ପ୍ରମୁଖ ଖବର
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଝାଡ଼ଖଣ୍ଡରେ ଇଡିର ଚଢ଼ାଉ: ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକଙ୍କ ଘରୁ ପୂଳା ପୂଳା ଟଙ୍କା ଜବତ

ରାଞ୍ଚି ୦୬/୦୫: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ବଡ଼ ଧରଣର ରେଡ୍। ମନ୍ତ୍ରୀଙ୍କ ପିଏସ୍‌ଙ୍କ ସହାୟକଙ୍କ ଘରେ ଟଙ୍କାର ପାହାଡ଼। ପୂଳା ପୂଳା ୫୦୦ ଟଙ୍କିଆ ବିଡ଼ା ଦେଖି ଇଡି ଅଫିସର ଚକିତ। ଚାଲିଛି ଟଙ୍କା ଗଣତି। ଟଙ୍କା ଗଣତି କାର୍ଯ୍ୟରେ ମେସିନର ସାହାର୍ଯ୍ୟ ନିଆ ଯାଇଛି। ଲୋକସଭା ନିର୍ବାଚନ ବେଳେ ଏତେ ପରିମାଣ ଟଙ୍କା ଜବତ ସମସ୍ତଙ୍କୁ ତାଜୁବ୍ କରିଛି।

ସୂଚନା ମୁତାବକ, ଝାରଖଣ୍ଡ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମ୍‌ଗିର ଆଲମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟକଙ୍କ ଘରୁ ବିପୁଳ ପରିମାଣ ୫୦୦ ଟଙ୍କିଆ ବିଡ଼ା ଜବତ କରିଛି ଇଡି। ଆଲମ୍‌ଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୁ ଜବତ କରାଯାଇଛି। ୨୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ରାଞ୍ଚିର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ ଜାରି ରଖିଛି। 

ଫେବୃଆରୀ ୨୦୨୩ ରେ, ଇଡି ଟିମ୍ ଅର୍ଥ ହେରଫେର ମାମଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର ରାମଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ବିରେନ୍ଦ୍ର ରାମ ଏବେ ମଧ୍ୟ ଜେଲରେ ଅଛନ୍ତି। ଆଜିର ଏହି ଆକ୍ସନ ସମାନ ମାମଲାର ତଦନ୍ତର ସମ୍ପ୍ରସାରଣ ବୋଲି କୁହାଯାଉଛି। ରାଞ୍ଚିର ସେଲ ସିଟିରେ ଇଞ୍ଜିନିୟର ବିକାଶ କୁମାରଙ୍କ ବାସଭବନ ସମେତ ଇଡି ଟିମ୍ ସହରର ବାରିଆଟୁ, ମୋହରାବାଡି ଏବଂ ବୋଡେୟାର ମୋଟ ୯ ଟି ସ୍ଥାନରେ ଚଢ଼ାଉ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.