍ପାକ୍ଟ ପ୍ଲେୟାର ଭାବେ ଅଦଳ ବଦଳ ହେବେ । ରୟାଲ୍ସ ଦଳଗତ ପ୍ରଦର୍ଶନ ବଳରେ ଟାଇଟଲ ଦାବିଦାର ଭାବେ  ଉଭା ହୋଇଛି । ପ୍ରତି ମ୍ୟାଚ୍‌ରେ ଭିନ୍ନ ଭିନ୍ନ ଖେଳାଳି ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ଦେଇଛନ୍ତି । ମଙ୍ଗଳବାର ବଟଲର, ଯଶସ୍ୱୀ  ଜୈସ୍ୱାଲ୍‌ ଓ ସାମସନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ରୁ ୫ ବିଜୟ ସହ ୧୦ପଏଣ୍ଟ  ପାଇଛି । ପୂର୍ବ ମ୍ୟାଚ୍‌ରେ ଦଳ ନାଇଟ୍‌ ରାଇଡର୍ସ ନିକଟରୁ  ହାରି ଯାଇଥିଲା । ମଙ୍ଗଳବାର ମ୍ୟାଚ୍‌ ଜରିଆରେ  ଦଳକୁ ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି । ଯୁବ ବ୍ୟାଟିଂ ବିସ୍ମୟ ଜାକ ଫ୍ରେଜର-ମ୍ୟାକ୍‌ଗର୍କଙ୍କ  ଦୁର୍ଦ୍ଧର୍ଷ ବ୍ୟାଟିଂ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।  ମଙ୍ଗଳବାର ମ୍ୟାକ୍‌ଗର୍କ ଓ ରୟାଲ୍ସ ବୋଲିଂ ବିଭାଗ ମଧ୍ୟରେ ଅସଲ ଲଢ଼େଇ ଦେଖିବାକୁ ମିଳିବ । ପନ୍ତ, ଟ୍ରିଷ୍ଟନ ଷ୍ଟବ୍ସ ଓ ଅକ୍ଷର ପଟେଲ ଫର୍ମରେ ରହିଛନ୍ତି । ଅଭିଜ୍ଞ ପେସ୍‌ ବୋଲର ଈଶାନ୍ତ ଶର୍ମା ଫିଟ୍‌ ଘୋଷିତ ହୋଇଛନ୍ତି ।  ତାଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ସୁଦୃଢ଼ କରିବ । 

ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ । ଏଠାରେ ପ୍ରଥମ ଇନିଂସ୍‌ରେ ଆଭରେଜ୍‌  ସ୍କୋର ୨୪୯ ରହିଛି । ଏହି ପିଚ୍‌ରେ ଚଳିତ ସିଜନରେ ସର୍ବାଧିକ ୧୧.୩୮ ରନ୍‌ରେଟ୍‌ ରନ୍‌ ସଂଗୃହୀତ ହୋଇଛି । ମଙ୍ଗଳବାର ମ୍ୟାଚ୍‌ ହାଇସ୍କୋରିଂ ହେବା ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

କ୍ୟାପିଟାଲ୍ସ: ଜାକ ଫ୍ରେଜର-ମ୍ୟାକ୍‌ଗର୍କ, ଅଭିଷେକ ପୋରେଲ, ସାଇ  ହୋପ୍‌, ଟ୍ରିଷ୍ଟନ ଷ୍ଟବ୍ସ, ରିଷଭ ପନ୍ତ (ଅଧିନାୟକ), ଅକ୍ଷର ପଟେଲ, କୁମାର କୁଶାଗ୍ର, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଲିଜାର୍ଡ  ୱିଲିୟମ୍ସ, ମୁକେଶ କୁମାର । ଇମ୍ପାକ୍ଟ ପ୍ଲୋୟାର- ରସିଖ ସଲାମ । 

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଯଶସ୍ୱୀ  ଜୈସ୍ୱାଲ୍‌, ସଞ୍ଜୁ ସାମସନ (ଅଧିନାୟକ), ରିୟାନ ପରାଗ,  ସିମରନ ହେତମାୟର, ରୋଭମାନ ପାୱେଲ, ଧ୍ରୁବ  ଜୁରେଲ, ଆର୍‌ ଅଶ୍ୱିନ, ଟ୍ରେଣ୍ଟ୍‌ ବୋଲ୍ଟ, ଅଭେଶ ଖାନ,  ସନ୍ଦୀପ ଶର୍ମା । ଇମ୍ପାକ୍ଟ ପ୍ଲେୟାର- ୟୁଝବେନ୍ଦ୍ର ଚହଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.