ପ୍ରମୁଖ ଖବର
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ଅଧ୍ୟୟନରୁ ଖୁଲାସା: ଝିଅଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ଅଧିକ ଜଟିଳ

ନୂଆଦିଲ୍ଲୀ ୨୭/୦୪: ଶିଶୁ କନ୍ୟାଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ପୁଅଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ତୁଳନାରେ ଅଧିକ ଜଟିଳ । ଏକ ସଦ୍ୟ ଅଧ୍ୟୟନ ଏହା ଜାଣିବାକୁ ପାଇଛି । ଅଧ୍ୟୟନ ପାଇଁ ଜର୍ମାନୀର ତୁବିନ୍‌ଜେନ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତା ଜୋଏଲ ଫ୍ରୋଲିଚ ଓ ତାଙ୍କ ସହକର୍ମୀ ଏକ ଇମେଜିଂ କୌଶଳ  ପ୍ରୟୋଗ କରିଥିଲେ, ଯାହାର ନାମ ‘ମ୍ୟାଗ୍ନେଟୋଏନ୍‌ସେଫାଲୋଗ୍ରାଫି’  (ଏମ୍‌ଇଜି) । ଭ୍ରୂଣ ଓ ଶିଶୁଙ୍କଠାରେ ମସ୍ତିଷ୍କର ବୈଦ୍ୟୁତିକ ପ୍ରବାହ ଦ୍ୱାରା ଉତ୍ପନ୍ନ ଚୁମ୍ବକୀୟ କ୍ଷେତ୍ରକୁ ମାପିବା ଲାଗି ସେମାନେ ଏହି କୌଶଳ ପ୍ରୟୋଗ କରିଥିଲେ । ଭ୍ରୂଣ ଓ ଶିଶୁଙ୍କଠାରେ ସ୍ନାୟୁ ପ୍ରଣାଳୀର ବିକାଶ ବେଳେ ମସ୍ତିଷ୍କରେ ସଙ୍କେତର ଜଟିଳତା ହ୍ରାସ ପାଇଥିବା ସେମାନେ ଲକ୍ଷ୍ୟ କଲେ । ଶିଶୁ କନ୍ୟାଙ୍କ ତୁଳନାରେ ଶିଶୁ ପୁତ୍ରଙ୍କଠାରେ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଦ୍ରୁତ ହ୍ରାସ ପାଇଥିଲା । 

୪୩ ସପ୍ତାହର ଭ୍ରୂଣ ଓ ୧୩ରୁ ୫୯ ବର୍ଷୀୟଙ୍କଠାରେ ସେମାନେ ଏମ୍‌ଇଜି  ପ୍ରୟୋଗ କରିଥିଲେ । ଏଥିରେ ବିଭିନ୍ନ ସ୍ତରର ବିପ୍‌ ଶବ୍ଦ କରୁଥିବା  ଶବ୍ଦ ଉତ୍ତେଜକ ସଂଶ୍ଳିଷ୍ଟ ଥିଲା । ଗୋଟିଏ କ୍ରମରେ ୪ ବିପ୍‌ ଶବ୍ଦ ଥିଲା,  ପ୍ରତ୍ୟେକ ୨୦୦ ମିଲିସେକେଣ୍ଡ୍‌ର ଥିଲା ଏବଂ ୪୦୦ ମିଲିସେକେଣ୍ଡ୍‌  ଅନ୍ତରରେ ପୃଥକ ହେଉଥିଲା । ଏକ ସାଉଣ୍ଡ୍‌ ବେଲୁନ୍‌କୁ ଗର୍ଭବତୀ  ମହିଳାଙ୍କର ପେଟ ଓ ଏମ୍‌ଇଜି ସେନ୍ସର ମଧ୍ୟରେ ଦବାଇ ଏହି ଶବ୍ଦକୁ  ଭ୍ରୂଣଙ୍କ ଲାଗି ଶୁଣାଗଲା । ଶବ୍ଦ ଉତ୍ତେଜକକୁ ଶୁଣି ବୈଜ୍ଞାନିକମାନେ  ଭ୍ରୂଣଙ୍କ ଚୁମ୍ବକୀୟ ମସ୍ତିଷ୍କ କାର୍ଯ୍ୟକଳାପକୁ ରେକର୍ଡ କଲେ । ଏମ୍‌ଇଜି  ସଙ୍କେତର ଜଟିଳତା ପ୍ରଦର୍ଶନ କରୁଥିବା ଅନେକ ଭିନ୍ନ ଭିନ୍ନ  କାର୍ଯ୍ୟଗୁଡ଼ିକର ସେମାନେ ଗଣନା କଲେ । କୌଣସି ପରିଚିତ ସ୍ୱାସ୍ଥ୍ୟ  ସମସ୍ୟା ନ ଥିବା ବୟସ୍କଙ୍କଠାରେ ବିଭିନ୍ନ କାର୍ଯ୍ୟକଳାପରେ ଉଚ୍ଚ  ସ୍ତରୀୟ ସ୍ନାୟବିକ ଜଟିଳତା ଯୋଜନା ଓ ନିଷ୍ପତ୍ତି ନେବା ଭଳି ଉତ୍ତମ  ପ୍ରଦର୍ଶନ ଓ ଦ୍ରୁତ ପ୍ରତିକ୍ରିୟା ସହିତ ସଂଶ୍ଳିଷ୍ଟ ଥିଲା । 

ଅନ୍ୟପକ୍ଷେ, ସୂଚନା  ପ୍ରକ୍ରିୟାକରଣ ନିମନ୍ତେ ସାମର୍ଥ୍ୟ ହ୍ରାସ ପାଉଥିବା ଭଳି ସ୍ଥିତିରେ ସ୍ନାୟବିକ  ଜଟିଳତାର ନିମ୍ନ ସ୍ତର ଦେଖିବାକୁ ମିଳିଥିଲା । ଏଥିରୁ ଗବେଷକମାନେ  ଅନୁମାନ କରୁଛନ୍ତି, ଲିଙ୍ଗ ପାର୍ଥକ୍ୟ ପୁଅ ଓ ଝିଅଙ୍କ ସ୍ନାୟବିକ ପ୍ରଣାଳୀର  ବିକାଶରେ ଅନ୍ତର୍ନିହିତ ଅନ୍ତରର କାରଣ ହୋଇପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.