ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ପରୀକ୍ଷା ଫଳରେ ସଂଘାତିକ ତ୍ରୁଟି ନେଇ ବିବାଦ, ଛାତ୍ରଙ୍କୁ ଗୁଜରାଟୀ ଓ ଗଣିତରେ ଫୁଲ୍‌ମାର୍କଠୁ ମିଳିଛି ଅଧିକ ନମ୍ବର

ନୂଆଦିଲ୍ଲୀ ୦୭/୦୫: ଗୁଜରାଟର ଦାହୋଦ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ପରୀକ୍ଷା ଫଳରେ ସଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହାକୁ ନେଇ ବିବାଦ ଉପୁଜିଛି । ଶିକ୍ଷା ପଦ୍ଧତିକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲାର ଝଲୋଦ ତାଲୁକା ସ୍ଥିତ ଖରସାନା ଗାଁର ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ର ବଂଶୀବେନ୍‌ ମନିଷଭାଇ । ତାଙ୍କ ମାର୍କସିଟ୍‌ରେ ଗୁଜରାଟୀ ଓ ଗଣିତ ବିଷୟରେ ଉଲ୍ଲେଖ ହୋଇଥିବା ଅଙ୍କ ଚର୍ଚ୍ଚାର ବିଷୟ ହୋଇଛି । ଗୁଜରାଟୀ ବିଷୟରେ ତାଙ୍କୁ ୨୦୦ ମାର୍କରୁ ୨୧୧ ମାର୍କ ମିଳିଛି । 

ଗଣିତରେ ୨୦୦ ମାର୍କରୁ ୨୧୨ ମାର୍କ ମିଳିଛି । ତ୍ରୁଟିପୂର୍ଣ୍ଣ ମାର୍କସିଟ୍‌କୁ ନେଇ ଚର୍ଚ୍ଚା ହେବା ପରେ ତା’ର ସଂଶୋଧନ କରାଯାଇ ପୁଣି ଥରେ ମାର୍କସିଟ୍‌ ଜାରି କରାଗଲା । ଗୁଜରାଟୀରେ ୨୦୦ରୁ ୧୯୧ ମାର୍କ ଏବଂ ଗଣିତରେ ୨୦୦ରୁ ୧୯୦ ମାର୍କ କରାଗଲା । ସଂଶୋଧିତ ପରୀକ୍ଷା ଫଳରେ ବଂଶୀବେନ୍‌ ୧୦୦୦ ମାର୍କରୁ ମୋଟ୍‌ ୯୩୪ ମାର୍କ ରଖିଛନ୍ତି । ବଂଶୀବେନ୍‌ ଗର୍ବର ସହ ପରୀକ୍ଷା ଫଳକୁ ପରିବାରକୁ ଦେଖାଇବା ପରେ ଏହି ତ୍ରୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାର ପ୍ରତିକ୍ରିୟାରେ ଜିଲ୍ଲା ଶିକ୍ଷା ବିଭାଗ ଯାଞ୍ଚ୍‌ର ନିର୍ଦ୍ଦେଶ ଦେଇଛି । ଏ ପ୍ରକାର ତ୍ରୁଟି ଭବିଷ୍ୟତରେ ଯେମିତି ନ ହେବ, ସେଥିପ୍ରତି ପ୍ରତିଶ୍ରୁତି ମଧ୍ୟ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.