ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ପଳାତକ ନୀରବ ମୋଦୀଙ୍କୁ ଝଟ୍‌କା, ପଞ୍ଚମ ଥର ଲାଗି ଜାମିନ ଆବେଦନ ଖାରଜ

Image Courtesy: theprint

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ଏବଂ ପଳାତକ ନୀରବ ମୋଦୀଙ୍କୁ ବ୍ରିଟେନ୍‌ର ଏକ କୋର୍ଟ ଝଟକା ଦେଇଛନ୍ତି । ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।ଦୀର୍ଘ ସମୟ ଧରି ଜେଲ୍‌ରେ ରହିଥିବା ହେତୁ ଏହାର ଫାଇଦା ନେବାକୁ ୧୬ ଏପ୍ରିଲ ୨୦୨୪ରେ ପଞ୍ଚମ ଥର ଲାଗି ଜାମିନ ଆବେଦନ କରିଥିଲେ ନୀରବ ମୋଦୀ । ହେଲେ ୭ ମେ’ ୨୦୨୪ (ମଙ୍ଗଳବାର) ତାଙ୍କର ଏହି ଜାମିନ ଆବେଦନ ଖାରଜ ହୋଇଛି ।

 ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚରେ ଲଣ୍ଡନ ହାଇକୋର୍ଟ ନୀରବ ମୋଦୀଙ୍କ ଲଣ୍ଡନରେ ଥିବା ଘରକୁ ବିକ୍ରି ପାଇଁ ଅନୁମତି ଦେଇଥିଲେ । ଏହି ଘର କେନ୍ଦ୍ରୀୟ ଲଣ୍ଡନରେ ଥିବା ବେଳେ ସେଠାରେ ତାଙ୍କର ପରିବାର ରହୁଛନ୍ତି । ହାଇକୋର୍ଟଙ୍କ ଅନୁସାରେ, ନୀରବ ମୋଦୀଙ୍କ ଏହି ଘରକୁ ୫.୨୫ ମିଲିୟନ୍‌ ବ୍ରଟିଶ ପାଉଣ୍ଡରୁ କମ୍‌ ଦାମରେ ବିକ୍ରି କରାଯାଇପାରିବ ନାହିଁ । ସେପଟେ ଏହି ଘରକୁ ନୀରବ ମୋଦୀ ୨୦୧୭ରେ ଏକ ଟ୍ରଷ୍ଟକୁ ଦେଇଥିଲେ ବୋଲି ମଧ୍ୟ ଜଣାପଡ଼ିଛି ।ଏବେ ନୀରବ ମୋଦୀ ଥେମସାଇଡ୍‌ ଜେଲ୍‌ରେ ଅଛନ୍ତି । 

 ସୂଚନାଯୋଗ୍ୟ, ନୀରବ ମୋଦୀ ପିଏନବି ଦୁର୍ନୀତିର ମାଷ୍ଟର ମାଇଣ୍ଡ ଏବଂ ମନି ଲଣ୍ଡରିଂ ମାମଲାର ମୁଖ୍ୟ ଅଭିଯୁକ୍ତ । ଏହି ମାମଲାରେ ଇଡି ଏବଂ ସିବିଆଇ ତାଙ୍କ ବିରୁଦ୍ଧରେ ବହୁ ମାମଲା ରୁଜୁ କରିସାରିଛନ୍ତି ।ଏପରିକି ତାଙ୍କୁ ଦିଲ୍ଲୀ ଆଣିବାକୁ ପ୍ରୟାସ କରାଯାଉଛି । ୨୦୧୮ରେ ନୀରବ ମୋଦୀ ପିଏନବିରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଋଣ ନେଇଥିଲେ ।ବ୍ୟାଙ୍କରେ ଋଣ ପରିଶୋଧ ନକରି ସେ ବ୍ରିଟେନ ଚାଲିଯାଇଥିଲେ । ଏହା ପରେ ପିଏନବିର ଅଭିଯୋଗ କ୍ରମେ ତାଙ୍କ ବିରୁଦ୍ଧରେ ମାମଲା ହୋଇଥିଲା । ଏପରିକି ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି ।ଏହା ପରଠାରୁ ଭାରତ ସରକାର ନୀରବ ମୋଦୀଙ୍କ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ନିକଟରେ ଦାବି କରି ଆସିଛନ୍ତି । 

 

 

  • Nirav Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.