ପ୍ରମୁଖ ଖବର
  • ଆରସିବିର ବିଶାଳ ବିଜୟ, ଚେନ୍ନାଇକୁ ହରାଇ ପ୍ଲେଅଫ୍‌ରେ ବେଙ୍ଗାଲୁରୁ
  • ||
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରହମାନ ବନ୍ଦ କରାଇ ଦେଲେ ସବୁ ଲାଇଟ୍ , କାନ୍ଦିବାକୁ ଲାଗିଲେ ଲୋକେ …ଏମିତି କମ୍ପୋଜ ହୋଇଥିଲା ଅମର ସିଂହ ଚମକିଲାର ‘ବିଦା କରୋ ’

ମୁମ୍ୱାଇ – ଇମିତୟାଜ ଅଲୀଙ୍କର ଫିଲ୍ମ ଅମର ସିଂହ ଚମକିଲାକୁ ଦର୍ଶକଙ୍କର ଖୁବ୍‌ ଭଲ ପାଇବା ମିଳୁଛି। ଫିଲ୍ମର କାହାଣୀ ସହ ଲୋକଙ୍କୁ ଏହାର ଗୀତ ମଧ୍ୟ ବହୁତ ପସନ୍ଦ ଆସିଛି। ବିଶେଷକରି ଫିଲ୍ମର ଶେଷରେ ବିଦା କରୋ  ଗୀତ ଲୋକଙ୍କ ଆଖିରେ ଲୁହ ଆଣି ଦେଇଛି। ଫିଲ୍ମର ନିର୍ଦ୍ଦେଶକ ଇମିତୟାଜ ଅଲୀ କହିଛନ୍ତି କି କେମିତି ବିଦା କରୋ  ଗୀତକୁ କମ୍ପୋଜ କରାଯାଇ ଥିଲା। 

ଗୁରୁତର ରୋଗର ଶିକାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ , ନିକ୍‌ ଜୋନସ୍‌ଙ୍କ ସବୁ ଶୋ ହେଲା ରଦ୍ଦ

ରେଡିଓ ନଶା ସହ ବିଶେଷ କଥାବାର୍ତ୍ତାରେ ଇମିତୟାଜ୍‌ ଅଲୀ କହିଛନ୍ତି - ଏହି ଲୋକପ୍ରିୟ ଗୀତଟିକୁ ରାତି ସାଢେ ଦି ଟାରେ କମ୍ପୋଜ କରାଯାଇ ଥିଲା। ଇମିତୟାଜ ଅଲି କହିଛନ୍ତି, ରହମାନ ରାତି ସାଢେ ଦି ଟାରେ ଆସିଲେ ଏବଂ ନିଜର ପିଆନୋ ପାଖରେ ବସିଲେ। ଏହି ସମୟରେ ମୁଁ ଓ ଇରଶାଦ କାମିଲ ଷ୍ଟୁଡିଓରୁ ଯିବାକୁ ବାହାରୁ ଥିଲୁ। ରହମାନ ଆମକୁ ଲାଇଟ ସବୁ ବନ୍ଦ କରି କିଛି କ୍ୟାଣ୍ଡେଲ ଜଳାଇବାକୁ କହିଲେ , ଏଇଥି ପାଇଁ କି ଆମେ ଏହି ପ୍ରୋସେସକୁ ଉପଭୋଗ କରି ପାରିବୁ। ଯେବେ ଆମେ ପୁରୁଣା ହିନ୍ଦୀ ଫିଲ୍ମ ଗୀତ ବିଷୟରେ କଥା ହେଉଥିଲୁ ତ ସେ ଧୁନ୍‌ ବଜାଇବା ଆରମ୍ଭ କରି ଦେଲେ ... ରହମାନ ଗୁରୁ ଦତ୍ତଙ୍କ ଫିଲ୍ମର ସଙ୍ଗୀତ ବିଷୟରେ କଥା ହେଉ ଥିଲେ। ମୁଁ କେବଳ ଏକ ଦର୍ଶକ ଭାବେ ସଙ୍ଗୀତର ଆନନ୍ଦ ନେଉଥିଲି।

ଇମିତୟାଜ ଆହୁରି କହିଛନ୍ତି , ଇରଶାଦ କାମିଲ ୪୫ ମିନିଟ୍‌ରେ ଏହି ଗୀତଟି ଲେଖି ଦେଲେ। ଏହାପରେ ରହମାନ କହିଲେ ଚାଲ ଗୀତ କମ୍ପୋଜ କରିବା। ଯେବେ ଗୀତ କମ୍ପୋଜ ହେଉଥିଲା ଷ୍ଟୁଡିଓରେ କିଛି ଲୋକ କାନ୍ଦିବାକୁ ଲାଗିଲେ। ଇମିତୟାଜ କହିଛନ୍ତି, ଏହି ସମୟରେ ଏଆର୍‌ ରହମାନ ମଜାଳିଆ ଅନ୍ଦାଜରେ କହିଥିଲେ, ଇରଶାଦ କାମିଲ ଆପଣ କଣ କଲେ , ଆପଣ ଲୋକଙ୍କୁ କନ୍ଦାଇ ଦେଲେ।

ବିଦା କରୋ  ଗୀତ ଇରଶାଦ କାମିଲଙ୍କ ଦ୍ୱାରା ଲେଖା ଯାଇଛି। ଏହି ଗୀତ ଶିବ କୁମାର ବଟାଲଭିଙ୍କର ଏକ କବିତା ଦ୍ୱାରା ପ୍ରେରିତ। ଏହି ଗୀତକୁ ଗାଇଛନ୍ତି ଅରଜିତ ସିଂହ । ଇମିତୟାଜ କହିଛନ୍ତି , ଏହି ଗୀତ ପାଇଁ ଏଆର ରହମାନ ହିଁ ଅରିଜିତଙ୍କର ନାଁକୁ ସୁପାରିଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.