ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ନିର୍ବାଚନ ପାଇଁ ସକ୍ରିୟ ଅନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍, ଡିମାଣ୍ଡରେ ‘ଡ୍ରିମ ଗାର୍ଲ’, ‘ନାଇଟ ଗାର୍ଲ’ ବ୍ରାଣ୍ଡ ମଦ

ଭୁବନେଶ୍ୱର, ୨୧।୪: ସବୁଥର ଭଳି ଏଥର ନିର୍ବାଚନରେ ଭୋଟର ତୁଷ୍ଟିକରଣ ପାଇଁ ମୁଖ୍ୟ ପ୍ରଲୋଭନ ସାମଗ୍ରୀ ପାଲଟିବ ନିଶାଦ୍ରବ୍ୟ । ନିର୍ବାଚନ ପ୍ରଚାର ବେଳେ ପେଟି ପେଟି ମଦ ଉଡ଼ିବ । ଏହି ମଉକାରେ ଅନ୍ତଃରାଜ୍ୟ ନିଶା ମାଫିଆମାନେ ବେଶ୍‌ ସକ୍ରିୟ ହୋଇଗଲେଣି । ସୀମା ସରହଦ ଡେଇଁ ପଡ଼ୋଶୀ ରାଜ୍ୟରୁ ବିପୁଳ ମାତ୍ରାରେ ନକଲି ମଦ ଓ ଧଳା ଜହର ଚୋରା ଚାଲାଣରେ ମାତିଛନ୍ତି ।  ରବିବାର ରାତିରେ ରାଉରକେଲା ଅବକାରୀ ଟିମ୍‌ ବଣାଇଗଡ଼ ଅଞ୍ଚଳରେ ଚଢ଼ାଉ କରି ୪ ଲକ୍ଷ ଟଙ୍କାର ନକଲି ମଦ ଜବତ କରିଥିଲା । ମାମଲାରେ ପେସାଦାର ଚୋରା ମଦ ବେପାରୀ ବଳଭଦ୍ର ପାତ୍ରକୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି, ଝାଡ଼ଖଣ୍ଡରୁ ବିପୁଳ ମାତ୍ରାରେ ନକଲି ମଦ ସ୍ପିରିଟ୍‌ ଓଡ଼ିଶାକୁ ଅଣାଯାଉଛି । ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ମନୋହରପୁର ସବ୍‌ ଡିଭିଜନ ହେଉଛି ନକଲି ମଦର ମୁଖ୍ୟ ହବ୍‌ । ମନୋହରପୁରରୁ ରାଉରକେଲା ଦୂରତା ୫୦ କିମି । ସୀମାବର୍ତ୍ତୀ ଚେକ୍‌ପୋଷ୍ଟକୁ ଚକ୍‌ମା ଦେଇ ଜଙ୍ଗଲ ରାସ୍ତା ପଟେ ବେଧଡ଼କ ମଦ ଚାଲାଣ ହେଉଛି । ଅଧିକାଂଶ ମଦରେ ଅରୁଣାଞ୍ଚଳ ପ୍ରଦେଶର ‘ଡ୍ରିମ୍‌ ଗାର୍ଲ’ ‘ନାଇଟ୍‌ ଗାର୍ଲ’ ବ୍ରାଣ୍ଡ ଲୋଗୋ ରହିଛି । 

ମଣିପୁରରେ ନିର୍ବାଚନୀ ହିଂସା:ମତଦାନ କେନ୍ଦ୍ରରେ ଫୁଟିଲା ଗୁଳି, ୩ ଆହତ

ପୂର୍ବତନ ଅବକାରୀ ଆୟୁକ୍ତ ସୁଦର୍ଶନ ନାୟକ କହିଛନ୍ତି, ବିହାରରେ ମଦ ବ୍ୟାନ୍‌ ପରଠୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ନକଲି ମଦ ପ୍ରସ୍ତୁତିର ହବ୍‌ ପାଲଟିଛି । ସେଠାକାର କିଛି ମଦ ମାଫିଆଙ୍କ ସହ ଓଡ଼ିଶାର ମଦ ବେପାରୀ ଡିଲ୍‌ କରିଛନ୍ତି । ନିଶା ମାଫିଆମାନେ ନିର୍ବାଚନରେ ନକଲି ମଦ ବାଣ୍ଟି ମୋଟା ଅଙ୍କର ଟଙ୍କା କମାଇବା ଆଶାରେ ଅଛନ୍ତି । ପ୍ରତିଦିନ ସୀମା ସରହଦ ପାର୍‌ ହୋଇ ବିପୁଳ ମାତ୍ରାରେ ନକଲି ମଦ ବୋତଲ, ମଦ ସ୍ପିରିଟ୍‌ ଓଡ଼ିଶା ଆସୁଛି । ଖାଲି ରାଉରକେଲା ନୁହେଁ, ମୟୁରଭଞ୍ଜ କେନ୍ଦୁଝର, ଦେବଗଡ଼, ବରଗଡ଼, ନୂଆପଡ଼ା ଭଳି ଅନ୍ୟ ସୀମାବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳକୁ ପଡ଼ୋଶୀ ରାଜ୍ୟରୁ ବେଧଡ଼କ ନକଲି ମଦ ଚାଲଣ ହେଉଛି । ନିଶା ମାଫିଆମାନେ ପଶ୍ଚିମବଙ୍ଗ କୋଲକାତାରୁ ଠିପି, ସିଲ୍‌, ଖାଲି ମଦ ବୋତଲ ଓ ଷ୍ଟିକର କିଣୁଛନ୍ତି । ନକଲି ଓ ଅପମିଶ୍ରିତ ସ୍ପିରିଟ୍‌ରେ ମଦ ପ୍ରସ୍ତୁତ କରି ନିର୍ବାଚନ ପାଇଁ ଗଚ୍ଛିତ ରଖୁଛନ୍ତି । ଶ୍ରୀ ନାୟକଙ୍କ କହିବା ମୁତାବକ, ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ ଜିଲ୍ଲାର ଲାଲ୍‌ଗୋଲା ହେଉଛି ବ୍ରାଉନ୍‌ସୁଗର ହବ୍‌ । ଲାଲ୍‌ଗୋଲାରୁ ଜଳେଶ୍ୱର ଯାଏଁ ଲମ୍ବିଥିବା ଧଳାଜହର ସିଣ୍ଡିକେଟ୍‌ ବାବଦରେ କାହାରିକୁ ଅଛପା ନାହିଁ । 

୯୮ତମ ନିର୍ବାଚନରେ ହାରିବା ପରେ ବି ହାର୍ ମାନି ନାହାନ୍ତି ହସନୁରାମ ଅମ୍ବେଡକରୀ, ‘ଶତକ’ ଲଗାଇବାକୁ ଇଛା

ନିର୍ବାଚନ ମାହୋଲରେ ଏହି ରୁଟ୍‌ରେ ଧଳାଜହର ଚାଲାଣ ଢ଼େର୍‌ ବଢ଼ିବା ଆଶଙ୍କା ରହିଛି । ଆନ୍ତଃରାଜ୍ୟ ନିଶା ମାଫିଆଙ୍କ ସିଣ୍ଡିକେଟ୍‌ ମୂଳପୋଛ ପାଇଁ ଅବକାରୀ ବିଭାଗକୁ ଆହୁରି ସତର୍କ ହେବାକୁ ପଡ଼ିବ ।  ଓଡି଼ଶାର ଅବକାରୀ ଆୟୁକ୍ତ ତଥା ବରିଷ୍ଠ ଆଇପିଏସ୍‌ ନରସିଂହ ଭୋଳ କହିଛନ୍ତି, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଚେକ୍‌ପୋଷ୍ଟରେ ଚେକିଂ କଡ଼ାକଡି଼ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ୫ଟି ଲେଖାଏଁ ଚେକ୍‌ ପୋଷ୍ଟ ରହିଛି । ଛତିଶଗଡ଼ ସୀମାନ୍ତରେ ୧୭ଟି, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ୮ଟି ଚେକ୍‌ ପୋଷ୍ଟ କାର୍ଯ୍ୟକ୍ଷମ । ଆଗକୁ ଅଧିକ ଅସ୍ଥାୟୀ ଚେକ୍‌ପୋଷ୍ଟ ନିର୍ମାଣ ହେବ । ପଡ଼ୋଶୀ ରାଜ୍ୟ ଅବକାରୀ ଅଧିକାରୀମାନଙ୍କ ସହଯୋଗରେ ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଢ଼ାଯାଇଛି । ହ୍ୱାଟସ୍‌ଆପ ଗ୍ରୁପ୍‌ରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଚାଲିଛି । ନିଶା ବେପାରୀଙ୍କ ଉପରେ ମିଳିତ ଚଢ଼ାଉ ହେଉଛି । ସୀମା ଚେକ୍‌ ପୋଷ୍ଟରେ ଯାଞ୍ଚ ବେଳେ ୨ କୋଟି ୯୪ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ୧୪ ଲକ୍ଷ ୬୦ ହଜାର ୭୮ ଲିଟର ମଦ ଜବତ ହୋଇଛି ।

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.