ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଚିତା ରାଜସ୍ଥାନର ସିମରା ଗାଁରୁ ଉଦ୍ଧାର

ଜୟପୁର: କୁନୋ ଜାତୀୟ ଉଦ୍ୟାନରୁ ଏକ ଆଫ୍ରିକୀୟ ଚିତାବାଘ ଚମ୍ପଟ ମାରି ରାଜସ୍ଥାନରେ ପହଞ୍ଚିଯାଇଛି । ଖସିଥିବା ଚିତାବାଘ ଆଫ୍ରିକାର ନାମିବିଆରୁ ଦୁଇବର୍ଷ ତଳେ କୁନୋ ଜାତୀୟ ଉଦ୍ୟାନକୁ ଆସିଥିଲା । ଏହି ଚିତା ଖସି ରାଜସ୍ଥାନ କରୌଲି ଜିଲ୍ଲାର କରନପୁରସ୍ଥିତ ସିମରା ଗାଁରେ ପହଞ୍ଚିଛି । କୁନୋରୁ ୫୦ କିଲୋମିଟର ଦୂର ରାଜସ୍ଥାନର ସିମରା ଗାଁରେ ଚିତାବାଘକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ ।

ଶନିବାର ସକାଳେ ବାଘ ପଶିଥିବାର ଖବର ପାଇ ଆଖପାଖ ସବୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ବନବିଭାଗ ଓ ପୋଲିସ୍ ଟିମ୍ ସେଠାରେ ପହଞ୍ଚି ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ । ବନ ବିଭାଗ ସେଠାକାର ଲୋକମାନଙ୍କୁ ଜଙ୍ଗଲରୁ ଦୂରରେ ରହିବାକୁ ସତର୍କ କରାଇଥିଲା । ଏହା ମଧ୍ୟପ୍ରଦେଶ କୁନୋ ସଫାରି ପାର୍କରେ ବୁଲୁଥିବା ବେଳେ କୌରାଲି ଠାରେ ପହଞ୍ଚିଥିବାର ସୂଚନା ମିଳିଛି ।

ଏହି ପୁରୁଷ ଚିତାଟି  ସିମରା ଗାଁରେ ପ୍ରବେଶ କରିଥିବା ନେଇ କୌରଲି ବନ ବିଭାଗ ଅଧିକାରୀଙ୍କୁ ସୂଚନା ମିଳିଥିଲା । ତେବେ ମଧ୍ୟପ୍ରଦେଶ ଶୋପୁର ଏବଂ ସବଳଗଡ଼ ଦେଇ ସିମରାରେ ପହଞ୍ଚିଥିଲା କୁନୋର ଏହି ଚିତା । ମଧ୍ୟପ୍ରଦେଶର ଉକ୍ତ ଦୁଇଟି ସହର ଚମ୍ବଲ ନଦୀ ପାଖରେ ଥିବା ବେଳେ କରୌଲି ମଧ୍ୟ ଏହି ନଦୀ ପାଖରେ ରହିଛି । ଚିତା ସଂପର୍କରେ ଖବର ମିଳିବା ପରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ବନ ବିଭାଗର ଏକ ମିଳିତ ଟିମ୍‌ ସମିରାରେ ପହଞ୍ଚିଥିଲେ । ସେଠାରେ ଚିତାକୁ କାବୁ କରିଥିଲା ବନ ବିଭାଗ ଟିମ୍‌ । 

ସେପଟେ କୁନୋରୁ ଚିତା ଫେରାର ହେବା ଘଟଣା ପ୍ରଥମ ନୁହେଁ । ଚାରି ମାସ ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ହୋଇଥିବା ଏକ ଚିତା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସୀମାରେ ଥିବା ବାରନ ଜିଲ୍ଲାରୁ ମିଳିଥିଲା । କୁନୋର ବନ ବିଭାଗ ଟିମ୍‌ସେଠାରେ ପହଞ୍ଚି ଚିତାକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କରିବାରେ ସଫଳ ହୋଇଥିଲେ । 

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.