ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ

ଭୁବନେଶ୍ୱର,୦୬/୦୫:  ଆଜି ପ୍ରକାଶ ପାଇଲା କାଉନ୍‌ସିଲ୍‌ ଫର ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌  ଏକ୍ସାମିନ୍‌ନେସନ୍ସ (ସିଆଇଏସ୍‌ସିଇ) ରେଜଲ୍ଟ । ଉଭୟ ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି  (ଦ୍ୱାଦଶ) ଶ୍ରେଣୀର ଫଳ ପ୍ରକାଶ ପାଇବ। ଦିନ  ୧୧ଟାରେ ସିଆଇଏସ୍‌ସିଇର ୱେବ୍‌ସାଇଟ୍‌ www. cisce.orgରେ ଫଳ ଉପଲବ୍ଧ ହୋଇଛି। ଦଶମରେ ବାଜିମାରିଲେ ଝିଅ, ଦ୍ୱାଦଶରେ ବାଜିମାରିଲେ ପୁଅ।

ପରୀକ୍ଷା  ଫଳ ପ୍ରକାଶ ସ୍କୋର କାର୍ଡ ଡିଜି ଲକର୍‌ ଏବଂ  ବୋର୍ଡ ୱେବ୍‌ସାଇଟ୍‌ ଏବଂ କ୍ୟାରିଅର ପୋର୍ଟାଲ୍‌ରେ ଦେଖିପାରିବେ ଶିକ୍ଷାର୍ଥୀ । ଏଠାରୁ ପରୀକ୍ଷାର୍ଥୀମାନେ  ନିଜର ତଥ୍ୟ ଦେଇ ସ୍କୋର କାର୍ଡ ଡାଉନଲୋଡ୍‌  କରିପାରିବେ । ପାଇଥିବା ନମ୍ବରରେ ସନ୍ତୁଷ୍ଟ ନ ଥିଲେ  ମେ ୧୦ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ  କରିପାରିବେ । ଏଥିପାଇଁ ୧ହଜାର ଟଙ୍କା ଆବେଦନ  ଫି ଦାଖଲ କରିବାକୁ ପଡ଼ିବ । ପୁନଃ ମୂଲ୍ୟାୟନ  ପାଇଁ ପେପର ପିଛା ଦେଢ଼ ହଜାର ଟଙ୍କା ଦାଖଲ  କରିବେ । ୪ ସପ୍ତାହ ମଧ୍ୟରେ ରିଚେକିଂ ରେଜଲ୍ଟ  ମିଳିବ । ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ  ଜୁଲାଇ ମାସରେ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.