ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଚୀନ୍‌ର ଚନ୍ଦ୍ର ମିଶନ୍‌କୁ ନିଜର ଦାବି କଲା ପାକିସ୍ତାନ,ଜହ୍ନର ସବୁଠୁ ଅନ୍ଧାରୁଆ କ୍ଷେତ୍ରରୁ ନମୁନା ଆଣିବ ଚାଙ୍ଗ୍‌’ଇ-୬

ନୂଆଦିଲ୍ଲୀ ୦୪/୦୫: ଭାରତର ଚନ୍ଦ୍ରଯାନ-୩ ମିଶନ ପରେ ଚୀନ୍‌ ଏବେ ନିଜର ଚନ୍ଦ୍ର ମିଶନ ଉତ୍‌କ୍ଷେପଣ କରିଛି । ନାଁ- ଚାଙ୍ଗ୍‌’ଇ-୬ । ହେନାନ ଦ୍ୱୀପର ୱେନ୍‌ଚାଙ୍ଗ ସ୍ପେସ୍‌ ସାଇଟ୍‌ରୁ ମାର୍ଚ୍ଚ-୫ ୱାଇବି ରକେଟ୍‌ରେ ଏହାର ଉତ୍‌କ୍ଷେପଣ ହୋଇଛି । ଚନ୍ଦ୍ରର ସୁଦୂର କ୍ଷେତ୍ର(ଅନ୍ଧାରୁଆ ଅଞ୍ଚଳ)କୁ ଯାଇ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଆସିବା ଚୀନ୍‌ର ଏହି ଚନ୍ଦ୍ର ମିଶନ୍‌ର ଲକ୍ଷ୍ୟ । ଚାଙ୍ଗ୍‌’ଇ-୬ ମିଶନ ୫୩ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହିବ । ଅର୍ଥାତ୍‌ ଆସନ୍ତା ଜୁନ୍‌ ୨୫ ତାରିଖରେ ଏହା ପୃଥିବୀକୁ ଫେରିବ । ଚାଙ୍ଗ୍‌’ଇ-୬ରେ ପାକିସ୍ତାନର ଆଇକ୍ୟୁବ୍‌-କ୍ୟୁ ସାଟେଲାଇଟ୍‌ ଲାଗିଛି । ଏଥିରେ ଦୁଇଟି କ୍ୟାମେରା ଅଛି, ଯାହା ଚନ୍ଦ୍ରପୃଷ୍ଠର ଚିତ୍ର ଉତ୍ତୋଳନ କରିବ । ଖାସ୍‌ କଥା ହେଉଛି, ପାକିସ୍ତାନ ଏହାକୁ ନିଜର ଚନ୍ଦ୍ର ମିଶନ୍‌ କହୁଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପାକିସ୍ତାନ ନିଜର ସାଟେଲାଇଟ୍‌ ମୁନ୍‌ ମିଶନ ଲଞ୍ଚ୍‌ କରିଛି । ଏହାକୁ ଦେଶର ଐତିହାସିକ ମିଶନ୍‌ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଚନ୍ଦ୍ରକୁ ସଫଳ ଉପଗ୍ରହ ଉତ୍‌କ୍ଷେପଣ ଲାଗି ଦେଶର ବୈଜ୍ଞାନିକ ଓ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଚାଙ୍ଗ୍‌’ଇ-୬ ପ୍ରଥମେ କିଛି ଦିନ ପୃଥିବୀ କକ୍ଷରେ ଗତି କରିବ, ତା’ପରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୨୦୩୦ ମସିହା ବେଳକୁ ଚନ୍ଦ୍ରରେ ମାନବ ଅବତରଣର ଲକ୍ଷ୍ୟ ରଖିଛି ଚୀନ୍‌ । ସଦ୍ୟ ମିଶନ ମଧ୍ୟ ଏହି ଲକ୍ଷ୍ୟର ଅଂଶବିଶେଷ । ଅଦ୍ୟାବଧି ଚନ୍ଦ୍ରକୁ ଯାଇଥିବା ସମସ୍ତ ଚନ୍ଦ୍ର ମିଶନ ଚନ୍ଦ୍ରର ନିକଟସ୍ଥ କ୍ଷେତ୍ର(ଯାହା ଆମକୁ ଦୃଶ୍ୟମାନ ହେଉଛି)ରେ ପହଞ୍ଚିଛନ୍ତି । ଏହି ସ୍ଥିତିରେ ଚୀନ୍‌ର ମିଶନ ଯଦି ସଫଳ ହୁଏ, ତେବେ ଚନ୍ଦ୍ରର ସୁଦୂର ଅନ୍ଧାରୁଆ କ୍ଷେତ୍ରରେ ପହଞ୍ଚିଥିବା ଏହା ପ୍ରଥମ ଦେଶ ହେବ । ଚାଙ୍ଗ’ଇ-୬ ଦକ୍ଷିଣ ମେରୁ-ଏଟକେନ୍‌ ବେସିନ୍‌ରେ ଅବତରଣ କରିବ । ଚନ୍ଦ୍ରର ୩ ସର୍ବବୃହତ ଓ ପ୍ରମୁଖ ଭୂଖଣ୍ଡ ମଧ୍ୟରେ ଏହା ଅନ୍ୟତମ । ତେଣୁ ବିଜ୍ଞାନ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଛି ।

ଚୀନ୍‌ ଅନ୍ୟ ଦେଶ ସହିତ ମିଶି ନିଜ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହିତ ସମ୍ପର୍କ ମଜବୁତ କରିବା ଲାଗି ପେଲୋଡ୍‌ ନେବାକୁ ମଧ୍ୟ ଘୋଷଣା କରିଥିଲା । ଏହା ଅନ୍ତର୍ଗତ ପାକିସ୍ତାନ ସମେତ ଫ୍ରାନ୍ସ, ଇଟାଲି ଓ ୟୁରୋପୀୟ ମହାକାଶ ଏଜେନ୍ସିର ପେଲୋଡ୍‌ ସହିତ ଚାଙ୍ଗ୍‌’ଇ-୬ ମିଶନ୍‌ ଲଞ୍ଚ୍‌ କରିଛି ।  ଚନ୍ଦ୍ରର ସୁଦୂର ଅଂଶ ପୃଥିବୀଠୁ ଦୂରରେ ରହିଛି । ଏହାକୁ ଚନ୍ଦ୍ରର ଅନ୍ଧାରୁଆ କ୍ଷେତ୍ର ମଧ୍ୟ କୁହାଯାଏ । ଏହି ଅଂଶ ଆମକୁ ଦିଶେନାହିଁ । ଏହା ବିଷୟରେ ଆମ ପାଖରେ ଖୁବ୍‌ କମ୍‌ ତଥ୍ୟ ରହିଛି । ଚୀନ୍‌ର ଗଣମାଧ୍ୟମ ଅନୁସାରେ, ଚନ୍ଦ୍ରର ଏହି ଅନ୍ଧାରୁଆ ଅଂଶ ସହ ପୃଥିବୀର ସଂଯୋଗ ଲାଗି ଚୀନ୍‌ ୨୦୨୪ ମସିହାର ପ୍ରଥମ ୬ ମାସ ମଧ୍ୟରେ ସାଟେଲାଇଟ୍‌ କ୍ୟୁକିୟାଓ-୨ କିମ୍ବା ମ୍ୟାଗ୍‌ପାଇ ବ୍ରିଜ୍‌-୨ ଉତ୍‌କ୍ଷେପଣର ଯୋଜନା କରୁଛି ।ଚୀନ୍‌ ୨୦୦୪ ମସିହାରେ ନିଜର ଚନ୍ଦ୍ର ମିଶନ ଉତ୍‌କ୍ଷେପଣ କରିଥିଲା । ୨୦୦୭ରୁ ଏବେ ସୁଦ୍ଧା ଏହା ୫ ରୋବୋଟିକ୍‌ ମିଶନ ଆରମ୍ଭ କରିଛି । ଚାଙ୍ଗ୍‌’ଇ-୫ ୨୦୨୦ ମସିହା, ଡିସେମ୍ବରରେ ଚନ୍ଦ୍ରରେ ଅବତରଣ କରିଥିଲା । ଏହା ଜରିଆରେ ଚନ୍ଦ୍ରର ୧୭୩୧ ଗ୍ରାମ୍‌ ପଥର ଓ ମାଟିକୁ ପୃଥିବୀକୁ ଅଣାଯାଇଥିଲା । ଏହା ପୂର୍ବରୁ ଚାଙ୍ଗ୍‌’ଇ-୪ ମିଶନ୍‌ ୨୦୧୯ ମସିହାରେ ଚନ୍ଦ୍ରର ସୁଦୂର କ୍ଷେତ୍ରକୁ ଯାଇଥିବା ଚୀନ୍‌ର ପ୍ରଥମ ମିଶନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.