ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କୁନୋରୁ ରାଜସ୍ଥାନ ପଳାଇଲା ଚିତା 'ପବନ, ଟ୍ରାଙ୍କୁଲାଇଜ କରି ଫେରାଇ ଆଣିଲା ବନ ବିଭାଗ

ଭୋପାଳ,୦୫/୦୫: ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଥିବା କୁନୋ ଜାତୀୟ ଉଦ୍ୟାନରୁ ଏକ ଅଣ୍ଡିରା ଚିତା ପବନ ଓ ମାଈ ଚିତା ବୀରା ଖସି ପଳାଇଛନ୍ତି । ପବନ ୫୦ କି.ମି. ଦୂର ଚମ୍ବଲ ନଦୀ ପାର ହୋଇ ରାଜସ୍ଥାନର କରୌଲି ଜିଲ୍ଲାରେ ପହଞ୍ଚିଛି । ଜିଲ୍ଲାର ସିମାର ଅଞ୍ଚଳରେ ପବନ ପ୍ରାୟ ୧୦  ଘଣ୍ଟା ଧରି ବୁଲିଥିଲା । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଖବର ପାଇ କୁନୋ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍‌  ସେଠାରେ ପହଞ୍ଚି ତାକୁ ଟ୍ରାଙ୍କୁଲାଇଜ୍‌ କରି ପୁଣି  ଫେରାଇ ଆଣିଛନ୍ତି । 

ବନ ବିଭାଗର ସୂଚନା ଅନୁସାରେ ସିମାର ଗାଁ  ନିକଟରେ ସକାଳୁ ପବନକୁ ଦେଖିବାକୁ ମିଳିଥିଲା । ପବନ ଚାଷ ଜମିରେ ଶୋଇଥିବା ସ୍ଥାନୀୟ ଲୋକେ ଦେଖଇବାକୁ ପାଇଥିଲେ । ତେଣୁ ସେମାନେ ଠେଙ୍ଗାବାଡି ଧରି  ଚିତାକୁ ଘଉଡାଇବାକୁ ଆସିଥିଲେ ।  ଆଖପାଖ ଅଞ୍ଚଳରେ ଏହି ଖବର  ପହଞ୍ଚି ଯାଇଥିଲା । ଅନ୍ୟ ଗାଁର  ଲୋକମାନେ ମଧ୍ୟ ଠେଙ୍ଗାବାଡି  ଧରି ବାହାରକୁ ବାହାରିଥିଲେ ।  ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ଓ ବନ ବିଭାଗର  ଟିମ୍‌ ସେଠାରେ ପହଞ୍ଚିଥିଲେ  ।  ସେମାନେ ଚିତାକୁ ଜନବସତି ଅଞ୍ଚଳରୁ ଦୂରେଇ ରଖିବାକୁ  ଯଥାସମ୍ଭବ ପ୍ରୟାସ କରିଥିଲେ । ଏଥିସହ ସେମାନେ ଚିତାକୁ ଧରିବାକୁ ପ୍ରଥମେ ଉଦ୍ୟମ  କରିଥିଲେ । ହେଲେ ବିଫଳ ହୋଇଥିଲେ ।  ତେଣୁ କୁନୋ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ  ସୂଚନା ଦେଇଥିଲେ । କୁନୋ ଜାତୀୟ ଉଦ୍ୟାନରୁ  ବିଶେଷଜ୍ଞ ଟିମ୍‌ ସେଠାରେ ପହଞ୍ଚି ପବନକୁ ଟ୍ରାଙ୍କୁଲାଇଜ କରିବା ପରେ ଧରିଥିଲେ । 

ଅନ୍ୟପକ୍ଷରେ ମାଈ ଚିତା ବୀରାକୁ ମୁରୈନା ଜିଲ୍ଲାର ଆଖପାଖ ଅଞ୍ଚଳରେ ଠାବ କରାଯାଇଛି ।  ତାକୁ ସେଠାରୁ ଆଣିବା ଲାଗି ଉଦ୍ୟମ କରାଯାଉଛି । ବନବିଭାଗ ଟିମ୍‌ ଓ ବିଶେଷଜ୍ଞ  ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ସ୍ଥାନୀୟ  ଲୋକମାନଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କୁନୋ ଜାତୀୟ ଉଦ୍ୟାନରୁ ଚିତା  ଅନ୍ୟତ୍ର ପଳାଇବା ଏହା ପ୍ରଥମ ଘଟଣା ନୁହେଁ ।  ୪ମାସ ପୂର୍ବରୁ ଏକ ଚିତା ଏଠାରୁ  ଖସି ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାନ୍ତବର୍ତ୍ତୀ  ବାରନ ଜିଲ୍ଲାରେ ପହଞ୍ଚିଥିଲା ।  ସେଠାରୁ ତାକୁ  ଟ୍ରାଙ୍କୁଲାଇଜ  କରି କୁନୋକୁ ଅଣାଯାଇଥିଲା । ପ୍ରୋଜେକ୍ଟ ଚିତା ଅଧୀନରେ ୨୦୨୨ରେ ନାମ୍ବିଆରୁ ୮ ଏବଂ  ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ  ୧୨ଟି ଚିତା ଅଣାଯାଇ  କୁନୋରେ ଛଡାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.