ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀର ଦବ୍‌ଦବା, ରାଜସ୍ଥାନକୁ ୨୦ ରନ୍‌ରେ ହରାଇଲା ଡିସି

Image Courtesy: espncricinfo

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ ।୨୨୨ ରନର ପିଛା କରିବାକୁ ଆସିଥିବା ରାଜସ୍ଥାନ ୨୦ ଓଭର ଶେଷ ସୁଦ୍ଧା ୮ ଓ୍ବିକେଟ ହରାଇ ୨୦୧ ରନ୍‌ରେ ଅଟକି ଯାଇଛି । ଏହା ସହ ୨୦ ରନ୍‌ରେ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଟିମ୍‌ର ଅଧିନାୟକ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରିବା ସହ ୮୬ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ତାଙ୍କ ବ୍ୟତୀତ ଅନ୍ୟ ଖେଳାଳି ସେତେଟା ଭଲ ପ୍ରଦର୍ଶନ କରିନପାରିବାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆଜିର ମ୍ୟାଚରେ ଦିଲ୍ଲୀର ଉଭୟ ବ୍ୟାଟର ଏବଂ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି । ଖଲିଳ ଅହମ୍ମଦ, ମୁକେଶ କୁମାର ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

 ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୨୨୧ ରନ୍‌ କରିଥିଲା । ଆଜିର ମ୍ୟାଚର ଦୁଇ ଓପନର ଜେକ ଫ୍ରେଜର ମ୍ୟାକଗର୍କ  ଏବଂ ଅଭିଷେକ ପୋରେଲ୍‌ ଦମଦାର ଅର୍ଦ୍ଧଶତକ କରିଥିଲେ । ମ୍ୟାକଗର୍କଙ୍କ ୫୦ ରନ୍‌ ଏବଂ  ଅଭିଷେକ ପୋରେଲ୍‌ଙ୍କ ୬୫ ରନ୍‌ ବଳରେ ଦଳ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ୨୨୨ ରନ୍ ଟାର୍ଗେଟ ଦେଇଥିଲା ।ହେଲେ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ରାଜସ୍ଥାନ ।

 ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୫୬ ତମ ମ୍ୟାଚ୍‌ରେ  ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଜ୍ୟାକ ଫ୍ରେଜର ମ୍ୟାକଗର୍କ (୫୦), ଅଭିଷେକ ପୋରେଲ (୬୫), ଶାଇ ହୋପ (୧), ଅକ୍ଷର ପଟେଲ (୧୫), ରିଷଭ ପନ୍ତ (୧୫), ତ୍ରିଷ୍ଟାନ ଷ୍ଟବ୍ସ (୪୧), ଗୁଲବାଦିନ ନାଇବ (୧୯), ରାଶିଖ ଦାର ସାଲାମ (୯) ଏବଂ କୁଲଦୀପ ଯାଦବଙ୍କ ଅପରାଜିତ ୫ ରନ୍‌ କରିଥିଲେ । ସେପଟେ ରାଜସ୍ଥାନ ରୟାଲ୍ସର ରବିଚନ୍ଦ୍ରନ ଅଶ୍ବିନ ୨୪ ରନ୍‌ ଦେଇ ସର୍ବାଧିକ ୩ ଓ୍ବିକେଟ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ , ସନ୍ଦୀପ ଶର୍ମା ଏବଂ ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ବିକେଟ ନେଇଥିଲେ। 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.