ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ହିଞ୍ଜିଳିରୁ ଆରମ୍ଭ ହେବ ଶଙ୍ଖନାଦ, ବୁଧବାର ପ୍ରଚାର ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶେରଗଡ଼/ହିଞ୍ଜିଳିକାଟୁ,୨୩/୦୪: ହିଞ୍ଜିଳିରୁ  ଆରମ୍ଭ ହେବ ଶଙ୍ଖନାଦ । ଏଇଠୁ ପ୍ରଚାର ଶୁଭ ପଡ଼ିବ । ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀରୁ  ସେ ପ୍ରଚାର ଶଙ୍ଖ ଫୁଙ୍କିବେ । ଏଥିଲାଗି ସମସ୍ତ  କାର୍ଯ୍ୟସୂଚୀ ଚୂଡ଼ାନ୍ତ ସରିଛି ।  

ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି । ହିଞ୍ଜିଳିକାଟୁ  ଓ ଶେରଗଡ଼ଠାରେ ସେ ୨ଟି ସମାବେଶରେ  ଯୋଗଦେବେ । ଦଳୀୟ ସୂତ୍ରରୁ ଏହି ସୂଚନା  ମିଳିଛି । ରାଜ୍ୟରେ ବିଜେଡିର ଏକ ନମ୍ବର  ଷ୍ଟାର୍‌ କ୍ୟାମ୍ପେନର୍‌ଙ୍କ ଦ୍ୱାରା ପ୍ରଚାରର ଏହା  ବିଧିବଦ୍ଧ ଆରମ୍ଭ ବୋଲି କୁହାଯାଉଛି । ପ୍ରିୟ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବାକୁ  ନିର୍ବାଚନମଣ୍ଡଳୀର ନେତା ଓ କର୍ମୀ ଅଣ୍ଟା  ଭିଡ଼ିଛନ୍ତି । ସବୁ କାର୍ଯ୍ୟ ସୁରୁଖୁରୁରେ ସାରିବାକୁ  ଜୋରସୋରରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଜୟ ପାଇଁ ଦଳୀୟ ନେତା  ଓ କର୍ମୀ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । 

ହିଞ୍ଜିଳିକାଟୁ ସହରର ମା’ କନକଦୁର୍ଗା  ମନ୍ଦିର, ନୂଆଗଡ଼ ଶିବ ମନ୍ଦିର ଓ ବଇଁଚବଣିଆ ଗୀତା ମନ୍ଦିର ସମେତ ଉଭୟ ବ୍ଲକ୍‌ର ବିଭିନ୍ନ ଧାର୍ମିକ ପୀଠରେ ଯଜ୍ଞ ଓ ପୂଜା କରିଛନ୍ତି । ୨୪  ବର୍ଷ ଧରି ଏହି ଅଞ୍ଚଳରୁ ନିର୍ବାଚନ ପ୍ରତିନିଧିତ୍ୱ କରି  ନବୀନ ପଟ୍ଟନାୟକ କୃତାର୍ଥ କରିଛନ୍ତି । ଆଧୁନିକ ଓଡ଼ିଶାର ଉନ୍ନତିର ପ୍ରମୁଖ ବିନ୍ଧାଣୀଙ୍କ ଦୀର୍ଘ ଓ  ନିରାମୟ ଜୀବନ କାମନା ସହ ରେକର୍ଡ ଭୋଟ୍‌ରେ  ବିଜୟ କାମନା କରାଯାଇଥିବା କହିଛନ୍ତି ହିଞ୍ଜିଳି  ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ । ସେହିପରି  ବୁଧବାର ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ସମାବେଶ ସଫଳ  କରିବାକୁ ଆଜି ପୂଜା କରାଯାଇଛି ବୋଲି କହିଛନ୍ତି  କାଉନ୍‌ସିଲର୍‌ ବିଭୁପ୍ରସାଦ ପଣ୍ଡା ଓ ଜିଲ୍ଲା ବିଜେଡି  ନେତା ପ୍ୟାରୀମାହନ ପାଢ଼ୀ । 

ଏହା ପୂର୍ବରୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ  ଜିଲ୍ଲା ପରିଷଦ ଜୋନ୍‌ ଓ ହିଞ୍ଜିଳି ପୌରପାଳିକାର  ନେତା, କର୍ମୀ, ନିର୍ବାଚିତ ପ୍ରତିନିଧି ଭୁବନେଶ୍ୱର  ନବୀନ ନିବାସ ଯାଇ ବିଜୟ ପାଇଁ ରଣକୌଶଳ  ଗ୍ରହଣ କରିଥିଲେ । ପରେ ଯୁବ ବିଜେଡି ସମାବେଶ,  ମହିଳା ବିଜେଡି ସମାବେଶ ଆୟୋଜିତ ହୋଇଛି ।  ଏବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଗସ୍ତ କରି ଦଳୀୟ ନେତା  ଓ କର୍ମୀଙ୍କୁ ଉତ୍ସାହିତ କରିବା ସହ ନିର୍ବାଚନମଣ୍ଡଳୀର  ଭୋଟର୍‌ଙ୍କ ଆଶୀର୍ବାଦ କାମନା କରିବେ । 

୨୦୦୦  ମସିହାରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିନିଧିତ୍ୱ  କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ହିଞ୍ଜିଳିରୁ ଲଢ଼ିବା ସହ  କଣ୍ଟାବାଞ୍ଜିରେ ମଧ୍ୟ ଲଢ଼ିବାକୁ ଯାଉଛନ୍ତି । ପୂର୍ବଥର  ହିଞ୍ଜିଳି ସହ ସେ ବିଜେପୁର ଆସନରୁ ପ୍ରାର୍ଥୀ  ହୋଇଥିଲେ । ହିଞ୍ଜିଳିରେ ମେ’ ୨୦ରେ ଭୋଟ୍‌  ହେବ । ମୁଖ୍ୟମନ୍ତ୍ରୀ ସମ୍ଭବତଃ ୩୦ ତାରିଖରେ  ନାମାଙ୍କନ କରିପାରନ୍ତି । ଏହାର ପ୍ରାୟ ସପ୍ତାହକ  ପୂର୍ବରୁ ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍‌ରେ ପୃଥକ୍‌  ସମାବେଶ କରି କ୍ୟାମ୍ପେନିଂ ଜୋରଦାର କରିବେ ।  ଅପରପକ୍ଷେ ହିଞ୍ଜିଳିରେ ଏଯାବତ୍‌ ବିଜେପି  ବା କଂଗ୍ରେସ ପକ୍ଷରୁ ପ୍ରଚାର ତ୍ୱରାନ୍ୱିତ ହୋଇନି ।  ବିଜେଡି ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜୋରଦାର  ଢଙ୍ଗରେ ପ୍ରଚାର ଆରମ୍ଭ କରିବାକୁ ଯାଉଛି ।  ଭୋଟରଙ୍କ ଅଧିକ ନିକଟତର ହେବାକୁ ଚେଷ୍ଟା  କରୁଥିବା ଆଲୋଚନା ହେଉଛି।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.